ନାମକୁ ମାତ୍ର ବାୟୋମେଡିକାଲ ୱେଷ୍ଟେଜ୍‌ ପ୍ରକଳ୍ପ

ବାଲେଶ୍ୱର ଅଫିସ, ୨।୮-ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବାୟୋମେଡ଼ିକାଲ ହାଜାର୍ଡ଼ ୱେଷ୍ଟେଜ୍‌ ପ୍ରକଳ୍ପ ଦ୍ୱାରା ସଂକ୍ରମଣ ରୋକିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଚିକିତ୍ସା ବେଳେ ରୋଗୀ ତଥା ଡାକ୍ତରଙ୍କ ଦ୍ୱାରା ବ୍ୟବହୃତ ସାମଗ୍ରୀ ଯାହାକି, ମାଟିରେ ମିଶିବ ନାହିଁ , ସେଥିରୁ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି, ତାହାକୁ ପୋଡ଼ିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ହେଲେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ବାୟୋ ହାଜାର୍ଡ଼ ୱେଷ୍ଟେଜ୍‌ର ସ୍ବତନ୍ତ୍ର ପ୍ରକଳ୍ପ କରାଯାଇ କାର୍ଯ୍ୟ କରିବା ଲାଗି ଏକ ନିର୍ଦ୍ଦିଷ୍ଟ ଏଜେନ୍ସିକୁ ଦିଆଯାଇଛି। ଏଥିପାଇଁ ମାସିକ ଅଢ଼େଇ ଲକ୍ଷ ଏବଂ ବାର୍ଷିକ ୨୦ରୁ ୨୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମଧ୍ୟ ପ୍ରଦାନ କରାଯାଉଛି। ଉକ୍ତ ବର୍ଜ୍ୟବସ୍ତୁକୁ ବାୟୋ ହାଜାର୍ଡ଼ର ସ୍ବତନ୍ତ୍ର ଗାଡ଼ି ଦ୍ୱାରା ନିଆଯାଇ ସହରର ଅଳ୍ପ ଦୂରରେ ଥିବା କସମିଳାସ୍ଥିତ ବୁଢ଼ାବଳଙ୍ଗ ନଦୀପାର୍ଶ୍ୱରେ ଗଦା କରାଯାଉଛି। ଫଳରେ ବାୟୁ ଏବଂ ଜଳଜନିତ ରୋଗ ବ୍ୟାପିବାର ଆଶଙ୍କା ରହିଥିବା ଲୋକେ ଅଭିଯୋଗ କରିଛନ୍ତି।
ବାଲେଶ୍ୱର ଜିଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଜନବସତି ଅଞ୍ଚଳରୁ ଉକ୍ତ ରାସ୍ତା ଦେଇ ଲୋକେ ସହରକୁ ଆସିଥାନ୍ତି। ହସ୍‌ପିଟାଲରୁ ବାହାରୁଥିବା ସଂକ୍ରମିତ ପଦାର୍ଥଗୁଡ଼ିକୁ ନଦୀ ଆଡ଼ିରେ ପକାଇବା କାରଣରୁ ହଜାର ହଜାର ଲୋକ ସଂକ୍ରମିତ ହେବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ବର୍ଷାଦିନେ ପରିତ୍ୟକ୍ତ ସାମଗ୍ରୀରୁ ପାଣି ବାହାରି ପ୍ରଥମେ ବୁଢ଼ାବଳଙ୍ଗ ନଦୀ ଦେଇ ସମୁଦ୍ରରେ ମିଶୁଛି। ବାୟୁ ଓ ଜଳ ଦୂଷିତ ହେବା ସହ ସାମୁଦ୍ରିକ ଜୀବଜନ୍ତୁ ମଧ୍ୟ ପ୍ରଭାବିତ ହେଉଛନ୍ତି। ସମ୍ପ୍ରତି କରୋନା ମହାମାରୀ ସମୟରେ ଏହାକୁ ନଜର ଦିଆ ନ ଯିବା ପରିତାପର ବିଷୟ।
ଏ ସମ୍ପର୍କରେ ଆଇନଜୀବୀ ମନୋଜ ନାୟକ କୁହନ୍ତି, କରୋନା ସମୟରେ ଜିଲା ପ୍ରଶାସନ ଅନ୍ଧ ସାଜିଛି। ଏଭଳି ବର୍ଜ୍ୟବସ୍ତୁ ଯାହାକୁ ଛୁଇଁବା ମନା, ସେଗୁଡ଼ିକୁ ନଦୀ ଆଡ଼ିରେ ଖୋଲାରେ ପକାଇବା ଜାଣି ଜାଣି ଲୋକଙ୍କୁ ମରଣମୁହଁକୁ ଠେଲାଦେବା ସହିତ ସମାନ। ଜିଲାପ୍ରଶାସନ କରୋନା ସଂକ୍ରମଣକୁ ରୋକିବା ପରିବର୍ତ୍ତେ ନିଜେ ସୁରକ୍ଷିତ ରହିବା ଭଳି କାର୍ଯ୍ୟ କରୁଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲସେନ ଜଗଦ୍ଦେବ କୁହନ୍ତି, ଏ ସମ୍ପର୍କରେ ସେ ଅବଗତ ନାହାନ୍ତି। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ କରୁଥିବା ବେଳେ ହେଲା ଛାତିରେ ଯନ୍ତ୍ରଣା, ହୃଦଘାତରେ ଚାଲିଗଲା କ୍ୟାସିୟର ଅରବିନ୍ଦଙ୍କ ଜୀବନ

ଭବାନୀପାଟଣା,୨୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟର କ୍ୟାସିୟର (କୋଷାଧ୍ୟକ୍ଷ) ଅରବିନ୍ଦ ପଣ୍ଡାଙ୍କର ୫୬ ବର୍ଷ ବୟସରେ ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ପରଲୋକ…

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

ବିନା କୋଚିଂରେ ନିଟ୍‌ରେ ସଫଳ ହେଲେ ସୁବ୍ରତ, ଭୀମ ଭୋଇ ମେଡିକାଲ କଲେଜରେ ପଢ଼ିବେ…

କର୍ଲାମୁଣ୍ଡା,୨୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତର ରେଙ୍ଗାଲି ଗ୍ରାମର ମେଧାବୀ ଛାତ୍ର ସୁବ୍ରତ ଶେଖର ରଣା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା…

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

ସିଡିପିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରରେ ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ମଙ୍ଗଳବାରଠାରୁ ଅନଶନ ଆରମ୍ଭ କରିଛନ୍ତି। ଅନଶନ ଆରମ୍ଭ…

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri