ବିନିତା କରିଥିଲେ ଟୁଇଟର ଡିଲ୍‌…

ଓ୍ବାଶିଂଟନ୍‌, ୧୦।୫ : ଟେସ୍‌ଲା ସିଇଓ ଏଲନ୍‌ ମସ୍କ ମାଇକ୍ରୋ ବ୍ଲଗିଂ ସାଇଟ୍‌ର ଟୁଇଟର କିଣିବା ନେଇ ନାନା ପ୍ରକାର ଚର୍ଚ୍ଚା ଜାରି ରହିଛି। ଏବେ ଏ ସମ୍ପର୍କରେ ଏକ ନୂଆ ଖବର ସାମ୍ପନାକୁ ଆସିଛି। ଏହି ଡିଲ୍‌ରେ ଟୁଇଟର ସିଇଓ ପରାଗ ଅଗ୍ରଓ୍ବାଲଙ୍କ ସ୍ତ୍ରୀ ବିନିତା ଅଗ୍ରଓ୍ବାଲ୍‌ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କୁହାଯାଉଛି।

ମସ୍କ ୭.୧ ବିଲିୟନ ଡଲାର ପାଣ୍ଠି ଯୋଗାଣ ପ୍ରତିଶ୍ରୁତି କରିଥିବାବେଳେ ସେଥିରୁ ୪୦ କୋଟି ଡଲାର କେବଳ ଆଣ୍ଡ୍ରିସେନ୍‌ ହୋରୋଓ୍ବିଜ୍‌ ନାମକ ଆମେରିକୀୟ ଭେଞ୍ଚର କ୍ୟାପିଟାଲ ଫାର୍ମ ସହାୟତା ଯୋଗାଇ ଦେବ ବୋଲି କହିଛି। ୩୫ ବର୍ଷୀୟା ବିନିତା ଏହି ଫାର୍ମର ଜେନେରାଲ ପାର୍ଟନର ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ମସ୍କଙ୍କ ଏହି ଡିଲ୍‌କୁ ଫଣ୍ଡିଂ ଯୋଗାଇ ଦେବାରେ ବିନିତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବା କୁହାଯାଉଛି।

ଆଣ୍ଡ୍ରିସେନ୍‌ ହୋରୋଓ୍ବିଜ୍‌ରେ କାମ କରିବା ପୂର୍ବରୁ ଭାରତୀୟ-ଆମେରିକୀୟ ବିନିତା ଅଗ୍ରଓ୍ବାଲ ହେଲ୍‌ଥ କେୟାର କ୍ଷେତ୍ରରେ କାର୍ଯ୍ୟ କରୁ ଥିଲେ। ୨୦୧୬ରେ ବିନିତା ତାଙ୍କ ଦୀର୍ଘଦିନର ପ୍ରେମିକ ପରାଗ ଅଗ୍ରଓ୍ବାଲଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରେନ୍ସି ମନିଟରିଂ ତାଲିକାରୁ ଭାରତୀୟ ମୁଦ୍ରାକୁ ବାଦ୍‌ ଦେଲା ଆମେରିକା

ଓ୍ବାଶିଂଟନ,୩୦ -୫: ଆମେରିକା ଏହାର କରେନ୍ସି ମନିଟରିଂ ତାଲିକାରୁ ଭାରତୀୟ ମୁଦ୍ରାକୁ ବାଦ୍‌ ଦେଇଛି। ତେବେ ଚାଇନାର ମୁଦ୍ରା ଏବେ ମଧ୍ୟ ଏହି ତାଲିକାରେ ରହିଛି।...

ଭୂକମ୍ପରେ ୨୦ ମୃତ

ଅମ୍ବନ ସିଟି,୨୭।୯: ଇଣ୍ଡୋନେସିଆର ମାଲୁକୁ ଦ୍ୱୀପପୁଞ୍ଜରେ ଗୁରୁବାର ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଏଥିରେ ୨୦ ମୃତ ଓ ଶତାଧିକ ଆହତ ହୋଇଛନ୍ତି। ଭୂକମ୍ପ...

୨୦୭୦ ସୁଦ୍ଧା ଭାରତ ହେବ କାର୍ବନ ନ୍ୟୁଟ୍ରାଲ

ଗ୍ଲାସ୍‌ଗୋ, ୨।୧୧: ୨୦୭୦ ସୁଦ୍ଧା ଭାରତ ଶୂନ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ କରିବ ବୋଲି ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋ ସହରରେ ଅନୁଷ୍ଠିତ ଜଳବାୟୁ ସମ୍ମିଳନୀ (କୋପ୍‌୨୬)ରେ...

୧୨ ହଜାର ଟଙ୍କାରେ ଚଳିପାରିବେ ଆପଣ: ରୁଷିଆ ରାଷ୍ଟ୍ରପତିଙ୍କୁ ପ୍ରଶ୍ନ କଲେ ମହିଳା

ସେଣ୍ଟ ପିଟର୍ସବର୍ଗ,୨୦।୨: ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କୁ ଜଣେ ମହିଳା କରିଥିବା ପ୍ରଶ୍ନ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ପୁଟିନ୍‌ ପୂର୍ବରୁ ବାସ କରୁଥିବା...

ଗାଈକ୍ଷୀର ଶିଶୁ ପାଇଁ ନୁହେଁ ଉପଯୋଗୀ…

ଶିଶୁକୁ ଗାଈକ୍ଷୀର ଦେଲେ ଅନେକ ସମସ୍ୟା ଦେଖାଦେଇଥାଏ। ଗାଈକ୍ଷୀର ଶିଶୁଙ୍କ ପାଇଁ ଅନୁପଯୁକ୍ତ ଏବଂ ଏହାଯୋଗୁ ପିଲାଙ୍କ କିଡ୍‌ନୀ ଉପରେ ବିପରୀତ ପ୍ରଭାବ ପଡିବାର ଆଶଙ୍କା...

ଅଟୋ ଶିଳ୍ପରେ ସ୍ଥିତାବସ୍ଥା ଶୀଘ୍ର ଫେରିବ: ମର୍ସିଡିଜ୍‌ ଏମ୍‌ଡି

ଭୁବନେଶ୍ୱର, ୨୭-୮(ବ୍ୟୁରୋ): ଘରୋଇ ବଜାରର ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ମାନ୍ଦାବସ୍ଥାର ଶିକାର ହୋଇଛି। ଲକଜ୍ୟୁରି କାର ନିର୍ମାଣକାରୀ କମ୍ପାନୀ ମର୍ସିଡିଜ ବେଞ୍ଜ ଇଣ୍ଡିଆ ମଧ୍ୟ ଏହା...

ସବୁଠାରୁ ଖରାପ ସ୍ଥିତିରେ ବାଣିଜି୍ୟକ ପରିବେଶ

ମୁମ୍ବାଇ,୬-୧୦: ସେପ୍ଟେମ୍ବର ତ୍ରୈମାସରରେ ଦେଶର ବାଣିଜି୍ୟକ ପରିବେଶ ସବୁଠାରୁ ଖରାପ ସ୍ଥିତିରେ ପହଞ୍ଚିଛି। ୨୦୦୮ ଆର୍ଥତ୍କ ଦୁଃସ୍ଥିତି ପରେ ଏଭଳି ସ୍ଥିତି ଗତ ତ୍ରୈମାସରେ ଘରୋଇ...

ସର୍ବାଧିକ ବିଲିୟନେୟାର: ଭାରତ ବିଶ୍ୱରେ ୩ୟ

ନୂଆଦିଲ୍ଲୀ: ସବୁଠାରୁ ବେଶି ଅତିଧନୀ ବସବାସ କରୁଥିବା ଦେଶଗୁଡିକୁ ନେଇ ଫୋର୍ବସ ପକ୍ଷରୁ ବୁଧବାର ଏକ ତାଲିକା ପ୍ରକାଶ ପାଇଛି। ବିଲିୟନେୟାରଙ୍କ କଥା ବିଚାରକୁ ନେଲେ...

Advertisement
Archives

Model This Week