ଚିଲିକାରେ ପକ୍ଷୀ ଗଣନା ଆଜି, ସାମିଲ୍‌ ହେବେ ୨୧ ଟିମ୍‌

ବାଲୁଗାଁ, ୪ା୧(ସଂଗ୍ରାମ ପାଇକରାୟ): ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଆନୁକୂଲ୍ୟରେ ଗୁରୁବାର ଚିଲିକାରେ ପକ୍ଷୀଗଣନା କାର୍ଯ୍ୟ ହେବ। ଏଥିପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଏହି ପରିପ୍ରେକ୍ଷୀରେ ବୁଧବାର ବାଲୁଗାଁ ନିକଟ ଚନ୍ଦ୍ରାପୁଟସ୍ଥିତ ସିଡିିଏ ଗବେଷଣା କେନ୍ଦ୍ର ଗୃହରେ ଗଣନାକାରୀଙ୍କୁ ସବିଶେଷ ତାଲିମ୍‌ ଦିଆଯାଇଛି।

ଡିିଏଫ୍‌ଓ ଅମ୍ଳାନ କୁମାର ନାୟକ ପ୍ରାରମ୍ଭିକ ଭାବେ ପକ୍ଷୀଗଣନା କାର୍ଯ୍ୟର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଆରସିସିଏଫ୍‌ ଡ. ସଞ୍ଜିତ କୁମାର, ପିସିସିଏଫ୍‌ ବିକାଶ ରଞ୍ଜନ ଦାଶ, ଅବସରପ୍ରାପ୍ତ ଆଇଏଫ୍‌ଏସ୍‌ ପି.କେ. ମିଶ୍ର, ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ୍‌ ସୋସାଇଟିର ନିର୍ଦ୍ଦେଶକ ପି. ସାଥିଆ ସେଲଭମ୍‌ ଏବଂ ପ୍ରଫେସର ଡ. ଶ୍ୱେତାଶ୍ରୀ ପୁରୋହିତ ପ୍ରମୁଖ ପକ୍ଷୀଗଣନା ସମ୍ପର୍କରେ ଗଣନାକାରୀଙ୍କୁ ଦିଗ୍‌ଦର୍ଶନ ଦେଇଥିଲେ। ସମଗ୍ର ଚିଲିକା ଅଧୀନ ଅଞ୍ଚଳରେ ୨୧ଟି ଟିମ୍‌ ଗଣନା କାର୍ଯ୍ୟରେ ସାମିଲ୍‌ ହୋଇଥିବାବେଳେ ମୋଟ ୧୨୦ ଜଣ ଏହି ତାଲିମ୍‌ ଶିବିରରେ ପ୍ରଶିକ୍ଷଣ ନେଇଛନ୍ତି। ଏଥିରେ ୱାଇଲ୍ଡ ଓଡ଼ିଶା, ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ୍‌ ସୋସାଇଟି, ଓୟୁଏଟି, ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରଫେସର, ଛାତ୍ରୀଛାତ୍ର ଏବଂ ବହୁ ଅଭିଜ୍ଞ ପକ୍ଷୀ ବିଶାରଦ ସାମିଲ୍‌ ଥିବା ଜଣାଯାଇଛି। ପ୍ରତ୍ୟେକ ଗଣନାକାରୀ ଦଳକୁ ଗୋଟିଏ ଲେଖାଏ ଡଙ୍ଗା ଯୋଗାଇ ଦିଆଯାଇଥିବା ବେଳେ ପ୍ରତି ଟିମ୍‌ରେ ଅଭିଜ୍ଞ ପକ୍ଷୀ ବିଶାରଦଙ୍କ ସମେତ ୪ଜଣ ସହଯୋଗୀ ନିୟୋଜିତ ହୋଇଛନ୍ତି। ଗଣନା ପାଇଁ ପ୍ରତ୍ୟେକ ଦଳକୁ ୱାକିଟକି, ବାଇନାକୁଲାର, ଜିପିଏସ୍‌ ଏବଂ ଭିଏଚ୍‌ଏଫ୍‌ ଆଦି ଯନ୍ତ୍ର ଯୋଗାଇ ଦିଆଯାଇଛି। ବାଲୁଗାଁ ରେଞ୍ଜରେ ୬ଟି ଟିମ୍‌ ନିୟୋଜିତ ହୋଇଥିବା ବେଳେ ସାତପଡ଼ା ୪, ରମ୍ଭା ୨, ଚିଲିକା ୧ ଓ ଟାଙ୍ଗୀ ରେଞ୍ଜରେ ସର୍ବାଧିକ ୮ ଟିମ୍‌ ପକ୍ଷୀ ଗଣନା କରିବେ ବୋଲି ସ୍ଥିର ହୋଇଛି। ତାଲିମ୍‌ ପରେ ପ୍ରତ୍ୟେକ ଗଣନାକାରୀ ଟିମ୍‌ ବୁଧବାର ଅପରାହ୍ନରେ ନିର୍ଦ୍ଧାରିତ ନିଜ ନିଜ କ୍ୟାମ୍ପରେ ଯାଇ ଅବସ୍ଥାନ କରିଛନ୍ତି। ଗୁରୁବାର ସକାଳ ୬ଟାରୁ ମଧ୍ୟାହ୍ନ ୧୨ଘଟିକା ପର୍ଯ୍ୟନ୍ତ ପକ୍ଷୀଗଣନା କାର୍ଯ୍ୟ ଜାରି ରହିବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି।

ଗତବର୍ଷ ୧୮୪ ପ୍ରଜାତିର ମୋଟ ୧୧ଲକ୍ଷ ୩୧ହଜାର ୯୨୯ ପକ୍ଷୀଙ୍କ ସମାଗମ ହୋଇଥିବା ଗଣନାରୁ ଜଣାପଡ଼ିଥିଲା। ତେବେ ଚଳିତବର୍ଷ ପାଗ ଅନୁକୂଳ ରହିଥିବା ସହ ଜଳସ୍ତର କମ୍‌ ହେତୁ ପକ୍ଷୀ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବ ବୋଲି ଡିିଏଫ୍‌ଓ ନାୟକ ଆଶା ପ୍ରକାଶ କରିଛନ୍ତି। ମୁଖ୍ୟତଃ ୩ଟି ପଦ୍ଧତିରେ ପକ୍ଷୀ ଗଣନା ହୁଏ। ପ୍ରଥମଟି ହେଲା ଏକକ ପଦ୍ଧତି । ଏଥିରେ ଚିଲିକା ମଧ୍ୟରେ ଯେଉଁଠି ସ୍ବସଂଖ୍ୟକ ପକ୍ଷୀ ଦୃଷ୍ଟିଗୋଚର ହୋଇଥାଆନ୍ତି, ସେଠାରେ ୧, ୨, ୩ ଆଦି କ୍ରମ ଅନୁଯାୟୀ ପକ୍ଷୀ ସଂଖ୍ୟା ଏବଂ ପ୍ରଜାତି ଗଣନା ହୁଏ। ଦ୍ୱିତୀୟଟି ହେଲା ବ୍ଲକ୍‌ ପଦ୍ଧତି । ଏଥିରେ ଛୋଟ ଛୋଟ ଗ୍ରୁପ୍‌ ତଥା ସ୍ବଳ୍ପସଂଖ୍ୟକ ପକ୍ଷୀ ଥାଆନ୍ତି। ଟେଲିସ୍କୋପ୍‌ ମାଧ୍ୟମରେ ଏହାର ସମଷ୍ଟିକରଣ କରାଯାଇ ସଂଖ୍ୟା ନିର୍ଦ୍ଧାରଣ କରାଯାଏ। ତୃତୀୟଟି ହେଲା ସର୍କଲ ପଦ୍ଧତି। ଯେଉଁଠି ପକ୍ଷୀଙ୍କୁ ଗଣି ହୁଏନାହିଁ ଏବଂ ଅସଂଖ୍ୟ ସଂଖ୍ୟାରେ ସମାଗମ ଥାଆନ୍ତି, ସେଠାରେ ବାଇନାକୁଲାର ପରିଧି ମଧ୍ୟରେ ଦୃଷ୍ଟିଗୋଚର ହେଉଥିବା ପକ୍ଷୀଙ୍କୁ ନେଇ ଗୋଟିଏ ଗୋଟିଏ ସର୍କଲ ତିଆରି କରାଯାଏ । ଏହିପରି ଏକାଧିକ ସର୍କଲ କରି ଜିପିଏସ୍‌ ମାଧ୍ୟମରେ ପକ୍ଷୀଙ୍କ ପ୍ରଜାତି ଓ ସଂଖ୍ୟା ସମଷ୍ଟୀକରଣ ହୋଇଥାଏ । ତେବେ ଗଣନା ସମୟରେ ଯଦି ଗୋଟିଏ ବ୍ଲକ୍‌ କିମ୍ବା ସର୍କଲରେ ଦୃଷ୍ଟିଗୋଚର ଥିବା ପକ୍ଷୀ ଉଡ଼ିଯାଇ ଅନ୍ୟତ୍ର ଅବସ୍ଥାନ କରନ୍ତି, ତା’ ହେଲେ ସେଠାରୁ ଉଡ଼ିଯାଇଥିବା ପକ୍ଷୀ ସଂଖ୍ୟାକୁ ବିଭକ୍ତ କରାଯାଇ ଅବସ୍ଥାନ କରିଥିବା ବ୍ଲକ୍‌ କିମ୍ବା ସର୍କଲରେ ସମଷ୍ଟୀକରଣ ହୁଏ। ସମଗ୍ର ଚିଲିକାରେ ଚଳିତ ବର୍ଷ ସମାଗମ ହୋଇଥିବା ବିଭିନ୍ନ ପ୍ରଜାତି ଓ ପକ୍ଷୀ ସଂଖ୍ୟା ରିପୋର୍ଟ ଗୁରୁବାର ସନ୍ଧ୍ୟାରେ ବିଭାଗ ପକ୍ଷରୁ ପ୍ରକାଶ ପାଇବ ବୋଲି ଡିଏଫ୍‌ଓ ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ଗଞ୍ଜାମ ଜଳବନ୍ଦୀ ଅଞ୍ଚଳରେ ବିଧାୟକ: ଲୋକଙ୍କ ଦୁଃଖ ଶୁଣିଲେ, ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ

ଗଞ୍ଜାମ,୨୬।୯(ଅନାଥ ତରାଇ): ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଏନ୍‌ଏସି ଅଞ୍ଚଳର ବିଭିନ୍ନ ୱାର୍ଡରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ଓ ରାସ୍ତାଘାଟ ସମସ୍ୟାର ସ୍ଥିତି ଶନିବାର ସକାଳେ ସ୍ଥାନୀୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?