
ବରଗଡ଼,୮।୨(ପ୍ରେମାନନ୍ଦ ଖମାରୀ): ବରଗଡ଼-ବରପାଲି ରାସ୍ତାର ଏକାମ୍ର ଛକନିକଟରେ ଶନିବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିିଛି। ଘଟଣାସ୍ଥଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ, ସୋନପୁର ଜିଲା ରାମପୁରର ରଘୁବୀର ବଗର୍ତ୍ତୀ। ସେହିପରି ତାଙ୍କ ସହିତ ବାଇକ୍ରେ ବସିଥିବା ଅନ୍ୟଜଣେ ମୁକେଶ ପୁଟେଲ ଗୁରୁତର ଆହତ ହୋଇଛନ୍ତି।
ତାଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ରଘୁବୀର ଏବଂ ମୁକେଶ କୌଣସି କାମରେ ବରଗଡ଼ ଆସି ଥିଲେ। ସେମାନେ କାମ ସାରି ଘରକୁ ଫେରିବା ବେଳେ ଏକାମ୍ର ଛକ ନିକଟରେ ତାଙ୍କ ବାଇକ୍କୁ ପଛପଟୁ ଅନ୍ୟ ଏକ ବାଇକ୍ ଧକ୍କା ଦେଇଥିଲା। ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ। ପୋଲିସ ଏବଂ ସ୍ଥାନୀୟ ଲୋକେ ମୃତାହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।