ମଶା କାମୁଡ଼ାରୁ ରକ୍ଷା କରିବ ଏହି ମାଛ

ଏବେ ମଶା କାମୁଡ଼ାରୁ ରକ୍ଷା କରିବ ମାଛ। ମଶାଠାରୁ ଦୂରେଇ ରହିବା ପାଇଁ ଗାମ୍ବୁଜିଆ ମାଛକୁ ବାହାରୁ ଅଣାଯାଇ ପୋଖରୀ ଏବଂ ଡ୍ରେନରେ ଛଡାଯାଉଛି। ବିହାରର ଦରଭଙ୍ଗାରେ ଏମିତି ପ୍ରୟୋଗ କରାଯାଉଛି। କୁହାଯାଉଛି ଯେ ଏହି ମାଛର ମୁଖ୍ୟ ଖାଦ୍ୟ ହେଉଛି ମଶା ଲାର୍ଭା। ମାଛ ପାଣିରେ ଥିବା ମଶା ଲାର୍ଭା ଖାଏ, ଫଳରେ ନୂଆ ମଶା ସୃଷ୍ଟି ହୁଏ ନାହିଁ। ଏହି ମାଛ ପାଳୁଥିବା ଅଞ୍ଚଳରେ ମଶାଙ୍କ ଉପଦ୍ରବ ବହୁ ମାତ୍ରାରେ କମିଯାଏ। ମଶା ବିସ୍ତାରରୁ ରକ୍ଷା ପାଇବା ପାଇଁ ଦରଭଙ୍ଗାବାସୀ ଆଉ କୌଣସି ସ୍ପ୍ରେ କିମ୍ବା ଧୂପକାଠି ଜାଳିବା କିମ୍ବା କୌଣସି ଧୂଆଁର ପ୍ରୟୋଗ କରୁନାହାନ୍ତି। କେବଳ ଗାମ୍ବୁଜିଆ ମାଛ ଦ୍ୱାରା ମଶାରୁ ମୁକ୍ତି ମିଳିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏହାଦ୍ୱାରା ଡେଙ୍ଗୁ ଏବଂ ମ୍ୟାଲେରିଆ ଭଳି ମାରାତ୍ମକ ରୋଗକୁ ମଧ୍ୟ ଏଡାଯାଇପାରିବ। ଦରଭଙ୍ଗା ଡିଏମ୍‌ ତ୍ୟାଗ ରାଜନଙ୍କ ଉଦ୍ୟମରେ ବର୍ତ୍ତମାନ ନାଳନ୍ଦା ସହରରୁ ପାଖାପାଖି ୨୦ ହଜାର ଗମ୍ବୁଜିଆ ମାଛକୁ ଦରଭଙ୍ଗା ଅଣାଯାଇଛି। ଏହାକୁ ସହରର ଅନେକ ପୋଖରୀରେ ଛଡାଯାଇଛି। ଏହାଦ୍ୱାରା ଦରଭଙ୍ଗାରେ ମଶାର ପ୍ରାର୍ଦୁଭାବ କମିଥିବା ଡିଏମ୍‌ ସୂଚନା ଦେଇଛନ୍ତି। ମତ୍ସ୍ୟ ପାଳନ ଟ୍ରେନିଂ ନେଇ ଦରଭଙ୍ଗାରେ ପହଞ୍ଚିଥିବା ଅଶୋକ କୁମାର କହିଛନ୍ତି, ନାଳନ୍ଦାରୁ ଦରଭଙ୍ଗାକୁ ପ୍ରାୟ ୨୦ ହଜାର ମାଛ ଅଣାଯାଇଛି। ଅନେକ ପୋଖରୀ ଏବଂ କିଛି ଡ୍ରେନରେ ଏହାକୁ ଛଡାଯାଇଛି। ଗାମ୍ବୁଜିଆ ମାଛର ଜୀବନ ମାତ୍ର ତିନି ମାସ ହୋଇଥାଏ। ଏହି ମାଛ ଅଣ୍ଡା ବଦଳରେ ସିଧାସଳଖ ଆଉ ଏକ ମାଛ ଜନ୍ମ ଦେଇଥାଏ। ମାଛ ଜନ୍ମ ଦେବା ମାତ୍ରେ ନିଜେ ମରିଯାଏ। ସେ କହିଛନ୍ତି ଯେ ବର୍ତ୍ତମାନ ଏହି ମାଛଗୁଡିକ ପରୀକ୍ଷଣ ପାଇଁ ଦରଭଙ୍ଗାକୁ ଅଣାଯାଇଛି, ଯଦି ସଫଳ ହୁଏ ତେବେ ଏହା ସମଗ୍ର ଜିଲାରେ କାର୍ଯ୍ୟକାରୀ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri