ନୟାଗଡ଼ରୁ ଛତ୍ରପୁର ଆସୁଥିଲେ, ଡିଭାଇଡର ସହ ବାଇକ୍‌ ପିଟି ହେବା ପରେ ଛିଟିକି ପଡ଼ିଲେ; ମା’ବାପା ଗୁରୁତର, ୨ ବର୍ଷର ଶିଶୁକନ୍ୟା…

ଛତ୍ରପୁର, ୨୧।୪(ଦିଲ୍ଲୀପ ସାମଲ):  ଛତ୍ରପୁର ଥାନା ଅଧିନ ଜାତୀୟ ରାଜପଥ ଭାଗ୍ୟଲକ୍ଷ୍ମୀ ନଗର ନିକଟରେ ସଡକ ଦୁର୍ଘଟଣା । ଏଥିରେ ସ୍ବାମୀ ଓ ସ୍ତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ୨ବର୍ଷର ଶିଶୁ କନ୍ୟା ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନାନୁଯାୟୀ, ଏକ ବାଇକ ଯୋଗେ ଗଞ୍ଜାମ ପରିବହନ ବିଭାଗରେ କାର୍ଯ୍ୟରତ ବିଶ୍ୱ ରଞ୍ଜନଙ୍କ ପରିବାର ନୟାଗଡରୁ ଛତ୍ରପୁର ଅଭିମୁଖେ ଆସୁଥିବା ବେଳେ ଭାଗ୍ୟଲକ୍ଷ୍ମୀନଗରଠାରେ ଭାରସ୍ୟାମ ହରାଇ ଏକ ଡିଭାଇଡର ସହ ଧକ୍କା ହୋଇଥିଲା ।  ଫଳରେ ତିନି ଜଣ ଛିଟିକି ପଡିଥିଲେ। ଚାଳକ ବିଶ୍ୱ ରଞ୍ଜନ ଓ ସ୍ତ୍ରୀ ସୁଷମା ପଣ୍ଡା ଗୁରୁତର ଆହତ ହୋଇଥିବା ବେଳେ ୨ବର୍ଷର ଶିଶୁ କନ୍ୟା ସାମାନ୍ୟ ଆଘାତ ଲାଗିଥିଲା । ଏହି ସମୟରେ ତୁରନ୍ତ ଦେବଦୂତ ସାଜିଥିଲେ ଛତ୍ରପୁର ଅଗ୍ନିଶମ ଅଧିକାରୀ ଧନୁଞ୍ଜୟ ମଲ୍ଲିକ। ସେ ଦୁଇ ଆହତଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲ ସ୍ଥାନାନ୍ତର କରିଥିଲେ । ଗୁରୁତର ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ମେଡିକାଲ ପଠାଯାଇଛି । ଶିଶୁ କନ୍ୟାକୁ ଅଗ୍ନିଶମ ଅଧିକାରୀ ସୁରକ୍ଷିତ ଭାବେ ରଖି ପରେ ପରିବହନ ବିଭାଗକୁ ହସ୍ତାନ୍ତର କରିଥିଲେ । ବର୍ତ୍ତମାନ ବିଶ୍ୱ ରଞ୍ଜନଙ୍କ ସ୍ତ୍ରୀଙ୍କର ବ୍ରହ୍ମପୁର ମେଡିକାଲରେ ଆଇୟୁସିରେ ଚିକିତ୍ସା ଜାରି ରହିଛି। ମୁଣ୍ଡକୁ ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଛି । ବିଶ୍ୱ ଗଞ୍ଜାମ ଅଗସ୍ତିନୁଆଗାଁ ସ୍ଥିତ ପରିବହନ କାର୍ଯ୍ୟାଳୟରେ ଡାଡା ଏଣ୍ଟ୍ରି କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ନିରକ୍ଷର ବ୍ୟକ୍ତିମାନଙ୍କୁ ସାକ୍ଷର: ଉଲ୍ଲାସ ଅଭିଯାନ ଶୁଭାରମ୍ଭ

ଛତ୍ରପୁର, ୫।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନିରକ୍ଷରଙ୍କୁ ସାକ୍ଷର କରିବା ଓ ଜୀବନବ୍ୟାପୀ ଶିକ୍ଷା ପ୍ରତି ଲୋକଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାରେ ‘ଉଲ୍ଲାସ’ ସଚେତନତା…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri