Posted inଜାତୀୟ

ଅବୈଧ ଥିଲେ ବିହାର ଏସ୍‌ଆଇଆର୍‌କୁ ରଦ୍ଦ କରିଦେବୁ

ନୂଆଦିଲ୍ଲୀ,୧୬ା୯(ପି.ଟି.): ନିର୍ବାଚନ କମିଶନ (ଇସି) ସାମ୍ବିଧାନିକ କର୍ତ୍ତୃପକ୍ଷ ଭାବେ ଆଇନ ଅନୁଯାୟୀ ବିହାରରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚଳାଇଥିବା ନେଇ ଭରସା ରହିଥିବା ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ତେବେ କୌଣସିି ପର୍ଯ୍ୟାୟରେ ଆଇନର ଉଲ୍ଲଂଘନ ହୋଇଥିଲେ, ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ରଦ୍ଦ କରିଦିଆଯିବ ବୋଲି ସର୍ବୋଚ୍ଚ ଅଦାଲତ ଚେତାବନୀ ଦେଇଛନ୍ତି। ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତ ଏବଂ ଜୟମାଲ୍ୟ ବାଗ୍‌ଚୀଙ୍କ ଖଣ୍ଡପୀଠ ବିହାର ଏସ୍‌ଆଇଆର୍‌ର ବୈଧତା ଉପରେ ଚୂଡ଼ାନ୍ତ ଶୁଣାଣି ପାଇଁ ଅକ୍ଟୋବର ୭କୁ ଧାର୍ଯ୍ୟ କରିଥିବାବେଳେ ଏହା ଉପରେ କୌଣସି ସଂକ୍ଷିପ୍ତ ମତାମତ ଦେବାକୁ ମନା କରି ଦେଇଛନ୍ତି। ବିହାର ଏସ୍‌ଆଇଆର୍‌ ଉପରେ ସର୍ବୋଚ୍ଚ ଅଦାଲତଙ୍କ ରାୟ ସାରା ଦେଶ ପାଇଁ ଲାଗୁ ହେବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଦେଇଛନ୍ତି।
ସାରା ଦେଶରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ କାର୍ଯ୍ୟରୁ ନିର୍ବାଚନ କମିଶନଙ୍କୁ ରୋକାଯାଇପାରିବ ନାହିଁ। ତେବେ ଅକ୍ଟୋବର ୭ ତାରିଖ ଚୂଡ଼ାନ୍ତ ଶୁଣାଣି ଦିନ ବିହାର ଏସ୍‌ଆଇଆର୍‌ ବିରୋଧରେ ପିଟିଶନ ଦାଖଲ କରିଥିବା ପକ୍ଷମାନେ ସାରା ଦେଶରେ ଏସ୍‌ଆଇଆର୍‌ ଉପରେ ଯୁକ୍ତି ଉପସ୍ଥାପନ କରିପାରିବେ ବୋଲି ଖଣ୍ଡପୀଠ କହିଛନ୍ତି। ସେପ୍ଟେମ୍ବର ୩୦ରେ ପ୍ରକାଶ ପାଇବାକୁ ଥିବା ଚୂଡ଼ାନ୍ତ ଭୋଟର ତାଲିକା ମାମଲାର ନ୍ୟାୟିକ ନିର୍ଣ୍ଣୟ ଉପରେ କୌଣସି ପାର୍ଥକ୍ୟ ରଖିବ ନାହିଁ। କେବଳ ଯଦି କୌଣସି ପର୍ଯ୍ୟାୟରେ ବେଆଇନ କାର୍ଯ୍ୟ ହୋଇଥିବା ଅଦାଲତ ଅନୁଭବ କରନ୍ତି, ତେବେ ତାହାକୁ ଖାରଜ କରିଦେଇପାରିବେ ବୋଲି ଖଣ୍ଡପୀଠ ଆବେଦନକାରୀଙ୍କୁ କହିଛନ୍ତି।
ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ କରୁଥିବାରୁ ଏହା ପଛର ଉଦ୍ଦେଶ୍ୟକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ। ନିର୍ବାଚନ କମିଶନ ଭୋଟର ତାଲିକାରେ ଅନ୍ତର୍ଭୁକ୍ତି ପାଇଁ ୧୧ଟି ଦସ୍ତାବିଜ୍‌ ମାଗିଥିବାବେଳେ ସେଥିରେ ଆଧାର ନ ଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠିଥିଲା। ଚିଠା ଭୋଟର ତାଲିକାରୁ ପ୍ରାୟ ୬୫ ଲକ୍ଷ ଲୋକ ବାଦ୍‌ ପଡ଼ିବାରୁ ଅନେକ ଯୋଗ୍ୟ ଭୋଟର ମତାଧିକାରରୁ ବଞ୍ଚତ୍ତ ହେବେ ବୋଲି ବିରୋଧୀ ଆଶଙ୍କା ବ୍ୟକ୍ତ କରିଥିଲେ। ଏନେଇ ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଏର ହୋଇଥିଲା। ସର୍ବୋଚ୍ଚ ଅଦାଲତ ଇସିଙ୍କୁ ଏସ୍‌ଆଇଆର୍‌ ପ୍ରକ୍ରିୟାରୁ ନିବୃତ୍ତ କରି ନ ଥିଲେ ମଧ୍ୟ ଆଧାରକୁ ବୈଧ ପ୍ରମାଣ ଭାବେ ଗ୍ରହଣ କରିବାକୁ କହିଥିଲେ। ଇସିଙ୍କ ପକ୍ଷରୁ ସୋମବାର ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀ ଉପସ୍ଥିତ ରହି ଏସ୍‌ଆଇଆର୍‌ର ଚୂଡ଼ାନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଶୁଣାଣି ଘୁଞ୍ଚାଇବାକୁ ନିବେଦନ କରିଥିଲେ। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ ପକ୍ଷରୁ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ୍‌ କହିଥିଲେ, ଇସି ଅନ୍ୟ ରାଜ୍ୟରେ ଏସ୍‌ଆଇଆର୍‌ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏକ ବେଆଇନ ପଦ୍ଧତି ଯୋଗୁ କେହି ମତଦାନ ଅଧିକାରରୁ ବଞ୍ଚତ୍ତ ହେବା ଉଚିତ ନୁହେଁ ବୋଲି ଆଇନଜୀବୀ ବ୍ରିନ୍ଦା ଗ୍ରୋଭର ଖଣ୍ଡପୀଠଙ୍କୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁକୁ ଜୟ କରିପାରିଲେନି ମୃତ୍ୟୁଞ୍ଜୟ: ଶେଷରେ…

ଗୁଡାରି, ୧୧।୮ (ପ୍ରମୋଦ କୁମାର ପତି): ଗୁଡାରି ସହରର ଗୌଡ଼ ସାହି ବାସିନ୍ଦା ନରସିଂହ ପାଢ଼ୀଙ୍କ କଲେଜ ପଢୁଆ ପୁଅ ମୃତ୍ୟୁଞ୍ଜୟ ପାଢ଼ୀ କ୍ୟାନ୍‌ସର ସହ ଦୀର୍ଘଦିନ…

ଝାଡଖଣ୍ଡକୁ କାହିଁକି ଗଲେନି ରାହୁଲ ଗାନ୍ଧୀ? ସିଧା ସିଧା ଉତ୍ତର ଦେଲେ ପ୍ରିୟଙ୍କା

ନୂଆଦିଲ୍ଲୀ, ୧୧।୮: ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ମଙ୍ଗଳବାର ଦିନ ସଂସଦ ପରିସର ବାହାରେ NDA ଏବଂ ବିରୋଧୀ ଦଳର ସାଂସଦମାନେ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପଟେ…

ବଲାଙ୍ଗୀର ଆୟୁର୍ବେଦିକ ମହାବିଦ୍ୟାଳୟରେ ସ୍ୱର୍ଣ୍ଣପ୍ରାଶନ କାର୍ଯ୍ୟକ୍ରମ

ବଲାଙ୍ଗୀର, ୧୧।୮ (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ହସ୍ପିଟାଲରେ ମଙ୍ଗଳବାର କୌମାରଭୃତ୍ୟ–ଶିଶୁରୋଗ ବିଭାଗ ପକ୍ଷରୁ ଶିଶୁମାନଙ୍କ ସୁସ୍ଥତା ଓ ସାମଗ୍ରିକ ବିକାଶକୁ ଲକ୍ଷ୍ୟ…

ଦଶମ ପାସ କରିଥିଲେ ଆୟକର ବିଭାଗରେ ସରକାରୀ ଚାକିରି; ଦରମା ୫୫ହଜାରୁ ଅଧିକ, ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ଆୟକର ବିଭାଗ ୧୦ମ ପାସ୍ ଯୁବକମାନଙ୍କ ପାଇଁ ସରକାରୀ ଚାକିରିର ସୁଯୋଗ ଆଣିଦେଇଛି। ବିଭାଗର ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ କ୍ଷେତ୍ରରେ କ୍ୟାଣ୍ଟିନ୍ ଆଟେଣ୍ଡାଣ୍ଟ (କ୍ୟାଣ୍ଟିନ୍ ପରିଚାରକ)ର ୭ଟି…

୭୫ ବର୍ଷ ହେଲା ହୋଇପାରିନି ସେଟଲମେଣ୍ଟ: ମିଳିନି ପଟ୍ଟା, ମଣ୍ଡିରେ ଖରିଫ ଧାନ ବିକ୍ରି ନେଇ ଉପୁଜିଛି ସମସ୍ୟା

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଆଙ୍କୋରଡା ମୌଜାରେ ଗତ ୭୫ ବର୍ଷ ହେଲା ସେଟଲମେଣ୍ଟ ହୋଇପାରିନାହିଁ। ଗତ କିଛି ଦିନ ପୂର୍ବେ ରାଜସ୍ବ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

‘ଘରେ ଘରେ ତ୍ରିରଙ୍ଗା’: ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ, ସ୍କୁଲ-କଲେଜ ଛାତ୍ରଛାତ୍ରୀଙ୍କ ଯୋଗଦାନ

ବଲାଙ୍ଗୀର, ୧୧।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ମଙ୍ଗଳବାର ‘ଘରେ ଘରେ ତ୍ରିରଙ୍ଗା’ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

ପଥରରେ ଛେଚି ଯୁବକଙ୍କୁ ହତ୍ୟା !: ନିର୍ମାଣାଧୀନ ଆବାସ ଘରୁ ରକ୍ତାକ୍ତ ମୃତଦେହ

ରାଇରଙ୍ଗପୁର,୧୧।୮: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗାଁର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri