ବିଦ୍ୟୁତ୍‌ ଖୁଣ୍ଟରେ ପିଟିହେଲା ବାଇକ୍‌: ଚାଲିଗଲା ଚାଳକଙ୍କ ଜୀବନ

ଥୁଆମୁଳ ରାମପୁର:୧୭।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ସ୍ଥିତ କର୍ଲାପାଟ ଥାନା ଅଞ୍ଚଳରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପୁଣି ସୋମବାର ଏକ ବାଇକ୍‌ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ କର୍ଲାପାଟ ଥାନା ଅଧୀନ ପେରମଞ୍ଜି ଗ୍ରାମ ସ୍ଥିତ ଶ୍ମଶାନ ପାଖରେ ଏକ୍‌ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଲାଗିଥିବା ଏକ ବିଜୁଳି ଖୁଣ୍ଟରେ ପିଠି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ମୃତକ ହେଲେ ଥୁଆମୁଳ ରାମପୁର ବ୍ଳକ ଅଧୀନ ସିଲେଟ ପଞ୍ଚାୟତ ସେମିଖାଲ ଗ୍ରାମର ଡାଲି ମାଝୀଙ୍କ ପୁଅ ସାନି ମାଝୀ ବୋଲି ଜଣାପଡ଼ିଛି।

ରବିବାର ବିଳମ୍ବିତ ରାତିରେ ସାନି ଥୁଆମୁଳ ରାମପୁରରୁ ଭବାନୀପାଟଣା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି l ଏନେଇ ସୋମବାର ସକାଳେ ଖବର ପାଇ କର୍ଲାପାଟ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଦେଲେ ବଡ଼ ବୟାନ…

ପୁରୀ,୧୪।୭: ବହୁ ବର୍ଷ ଅପେକ୍ଷାର ହେବ ଅନ୍ତ। ରବିବାର ଖୋଲାଯିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର। ଏହାପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ...

ରତ୍ନଭଣ୍ଡାର ଖୋଲିବା ବେଳେ ଲାଗୁ ହେବ ସାମୟିକ କଟକଣା; ସିଂହଦ୍ୱାରକୁ ଛାଡ଼ି ବାକି ଦ୍ୱାର ବନ୍ଦ

ପୁରୀ,୧୪।୭: ଅନେକ ଚର୍ଚ୍ଚା ଆଲୋଚନା ପରେ ଖୋଲିବାକୁ ଯାଉଛି ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ ସବୁ ପ୍ରସ୍ତୁତି ସାରିଥିବା ବେଳେ ରତ୍ନଭଣ୍ଡାର ରକ୍ଷକ ପ୍ରଭୁ ଲୋକନାଥଙ୍କ...

ଆଜି ଖୋଲିବ ରତ୍ନଭଣ୍ଡାର, ଭଣ୍ଡାରରେ ରହିଛି ଏତେ ସୁନାରୁପା ଅଳଙ୍କାର!

ଭୁବନେଶ୍ୱର,୧୪।୭: ଖୋଲିବ କାଳିଆର ରତ୍ନ ଭଣ୍ଡାର। ୪୬ବର୍ଷ ପ୍ରତୀକ୍ଷାର ଅନ୍ତ। ଆଜି ସବୁ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସିର ଦିନ। ରବିବାର ଦିନ ୧ଟାରୁ ୧ଟା...

ଘରେ ମଧ୍ୟାହ୍ନଭୋଜନ ରାନ୍ଧି ସ୍କୁଲକୁ ଆଣୁଛନ୍ତି ଏସ୍‌ଏଚ୍‌ଜି ମହିଳା

କୋଷାଗୁମୁଡ଼ା, ୧୪।୭(ପ୍ରସାଦ ବିଷୋୟୀ)ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ସ୍କୁଲ ଖୋଲାଯାଇଛି। କିନ୍ତୁ ସେଠାରେ ଭିତ୍ତିଭୂମିର ଅଭାବ ରହିଛି। ଏପରି ଏକ ସ୍କୁଲ ହେଉଛି ନବରଙ୍ଗପୁର ଜିଲା...

୪୬ ବର୍ଷ ଅପେକ୍ଷାର ଅନ୍ତ ଆଜି

ପୁରୀ,୧୪ା୭(ଅଜିତ୍‌ କୁମାର ମହାନ୍ତି)ଦୀର୍ଘ ୪୬ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ରବିବାର ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବ। ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ...

ମହାପ୍ରଭୁଙ୍କ ପାଇଁ ପାଣିର ବାଷ୍ପରେ ପ୍ରସ୍ତୁତ ହୁଏ ପୋଡ଼ପିଠା

ପୁରୀ,୧୪ା୭(ଅଜିତ୍‌ କୁମାର ମହାନ୍ତି)ଭୋଜନ ପ୍ରିୟ ମହାପ୍ରଭୁ ଶ୍ରୀଜଗନ୍ନାଥ। ସେଥିପାଇଁ ତାଙ୍କ ନିକଟରେ ପ୍ରତିଦିନ ୬୦ ପଉଟି ଭୋଗ ଓ ୫୬ ପ୍ରକାର ବ୍ୟଞ୍ଜନର ବ୍ୟବସ୍ଥା ରହିଛି।...

କଲେଜ କର୍ମଚାରୀଙ୍କ ଉପରେ ଆକ୍ରମଣ: ଆକ୍ରମଣକାରୀ ଭାଜପାର କହିଲେ

ବରଗଡ଼,୧୪।୭(ପ୍ରେମାନନ୍ଦ ଖମାରୀ): ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ବରଗଡ଼ ଜିଲା ଗସ୍ତ କରିଥିଲେ। ସହର ଉପକଣ୍ଠ ତୋରା...

ମଙ୍ଗଳା ମନ୍ଦିର ବିକାଶ ପାଇଁ ୫୦ କୋଟି

ନିମାପଡ଼ା/କାକଟପୁର/ଅସ୍ତରଙ୍ଗ/ ଯୋଗେଶ୍ୱରପୁର (ବିଚିତ୍ରାନନ୍ଦ ସାହୁ/ରଞ୍ଜନ ପଟ୍ଟନାୟକ/ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା/ରଶ୍ମିରଞ୍ଜନ ସାହୁ)୧୪ା୭: ପୁରୀ ଜିଲା ନିମାପଡ଼ାର ମା’ ପୂର୍ଣ୍ଣେଶ୍ୱରୀ ମନ୍ଦିର ଠାରୁ କାକଟପୁରର ଅଧିଷ୍ଠାତ୍ରୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri