ପୁନର୍ଗଠିତ ହେଲା ବିଜୁ ଛାତ୍ର ଜନତା ଦଳ

ଭୁବନେଶ୍ବର, ୨୩ା୮(ବ୍ୟୁରୋ):ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଏବେ ସାଙ୍ଗଠନିକ ପୁନର୍ଗଠନ ପ୍ରକ୍ରିୟାକୁ ଜୋରଦାର୍‌ କରିଛି। ଏହି କ୍ରମରେ ସୋମବାର ବିଜୁ ଛାତ୍ର ଜନତା ସାଙ୍ଗଠନିକ କମିଟିର ପୁନର୍ଗଠନ କରାଯାଇଛି। ପ୍ରକାଶ ପାଇଥିବା ତାଲିକା ଅନୁଯାୟୀ ପୂର୍ବରୁ ଯେଉଁମାନେ ଯେଉଁ ଦାୟିତ୍ୱରେ ଥିଲେ ସେଥିରେ ସେଭଳି କିଛି ପରିବର୍ତ୍ତନ ହୋଇନାହିଁ। ହେଲେ କେତେଜଣ ନୂଆ ଚେହେରାଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି। ବିଜୁ ଛାତ୍ର ଜନତା ଦଳର ଏହି ପରିବର୍ତ୍ତିତ ସଂଶୋଧିତ କମିଟିରେ ୫ଜଣଙ୍କୁ କାର୍ଯ୍ୟକାରୀ ସଭାପତି କରାଯିବା ସାଙ୍ଗକୁ ମୋଟ୍‌ ୧୬୯ ଛାତ୍ର ନେତାଙ୍କୁ ଥଇଥାନ କରାଯାଇଥିବା ଚର୍ଚ୍ଚା ଜୋର୍‌ ଧରିଛି। ଏହାସହ ୩୫ ସାଙ୍ଗଠନିକ ଜିଲାରେ ୩୮ ଜଣଙ୍କୁ ଥଇଥାନ କରାଯାଇଛି। ବଲାଙ୍ଗୀର ଓ କୋରାପୁଟ ଜିଲା ସଭାପତିଙ୍କୁ ପରିବର୍ତ୍ତନ କରାଯାଇଥିବାବେଳେ ରାଉରକେଲା, କଟକ ଓ କୋରାପୁଟ ଜିଲାରେ ସଭାପତିଙ୍କ ସହ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ମିଳିଛି। ଏହି ନୂଆ ତାଲିକା ପ୍ରସ୍ତୁତିରେ ବିଜେଡି ଛାତ୍ର ସଭାପତି ଓ ରାଜ୍ୟ ସାଧାରଣ ସମ୍ପାଦକଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏଥର କମିଟିରେ ୧୬୯ ଜଣ ସାମିଲ କରାଯାଇଥିଲେ ବି ସବୁ ଜିଲାକୁ ପ୍ରତିନିଧିତ୍ୱର ଗୁରୁତ୍ୱ ମିଳିନାହିଁ। ଅନୁଗୋଳ, ବଲାଙ୍ଗୀର, କନ୍ଧମାଳ, ଗଜପତି, ଜଗତ୍‌ସିଂହପୁର, ମାଲକାନଗିରି ଆଦି ଜିଲାର ଛାତ୍ର ନେତାଙ୍କୁ ରାଜ୍ୟ କମିଟିରେ ସ୍ଥାନ ମିଳି ନ ଥିବା ବେଳେ ପ୍ରାୟ ୬୦ ପ୍ରତିଶତ ପଦବୀ ଭୁବନେଶ୍ୱର, କଟକ ଓ ଯାଜପୁରର ଛାତ୍ରନେତାଙ୍କୁ ଦିଆଯାଇଛି। ତେବେ ତାଲିକା ଅନୁଯାୟୀ, ଛାତ୍ର ବିଜେଡିର କାର୍ଯ୍ୟକାରୀ ସଭାପତି ପଦବୀ ୩ରୁ ୫କୁ ବୃଦ୍ଧି କରାଯାଇଛି। ୮ ଜଣଙ୍କୁ ବରିଷ୍ଠ ଉପସଭାପତି କରାଯାଇଥିବାବେଳେ ଜୋନ୍‌ ସଭାପତି ୬ରୁ ୭କୁ , ସାଧାରଣ ସମ୍ପାଦକ ପଦବୀ ୪୦ରୁ ୫୧କୁ ଏବଂ ସମ୍ପାଦକ ୪୪ରୁ ୬୧କୁ ବୃଦ୍ଧି ପାଇଛି। ସେହିପରି ଉପସଭାପତି ଭାବେ ୧୧ରୁ ୧୦ ଏବଂ ଯୁଗ୍ମ ସମ୍ପାଦକଙ୍କ ସଂଖ୍ୟା ୩୩ରୁ ୨୬କୁ ହ୍ରାସ ପାଇଛି। ବରିଷ୍ଠ ଉପସଭାପତି ଥିବା ବିଶ୍ୱପ୍ରତାପ ସାହୁଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଛି। ମିକୁ ପ୍ରଧାନଙ୍କୁ ନୂଆକରି ଉପସଭାପତି କରାଯାଇଛି। ଈପ୍ସିତା ସାହୁ ପୂର୍ବଭଳି ଛାତ୍ର ବିଜେଡି ମହାସଚିବ ହୋଇଛନ୍ତି। ୨୦୨୦ ବଲାଙ୍ଗୀର ଓ କୋରାପୁଟର ଛାତ୍ର ସଭାପତି ଭାବେ ଯଥାକ୍ରମେ ସିମେବ୍‌ ଓ୍ବାକସ୍‌ ଓ ଶଶାଙ୍କ ମିଶ୍ରଙ୍କୁ ନିଯୁକ୍ତି ମିଳିଛି। ବଲାଙ୍ଗୀର ଜିଲା ଛାତ୍ର ସଭାପତି ଭାବେ ସୁମନ କୁମାର ନନ୍ଦ ଏବଂ କୋରାପୁଟ ଜିଲା ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ପ୍ରଦୀପ ପାଣ୍ଡେ କାର୍ଯ୍ୟ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଯୁକ୍ତି ଦେଇଥିବା ଏବଂ ତାଙ୍କ ନିର୍ଦ୍ଦେଶକ୍ରମେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତ ଥିବା ଏକ ବିଜ୍ଞପ୍ତି ଦଳ ତରଫରୁ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri