Posted inଜାତୀୟ

ବିହାର ସବୁଠୁ ପଛୁଆ

ନୂଆଦିଲ୍ଲୀ,୨୯।୭: କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିହାର ଦେଶର ସବୁଠୁ ପଛୁଆ ରାଜ୍ୟ। ନୀତୀଶ କୁମାର ସରକାରରେ ଭାଜପା ସହଯୋଗୀ ଦଳ ରହିଥିବା ବେଳେ ପାର୍ଲାମେଣ୍ଟରେ ସରକାରଙ୍କ ଏଭଳି ରିପୋର୍ଟକୁ ନେଇ ନୂଆ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ଜେଡିୟୁ ଲୋକ ସଭା ସଦସ୍ୟ ରାଜୀବ ରଞ୍ଜନ ସିଂଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂ କହିଥିଲେ, ନୀତି ଆୟୋଗଙ୍କ ୨୦୨୧-୨୨ର ଦୀର୍ଘମିଆଦୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ରିପୋର୍ଟ ଅନୁଯାୟୀ ବିହାର ଦେଶର ସବୁଠୁ ପଛୁଆ ରାଜ୍ୟ। ଦାରିଦ୍ର୍ୟ, ସାକ୍ଷରତା ହାର, ମୋବାଇଲ୍‌ ଏବଂ ଇଣ୍ଟରନେଟ ବ୍ୟବହାରରେ ବିହାର ସର୍ବନିମ୍ନ ସ୍ତରରେ ରହିଛି। ରାଜ୍ୟର ସର୍ବାଧିକ ୩୩.୭୪% ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ୫୨.୫ ପ୍ରତିଶତ ବହୁବିଧ ଦାରିଦ୍ର୍ୟର ସମ୍ମୁଖୀନ। ବିହାରରେ ୫୦.୫୬% ଲୋକ ମୋବାଇଲ ଏବଂ ୩୦.୯୯% ଇଣ୍ଟରନେଟ ବ୍ୟବହାର କରୁଥିବା ରାଓ ଇନ୍ଦ୍ରଜିତ କହିଥିଲେ। ନୀତି ଆୟୋଗ ଏସ୍‌ଡିଜି ସୂଚକାଙ୍କର ପ୍ରଥମ ୫ ସ୍ଥାନରେ ୯ଟି ରାଜ୍ୟ ରହିଛନ୍ତି। ସେଗୁଡ଼ିକ ହେଲେ କେରଳ, ହିମାଚଳପ୍ରଦେଶ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଗୋଆ, କର୍ନାଟକ, ଉତ୍ତରାଖଣ୍ଡ, ସିକ୍କିମ ଏବଂ ମହାରାଷ୍ଟ୍ର। ସବୁଠୁ ତଳେ ଥିବା ୩ ରାଜ୍ୟ ହେଲେ ଆସାମା, ଝାଡ଼ଖଣ୍ଡ ଏବଂ ବିହାର।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍‌ ଯୋଗୀଙ୍କ ପୁଅ ଗିରଫ

ରାୟପୁର,୩।୯: ଜାଲ୍‌ ପ୍ରମାଣପତ୍ର ମାମଲାରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପୁଅ ଅମିତଙ୍କୁ ମଙ୍ଗଳବାର ପୋଲିସ ତାଙ୍କ ବାସଭବନରୁ ଗିରଫ କରିଛି। ଅମିତ ପ୍ରମାଣପତ୍ରରେ...

ଏଏପିକୁ ଶୁଭେଚ୍ଛା ଜଣାଇଲେ ସିଦ୍ଧୁ

ନୂଆଦିଲ୍ଲୀ,୧୦।୩: ପଞ୍ଜାବରେ ବଡ଼ ବିଜୟ ପାଇଁ ଆମ ଆଦମି ପାର୍ଟି (ଏଏପି)କୁ ଗୁରୁବାର ଶୁଭେଚ୍ଛା ଜଣାଇଛନ୍ତି କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ। ୧୧୭ ଆସନ...

କାର୍ତି ଚିଦାମ୍ବରମଙ୍କୁ ଝଟ୍‌କା: ଅନ୍ତରୀଣ ଜାମିନ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ,୩।୬: ଭିସା ସ୍କାମ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ଏମ୍‌ପି କାର୍ତି ଚିଦାମ୍ବରମଙ୍କୁ ଶୁକ୍ରବାର ଏକ ବଡ଼ ଝଟ୍‌କା ଲାଗିଛି। କାର୍ତ୍ତିଙ୍କ ପକ୍ଷରୁ...

ଶବନମ୍‌ଙ୍କ ଫାଶୀ ଦଣ୍ଡକୁ ବିରୋଧ କଲେ ଅଯୋଧ୍ୟା ସାଧୁସନ୍ଥ

ଲକ୍ଷ୍ନୌ,୨୦।୨: ଦେଶ ସ୍ବାଧୀନ ହେବା ପରେ ଉତ୍ତରପ୍ରଦେଶରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଫାଶୀ ଦିଆଯିବ। ଏନେଇ ମଥୁରା ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇଛି।...

ଫୈଜାବାଦ୍‌ ହେଲା ଅଯୋଧ୍ୟା କ୍ୟାଣ୍ଟନମେଣ୍ଟ୍‌…

ଲକ୍ଷ୍ନୌ,୨୩।୧୦: ଫୈଜାବାଦ ରେଳ ଷ୍ଟେଶନକୁ ଅଯୋଧ୍ୟା କ୍ୟାଣ୍ଟନମେଣ୍ଟ ନାମରେ ନାମିତ କରାଯାଇଛି। ଭାଜପା ଏମ୍‌ପି ଲାଲୁ ସିଂଙ୍କ ପ୍ରସ୍ତାବକୁ ରେଳ ବୋର୍ଡ ଅନୁମୋଦନ କରିଛନ୍ତି। ଶନିବାର...

କିଡ୍‌ନୀ ପ୍ରତିରୋପଣ ପାଇଁ ବିଦେଶ ଯିବେ ଲାଲୁ

ରାଞ୍ଚି,୭।୬: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ଯାଦବ କିଡ୍‌ନୀ ପ୍ରତିରୋପଣ ଲାଗି ବିଦେଶ ଯିବାକୁ ଚାହୁଁଛନ୍ତି। ଏନେଇ ପାସ୍‌ପୋର୍ଟ ଫେରିପାଇବା ଲାଗି...

ଏଭଳି କଲେ ଆଉ ହେବନି କରୋନା, କହିଲେ ଏହି ଡାକ୍ତର…

ନୂଆଦିଲ୍ଲୀ, ୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରଚିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ କେତେକ ସହଜ ଉପାୟ ଆପଣେଇବା ଲାଗି ମେଦାନ୍ତ...

ଗୋଆରେ ଲାଗିବ ମାରାଡୋନାଙ୍କ ବିଶାଳ ପ୍ରତିମା

ପଣଜୀ,୨୬।୧୧: ଆର୍ଜେଣ୍ଟିନାର ମହାନ ଫୁଟବଲର ଡିଏଗୋ ମାରାଡୋନାଙ୍କ ବିୟୋଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ସ୍ମୃତିରେ ଏକ ବିଶାଳ ପ୍ରତିମା ସ୍ଥାପନ କରିବେ ବୋଲି...

Advertisement
Archives

Model This Week