କଂଗ୍ରେସ ଭବନରେ ପଶି ପିଟିଲା ପୋଲିସ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟବ୍ୟାପୀ ଚାଲିଥିବା ଆନ୍ଦୋଳନ ଭୟଙ୍କର ରୂପ ନେଇଛି। ଗତ ଦୁଇଦିନ ଧରି ରାଜଧାନୀରେ ରକ୍ତ ବୋହିଛି। ଗୁରୁବାର ପୋଲିସର ଲାଠି ମାଡ଼ରେ ବହୁ ଯୁବ ଭାଜପା କର୍ମୀ ଆହତ ହୋଇଥିବାବେଳେ ପ୍ରତି ଆକ୍ରମଣରେ କେତେଜଣ ପୋଲିସ ଆହତ ହୋଇଥିଲେ। ଶୁକ୍ରବାର ଛାତ୍ର କଂଗ୍ରେସର ବିଧାନସଭା ଘେରାଉ ଉଦ୍ୟମବେଳେ ପୁଣି ଗର୍ଜିଛି ପୋଲିସ ଲାଠି। ବିଧାନସଭା ସମ୍ମୁଖରୁ ଲୋୟର ପିଏମ୍‌ଜି, ଏପରିକି କଂଗ୍ରେସ ଭବନରେ ପଶି ଗୋଡ଼ାଇ ଗୋଡ଼ାଇ ପିଟିଛି ପୋଲିସ। ଏଥିରେ ୨୦ରୁ ଊର୍ଦ୍ଧ୍ୱ କର୍ମୀ ଆହତ ହୋଇଥିବାବେଳେ କେତେଜଣଙ୍କ ମୁଣ୍ଡ ଫାଟିଥିବା ଦେଖିବାକୁ ମିଳିଛି। ସେହିଭଳି କଂଗ୍ରେସ କର୍ମୀଙ୍କ ଅଣ୍ଡା, ଟମାଟୋ ମାଡ଼ ଓ ଧସ୍ତାଧସ୍ତିରେ ୪ଜଣ ପୋଲିସ ଆହତ ହୋଇଥିବା ସୂଚନା ମିଳିଛି।
ମମିତାଙ୍କୁ ନ୍ୟାୟ ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ସହ ଗିରଫ କରି ତଦନ୍ତ ପରିସରଭୁକ୍ତ କରିବା, ହାଇକୋର୍ଟ ଜଜ୍‌ଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ତଦନ୍ତ ଏବଂ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ଉପରେ ଲଗାଇଥିବା ଆରୋପ ପାଇଁ କ୍ଷମା ପ୍ରାର୍ଥନା ଦାବି କରି ଛାତ୍ର କଂଗ୍ରେସ ଶୁକ୍ରବାର ବିଧାନସଭା ଘେରାଉ ଡାକରା ଦେଇଥିଲା। ଏଥିପାଇଁ ଲୋୟର ପିଏମ୍‌ଜିରେ ବିକ୍ଷୋଭ ସମାବେଶର ଆୟୋଜନ କରାଯାଇଥିଲା। ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ଆହ୍ବାନକ୍ରମେ ପୂର୍ବାହ୍ନରେ ହଜାର ହଜାର ଛାତ୍ର କଂଗ୍ରେସ କର୍ମୀ ରାଜଧାନୀରେ ପହଞ୍ଚତ୍ଥିଲେ। ସେମାନେ ବିଭିନ୍ନ
ମାର୍ଗରୁ ଦଳୀୟ ପତାକା ଓ ପ୍ଲାକାର୍ଡ ଧରି ରାଲି କରି ଲୋୟର ପିଏମ୍‌ଜି ଧାରଣା ସ୍ଥଳରେ ପହଞ୍ଚତ୍ ସମାବେଶରେ ସାମିଲ ହୋଇଥିଲେ। ଏଥିସହ ବାଇକ୍‌ ରାଲି ମଧ୍ୟ ସହର ବୁଲିଥିଲା। ପୂର୍ବାହ୍ନ ପ୍ରାୟ ୧୧ଟାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ତାରା ପ୍ରସାଦ ବାହିନୀ ପତି, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜାଙ୍କ ସମେତ ବହୁ କଂଗ୍ରେସ ନେତା ଯୋଗଦେଇ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଉପରେ ବର୍ଷିଥିଲେ। ଏହାପରେ ଅପରାହ୍ନ ପ୍ରାୟ ୧ଟାରେ ସେମାନେ ବିଧାନସଭା ଘେରାଉ ପାଇଁ ଯାଉଥିବାବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲା। ପୋଲିସ ସେମାନଙ୍କୁ ଅଟକାଇବାରୁ କଂଗ୍ରେସ କର୍ମୀମାନେ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ। ଏଥିସହ ବ୍ୟାରିକେଡ ଭାଙ୍ଗି କେତେଜଣ ବିଧାନସଭା ଆଡକୁ ମାଡିଯିବା ସହ କଡ଼ା ସୁରକ୍ଷା ବଳୟ ଡେଇଁ ମୁଖ୍ୟ ଫାଟକ ନିକଟତର ହେଉଥିବାବେଳେ ପୋଲିସ ଅଟକାଇଥିଲା। ଏହା ଭିତରେ ପୋଲିସ ସହ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଥିଲା। ପୋଲିସ ଆନ୍ଦୋଳନକାରୀଙ୍କୁ ଗିରଫ କରି ଭ୍ୟାନ୍‌କୁ ନେଉଥିବାବେଳେ ଏହି ସମୟରେ ଗାଡ଼ି ତଳେ ନିଆଁ ଜଳୁଥିବା ଦେଖି ପୋଲିସ ଉତ୍ତେଜିତ ହୋଇପଡିଥିଲା। ଏହାପରେ ପୋଲିସ ଲାଠିଚାର୍ଜ ଆରମ୍ଭ କରିଥିଲା। ଭୟରେ କଂଗ୍ରେସ କର୍ମୀମାନେ ଛତ୍ରଭଙ୍ଗ ଦେବା ସହ ଯିଏ ଜୁଆଡେ ପାରିଲେ ଦୌଡ଼ିଥିଲେ ମଧ୍ୟ ପୋଲିସ ଖୋଜିଖୋଜି ପିଟିଥିଲା। ଏପରିକି ଧଳାପୋଷକ ପିନ୍ଧା ସାଧାରଣ ଲୋକ ମଧ୍ୟ ପୋଲିସ ମାଡ଼ରୁ ବର୍ତ୍ତି ନ ଥିଲେ। ତେବେ କେତେଜଣ ଆନ୍ଦୋଳନକାରୀ କଂଗ୍ରେସ ଭବନକୁ ପଶିଯାଇଥିଲେ। ଏହା ଜାଣିବା ପରେ ପୋଲିସ ସଂଘବଦ୍ଧ ହୋଇ ହଠାତ୍‌ କଂଗ୍ରେସ ଭବନ ଭିତରକୁ ଯାଇ ଲାଠି ଚାର୍ଜ କରିଥିଲା। ବନ୍ଦ ଥିବା ଘର କବାଟକୁ ଗୋଇଠା ଓ ଧକ୍କା ମାରି ଖୋଲିବାକୁ ଉଦ୍ୟମ କରିବା ସହ ବାହାରୁ ଖିଡିକି ଲଗାଇ ଦେଇଥିଲା। ପୋଲିସର ଏଭଳି ରକ୍ତମୁଖା ଦେଖି କଂଗ୍ରେସ ଭବନ ପରିସରରେ ଥିବା କେତେଜଣ କର୍ମୀ ଉପରକୁ ହାତ କରି ସରେଣ୍ଡର କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ପୋଲିସର ଏଭଳି ବର୍ବରତା ପ୍ରତିବାଦରେ ଛାତ୍ର କଂଗ୍ରେସ ସଭାପତି ୟାସିରଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ କର୍ମୀ ମାଷ୍ଟରକ୍ୟାଣ୍ଟିନ ଛକରେ ଧାରଣା ଦେଇଥିଲେ। ଫଳରେ ଦୀର୍ଘ ସମୟ ଧରି ଗାଡ଼ିମୋଟର ଅଟକି ରହିଥିଲା। ଏଥିରେ ଦଳୀୟ ନେତାମାନେ ମଧ୍ୟ ସାମିଲ ହୋଇଥିଲେ। ଡିସିପି ଉମାଶଙ୍କର ଦାଶ ଓ ଅନ୍ୟ କେତେଜଣ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚତ୍ ସେମାନଙ୍କ ସହ ଆଲୋଚନା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ଏନେଇ ଡିସିପି ଦାଶ କହିଛନ୍ତି, ଦୁଇଟି ଭ୍ୟାନ୍‌ ଟାୟାରରେ କଂଗ୍ରେସ କର୍ମୀମାନେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଇଥିଲେ, ଯାହା ବିସ୍ଫୋରଣ ହେବାର ସମ୍ଭାବନା ରହିଥିଲା। ତେଣୁ ଗାଡ଼ି ଭିତରେ ଥିବା ଗିରଫ ଆନ୍ଦୋଳନକରୀଙ୍କୁ ବାହାର କରିବା ସହ ତୁରନ୍ତ ବଳପୂର୍ବକ ଧାରଣାସ୍ଥଳକୁ ଖାଲି କରିବାକୁ ପୋଲିସ ଉଦ୍ୟମ କରିଥିଲା। ସିସିଟିଭି ଫୁଟେଜ୍‌ ଓ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି। ବିକ୍ଷୋଭକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri