ଏସସିଓରେ ଭାରତ ଆତଙ୍କବାଦ କଥା ଉଠାଇବାରୁ ବିଲାଓ୍ବଲ କହିଲେ, କୁଟନୈତିକ ଲାଭ ପାଇଁ ଏହାକୁ ଅସ୍ତ୍ର କରା ନ ଯାଉ

ପଣଜି,୫।୫: ଗୋଆରେ ଚାଲିଥିବା ସାଂଘାଇ ସହଯୋଗ ସଙ୍ଗଠନ(ଏସସିଓ)ର ବହିର୍ବାପ୍ୟାର ମନ୍ତ୍ରୀଙ୍କ ବୈଠକରେ ଭାରତ ଆତଙ୍କବାଦ ଉପରେ କଡା ପ୍ରହାର କରିଛି। ଏହାରି ଭିତରେ ସିଧାସିଧା ଭାବେ କଥାଟି ପାକିସ୍ତାନର ବର୍ହିବ୍ୟାପାର ମନ୍ତ୍ରୀ ବିଲାଓ୍ବଲ ଜୁଟ୍ଟୋଙ୍କୁ ଯାଇ ଲାଗିଛି। ପାକିସ୍ତାନର ବର୍ହିବ୍ୟାପାର ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜର୍ଦାରି ସାମୁହିକ ଭାବେ ଆତଙ୍କବାଦର ବିପଦକୁ ଶେଷ କରିବାକୁ କହିଲେ ସତ ହେଲେ ଏହାରି ଭିତରେ ସେ କହିଲେ କି ଆମକୁ କୁଟନୈତିକ ଲାଭ ପାଇଁ ଆତଙ୍କବାଦକୁ ଅସ୍ତ୍ର କରି ଚକ୍କରରେ ପଡିବା ଉଚିତ ନୁହେଁ।

ଏହା ପୂର୍ବରୁ ଭାରତର ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏସସିଓ ମଞ୍ଚରେ ପ୍ରମୁଖ ପ୍ରସଙ୍ଗ ଭାବେ ଆତଙ୍କବାଦକୁ ଉଠାଇଥିଲେ। ଜୟଶଙ୍କର କହିଥିଲେ, କୌଣସି ବି ପରିସ୍ଥିତିରେ ଆମେ ଆତଙ୍କବାଦକୁ ମୂଲ୍ୟ ଦେଇପାରିବୁ ନାହିଁ। ଆତଙ୍କବାଦକୁ ସବୁ ଦିଗରୁ ଶେଷ କରିବା ଦରକାର। ଆତଙ୍କବାଦକୁ ଫଣ୍ଡିଂ କରିବାକୁ ତୁରନ୍ତ ବନ୍ଦ କରିବାକୁ ପଡିବ। ଭାରତୀୟ ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଏସସିଓର ସ୍ଥାପନା ସଂକଳ୍ପକୁ ମନେ ପକାଇଲେ ଓ କହିଥିଲେ ଆତଙ୍କବାଦର ଲଢେଇ ଏଥିରେ ପ୍ରମୁଖ ଲଢେଇ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ବିରାଟଙ୍କ ପ୍ରତ୍ୟାବର୍ତ୍ତନ, ଯଶସ୍ୱୀ ବାଦ୍

ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ରବିବାର, ୨୧ ଜୁନ୍‌ରେ ୧୫ ଜଣିଆ ଭାରତୀୟ ଦିନିକିଆ (ODI) ଦଳ ଘୋଷଣା କରିଛି।…

ପୁଣି ବନ୍ଦ ହେଲା ହର୍ମୁଜ ପ୍ରଣାଳୀ, IRGC ଘୋଷଣା ପୂର୍ବରୁ କେତେ ଭାରତୀୟ ଜାହାଜ ବାହାରିଛି? ଚମକାଇ ଦେବ ସଂଖ୍ୟା

ତେହରାନ,୨୧।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଶନିବାର (ଜୁନ ୨୦, ୨୦୨୬) ତିନୋଟି ଭାରତୀୟ ଅଶୋଧିତ ତୈଳ ସୁପରଟ୍ୟାଙ୍କର୍‌ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି।…

କ୍ରିକେଟ ଇତିହାସରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ: ଯୁବରାଜ ସିଂହଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୧।୬: ରବିବାର ତ୍ରି-ସିରିଜ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୯ ବଲ ରୁ ୯୪ ରନ କରିଥିଲେ। ଯଦିଓ ଏହି ମ୍ୟାଚ ରେ ୧୫ ବର୍ଷୀୟ ଖେଳାଳି ଶତକରୁ…

ଛକା ଚୌକା ବର୍ଷା କରି ସଭିଙ୍କୁ ପୁଣି ଚକିତ କଲେ ବୈଭବ ସୂର୍ଯ୍ୟବଂଶୀ, କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୧।୬: ବୈଭବ ସୂର୍ଯ୍ୟବଂଶୀ ଲିଷ୍ଟ ଏ କ୍ରିକେଟର ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ତ୍ରି-ସିରିଜ ଫାଇନାଲରେ ସେ ଶ୍ରୀଲଙ୍କା ଏ ବିପକ୍ଷରେ ମାତ୍ର ୧୧ ବଲରେ…

NDAରେ ସାମିଲ ହେବ DMK? ଶେଷ ପ୍ରତିବନ୍ଧକ ଦୂର, ମୋଦି ସରକାର ଖୁବ ଶୀଘ୍ର ଲୋକ ସଭାରେ ୩୬୦ ଆସନ ହାସଲ କରିବାକୁ ଯାଉଛି

ନୂଆଦିଲ୍ଲୀ,୨୧।୬: ତାମିଲନାଡୁ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ଦ୍ରାବିଡ଼ ମୁନ୍ନେତ୍ର କାଝଗମ (DMK)ର ଦୀର୍ଘକାଳୀନ ସହଯୋଗୀ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ (IUML) ଆନୁଷ୍ଠାନିକ ଭାବରେ…

‘୫୦ ବର୍ଷରେ ୩୦ ବର୍ଷ ଭଳି ଉର୍ଜାଶୀଳ ରୁହନ୍ତୁ’, ଅନ୍ତର୍ଜାତୀୟ ଯୋଗ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା

କୋଲକାତା,୨୧।୬: ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ କୋଲକାତାରେ ଏକ ଯୋଗ ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ…

ଇସ୍ତଫା ଦେବେକି ବ୍ରିଟେନ ପ୍ରଧାନମନ୍ତ୍ରୀ? ୧୦୦ ରୁ ଅଧିକ ଏମପିଙ୍କ ଚାପ….

ଲଣ୍ଡନ,୨୧।୬: ବ୍ରିଟେନ ପ୍ରଧାନମନ୍ତ୍ରୀ କାଇର ଷ୍ଟାରମରଙ୍କ ଇସ୍ତଫା ସମ୍ପର୍କରେ କଳ୍ପନାଜଳ୍ପନା ତୀବ୍ର ହୋଇଛି । ବ୍ରିଟେନ ଖବରକାଗଜର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଷ୍ଟାରମର ସୋମବାର…

‘ଇଟାଲୀର ଲୋକପ୍ରିୟତା ଆମେରିକା ସହିତ ସମ୍ପର୍କ ଉପରେ ନିର୍ଭର କରେ ନାହିଁ’: ଟ୍ରମ୍ପଙ୍କୁ ମେଲୋନିଙ୍କ କଡ଼ା ଜବାବ

ରୋମ,୨୧।୬: ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଆଜି, ଶନିବାର, ଟ୍ରମ୍ପ ପୁଣି ଥରେ ମେଲୋନିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri