ଗଞ୍ଜାମରୁ ଆରମ୍ଭ ବିଜୁଙ୍କ ରାଜନୀତି

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଗଞ୍ଜାମରୁ ଆରମ୍ଭ କରିଥିଲେ ଭୋଟ ରାଜନୀତି। ଜିଲାରୁ ଲଗାତର ଦୁଇଥର କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସ୍ବାଧୀନତା ପରବର୍ତ୍ତୀ ୧୯୫୧-୫୨ ସାଧାରଣ ନିର୍ବାଚନରେ ତତ୍କାଳୀନ ଜଗନ୍ନାଥପ୍ରସାଦ ନିର୍ବାଚନମଣ୍ଡଳୀରୁ ଏବଂ ୧୯୫୭ ନିର୍ବାଚନରେ ସୋରଡ଼ା ନିର୍ବାଚନମଣ୍ଡଳୀରୁ କଂଗ୍ରେସରୁ ଜିତିଥିଲେ। ୧୯୬୧-୬୨ ନିର୍ବାଚନରେ କଟକ ଜିଲା ଚୌଦ୍ୱାର ଆସନରୁ ପୁଣି କଂଗ୍ରେସରୁ ନିର୍ବାଚିତ ହୋଇ ପ୍ରଥମ ଥର ରାଜ୍ୟ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସ୍ବଳ୍ପକାଳ କ୍ଷମତାସୀନ ହୋଇଥିବା ବିଜୁବାବୁ ଜାତୀୟ କଂଗ୍ରେସର କାମରାଜୁ କାର୍ଯ୍ୟକ୍ରମରେ ଯୋଗଦେଇ ପଦ ଛାଡ଼ିଥିଲେ। ତେଣୁ ବୀରେନ ମିତ୍ର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇଥିଲେ।
ବିଜୁଙ୍କ ପୈତୃକ ଗ୍ରାମ ଭଞ୍ଜନଗର ନିକଟ ନୂଆଗଁା। ତାଙ୍କ ବାପା ସ୍ବର୍ଗତ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ସେଠାରେ ଜନ୍ମ ହୋଇଥିଲେ। ତେଣୁ ଭୋଟ ରାଜନୀତି ପାଇଁ ପ୍ରଥମେ ଗଞ୍ଜାମ ଜିଲାକୁ ବାଛିଥିଲେ। ସେତେବେଳେ ଏହି ଜିଲାରେ ବିରୋଧୀ ଭାବେ ମୁଖ୍ୟତଃ କମ୍ୟୁନିଷ୍ଟ ଏବଂ ଆଉ କେତେକ ଅଞ୍ଚଳରେ ଗଣତନ୍ତ୍ର ପରିଷଦ ପାର୍ଟି କଂଗ୍ରେସକୁ ମୁକାବିଲା କରୁଥିଲା। ୧୯୯୬ ଲୋକ ସଭା ନିର୍ବାଚନରେ ସେ ଆସିକା କ୍ଷେତ୍ରରୁ ଜନତା ଦଳରୁ ନିର୍ବାଚିତ ହୋଇଥିଲେ। ମାତ୍ର ବର୍ଷକରେ ୧୯୯୭ରେ ଆରପାରିକୁ ଚାଲିଗଲେ।
ଆସିକା ଲୋକ ସଭା ଉପନିର୍ବାଚନ ୧୯୯୭ରେ ହୋଇଥିଲା। ପୁତ୍ର ନବୀନ ପଟ୍ଟନାୟକ ଜନତା ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରି ବିପୁଳ ଭୋଟରେ ନିର୍ବାଚିତ ହେଲେ। ଫଳରେ ପିତାଙ୍କ ପରେ ପୁତ୍ର ମଧ୍ୟ ଗଞ୍ଜାମରୁ ଭୋଟ ରାଜନୀତି ଆରମ୍ଭ କରିଛନ୍ତି। ଉପନିର୍ବାଚନ ପରେ ୧୯୯୮ ଓ ୯୯ ଲୋକ ସଭା ନିର୍ବାଚନରେ ନବୀନ ବିଜୁ ଜନତା ଦଳରୁ ଏମ୍‌ପି ହୋଇ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ୨୦୦୦ ବିଧାନସଭା ନିର୍ବାଚନ ବେଳେ ସେ ଏମ୍‌ପି ପଦ ଛାଡ଼ି ପ୍ରଥମେ ହିଞ୍ଜିଳିକାଟୁ ସେଗ୍‌ମେଣ୍ଟରୁ ବିଧାୟକ ହେଲେ। ସେଠାରୁ ଲଗାତର ୫ ଥର ଜିତି ୫ମ ପାଳି ମୁଖ୍ୟମନ୍ତ୍ରୀ ହୋଇ ଜାତୀୟ ରାଜନୀତିରେ ଚର୍ଚ୍ଚିତ ହୋଇଛନ୍ତି। ବିଜୁବାବୁଙ୍କ ଭଳି ନବୀନଙ୍କର ମଧ୍ୟ ଏହି ଜିଲାରେ ଲୋକପ୍ରିୟତା ବଢ଼ି ଚାଲିଛି। ପ୍ରବାଦ ପୁରୁଷଙ୍କ ଜନ୍ମ ତିଥିରେ ଜିଲା ଓ ବିଶେଷକରି ସୋରଡ଼ା ଓ ଜଗନ୍ନାଥପ୍ରସାଦ ଅଞ୍ଚଳର ପୁରୁଣାକାଳିଆ ଲୋକେ ତାଙ୍କୁ ମନେପକାଉଛନ୍ତି।
– ନରସିଂହ ସାହୁ, ବ୍ରହ୍ମପୁର


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri