ଏହି ରାଜ୍ୟରେ ମେ’୩୧ ଯାଏ ମାତ୍ର ୪ଘଣ୍ଟା ଚାଲିବ ବ୍ୟାଙ୍କ ସେବା

ପାଟନା,୧୭।୫: ଦେଶରେ କରୋନା ସଙ୍କଟ ଜାରି ରହିଛି। ସୋମବାର ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି। ରାଜ୍ୟରେ ଲକ୍‌ଡାଉନ ପ୍ରଭାବ ପକାଉଥିବାରୁ ଏହାର ଅବଧିକୁ ବଢ଼ାଇବାକୁ ରାଜ୍ୟସରକାର ଏବେ ନିଷ୍ପତ୍ତି ନେଉଛନ୍ତି। ଏହିକ୍ରମରେ ବିହାରରେ ମଧ୍ୟ ଲକ୍‌ଡାଉନର ଅବଧିକୁ ବୃଦ୍ଧି କରାଯାଇଛି। ରାଜ୍ୟରେ ମେ’ ୨୫ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରିଛନ୍ତି ସରକାର। ଏହି ସମୟରେ କେବଳ ଜରୁରୀ ସେବାକୁ ଛାଡ଼ି ଦେଲେ ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସହରାଞ୍ଚଳରେ ରାଶନ, ପନିପରିବା ଦୋକାନ ଆଦି ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ଓ ଗ୍ରାମାଞ୍ଚଳରେ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ। ସେହିପରି ବିବାହ ଉତ୍ସବରେ କଟକଣା ଲଗାଯାଇଛି। ମାତ୍ର ୨୦ଜଣ ବ୍ୟକ୍ତିଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏତଦ୍‌ ବ୍ୟତୀତ ରାସ୍ତାରେ ଅନାବଶ୍ୟକ ପଦଯାତ୍ରା ଉପରେ ରୋକୋ ଲଗାଯାଇଛି। ବିନା କାର୍ଯ୍ୟରେ ଯଦି କୌଣସି ବ୍ୟକ୍ତି ଗାଡ଼ିରେ ରାସ୍ତାରେ ବୁଲୁଥିବେ ତେବେ ତାଙ୍କଠାରୁ ୨ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ଅନ୍ୟପଟେ ରାଜ୍ୟରେ ବ୍ୟାଙ୍କିଙ୍ଗ୍‌ ସେବାର ସମୟ ଅବଧିରେ ପରିବର୍ତ୍ତନ କରାଯାଇଛି। ଏଣିକି ମେ’ ୩୧ ପର୍ଯ୍ୟନ୍ତ ସକାଳ ୧୦ଟାରୁ ଦ୍ୱିପ୍ରହର ୨ଟା ଯାଏ ବ୍ୟାଙ୍କ ସେବା ଜାରି ରହିବ। ଏଥିସହ ବ୍ୟାଙ୍କରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରାଯିବ ବୋଲି କୋଭିଡ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଜତ ମୃତ୍ୟୁ ମାମଲାରେ ପୋଲିସ ଅଧିକାରୀଙ୍କୁ ମିଳିଲା ନାହିଁ ଜାମିନ

ହାଇଦ୍ରାବାଦ୍‌,୭।୯: ତାମିଲନାଡୁର ବାପା ଓ ପୁଅର ହାଜତ ମୃତ୍ୟୁ ମାମଲାରେ ସମ୍ପୃକ୍ତ ଦୁଇ ପୋଲିସ ଅଧିକାରୀଙ୍କୁ ଜାମିନ ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତାମିଲନାଡୁର...

ଏଲ୍‌ଏସିରେ ଉତ୍ତେଜନା: ରାଜନାଥଙ୍କ ପରେ ଜୟଶଙ୍କରଙ୍କ ୪ ଦିନିଆ ରୁଷ୍‌ ଗସ୍ତ

ନୂଆଦିଲ୍ଲୀ, ୮।୯: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ବଢ଼ି ଚାଲିଛି। ଏପରିସ୍ଥଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୩ ଦିନିଆ ରୁଷ୍‌ ଗସ୍ତ ପରେ...

ଆମେ ଥକି ଯାଇଛେ ହେଲେ କରୋନା ଥକିନି: ଡବ୍ଲୁଏଚ୍‌ଓ ମୁଖ୍ୟ

ଜେନେଭା,୧୦ ।୧୧: କରୋନା ମହାମାରୀ କିଛି ଦେଶରେ କମ୍ ହୋଇଥିବା ବେଳେ ଆଉ କିଛି ଦେଶରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଏହାକୁ...

ଗାନ୍ଧୀ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା : ଭାରତ ବାହ୍ୟ ମଳମୁକ୍ତ

ଅହମଦାବାଦ,୩ା୧୦(ପି.ଟି.): ଭାରତ ଏବେ ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଘୋଷଣା କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଗୁଜରାଟର...

ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଜେଏନ୍‌ୟୁ ଛାତ୍ର-ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ,୯।୧୨: ଜବାହାର ଲାଲ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ରେ ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉନି। ଏନେଇ ସୋମବାର ଅନ୍ଦୋଳନକାରୀଛାତ୍ର ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ...

ତିରୁମାଲା ମନ୍ଦିର ହୁଣ୍ଡିରୁ ୧୪୦.୩୪ କୋଟି ସଂଗ୍ରହ

ତିରୁପତି,୧୩।୯: ପ୍ରଭୁ ଭେଙ୍କଟେଶ୍ୱରଙ୍କ ତିରୁମାଲା ମନ୍ଦିର ହୁଣ୍ଡିରୁ ଅଗଷ୍ଟ ମାସରେ ୧୪୦.୩୪ କୋଟି ଟଙ୍କା ସଂଗ୍ରହ ହୋଇଛି। ଗତ ମାସରେ ୨୨.୨୨ ଲକ୍ଷ ଭକ୍ତ ମନ୍ଦିରକୁ...

ବୃତ୍ତ ଚିହ୍ନରେ ରହି ହାଟ ସାମଗ୍ରୀ କିଣିଲେ ଲୋକେ

ବନ୍ତ,୨୯।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ରବିବାର ସାପ୍ତାହିକ ହାଟରେ ଲୋକେ ଧଳା ଗୋଲେଇ ଭିତରେ ରହି ସାମଗ୍ରୀ କିଣୁଥିବାର ଦେଖାଯାଇଛି। ସାମାଜିକ ଦୂରତା ପାଳନ କରିବା...

ଯେଉଁ ରାଜନେତାଙ୍କ ଭାଷଣ ଶୁଣିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ ଲୋକେ

ନୂଆଦିଲ୍ଲୀ, ୧୬।୮: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିବାହାରୀ ବାଜପେୟୀଙ୍କ ପ୍ରଥମ ପୁଣ୍ୟତିଥି। ଏହି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଉଛି।...

Advertisement
Archives

Model This Week