ବାତ୍ୟାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଆଜି ରାତି ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର କରାଯିବ

ଭୁବନେଶ୍ୱର,୨୩ା୧୦(ଅନିଲ ଦାସ):ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ଦମ୍‌ରେ ପ୍ରସ୍ତୁତ ଚଳାଇଛନ୍ତି। ତୃଣମୂଳ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକଙ୍କୁ ବୁଧବାର ରାତି ସୁଦ୍ଧା ସ୍ଥାନାନ୍ତର କରାଯିବ। ଏନେଇ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଏକ ଉଚ୍ଚସ୍ତରୀୟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲାଗଡ଼ିକରେ ୨୫୦ ରିଲିଫ୍‌ କେନ୍ଦ୍ର ବ୍ୟବସ୍ଥା କରାଯାଇଛି। ସମସ୍ତ ରିଲିଫ୍‌ କେନ୍ଦ୍ରରେ ମହିଳା ପୋଲିସ ମୁତୟନ ରହିବେ। ଗର୍ଭବତୀ, ଶିଶୁ ଓ ବୟସ୍କଙ୍କୁ ଆଗୁଆ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଛି। ଅନୁଗୋଳ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ଗଞ୍ଜାମ, ମୟୂରଭଞ୍ଜ ଆଦି ୧୪ଟି ଜିଲାକୁ ସତର୍କ କରାଯିବା ସହ ବାତ୍ୟା ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନ୍‌ଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ସେବା ସସ୍ଥା ମୁତୟନ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି।
ସମ୍ବେଦନଶୀଳ ଜିଲାଗୁଡ଼ିକରେ ୫୧ଟି ଓଡ୍ରାଫ୍‌ ଟିମ୍‌ ମୁତୟନ କରାଯାଇଛି।

୧୭୮ଟି ଅଗ୍ନିଶମ ସେବା ଟିମ୍‌ ନିୟୋଜିତ ହୋଇଥିବା ବେଳେ ୪୦ଟି ଅଗ୍ନିଶମ ସେବା ଟିମ୍‌ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ ହୋଇଛନ୍ତି। ୨୦ଟି ଏନ୍‌ଡିଆରଏଫ ଟିମ୍‌ ମୁତୟନ କରାଯାଇଛି। ଆଶ୍ରୟସ୍ଥଳୀଗୁଡ଼ିକରେ ଖାଦ୍ୟ, ପାନୀୟ ଜଳ, ଆଲୋକ, ପରିମଳ ଓ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ବାତ୍ୟା ପରେ ରାସ୍ତା ଓ ଯାତାୟାତ ବ୍ୟବସ୍ଥାକୁ ସଫା କରିବା ପାଇଁ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆବଶ୍ୟକ ଆଗୁଆ ବ୍ୟବସ୍ଥା କରାଯାଇଛି।

ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେବାକୁ ଥିବା ଗୋଟିଏ ହେଲିକପ୍ଟର ଯୋଗାଇ ଦେବାକୁ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୧୪ ଜିଲାର ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଏବଂ ଅଙ୍ଗନଓ୍ବାଡି କେନ୍ଦ୍ର ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେଶନର ସାମଗ୍ରିକ ତଦାରଖ ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ଜିଲାଗୁଡ଼ିକରେ ନିୟୋଜିତ କରାଯାଇଛି। ୬ ହଜାରରୁ ଊର୍ଦ୍ଧ୍ୱ ବହୁମୁଖୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ୩ ହଜାରରୁ ଊର୍ଦ୍ଧ୍ୱ ସମ୍ବେଦନଶୀଳ ସ୍ଥାନରୁ ଜନସାଧାରଣଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଚିହ୍ନଟ କରାଯାଇଛି। ଆବଶ୍ୟକସ୍ଥଳେ ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ୮ ହଜାରରୁ ଊର୍ଦ୍ଧ୍ୱ ଗର୍ଭବତୀଙ୍କୁ ନିରାପଦ ପ୍ରସବ ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ଲାଗି ଚିହ୍ନଟ କରାଯାଇଛି। ୭୦୦ରୁ ଊର୍ଦ୍ଧ୍ୱ ବିିଦ୍ୟୁତ ଗ୍ୟାଙ୍ଗମ୍ୟାନମାନଙ୍କୁ ବାତ୍ୟା ପରବର୍ତ୍ତୀ ସମୟରେ ପୁନଃ ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ପ୍ରସ୍ତୁତ ରଖାଯାଇଛି। ବାତ୍ୟା ପରବର୍ତ୍ତୀ ସମୟରେ ଲୋକଙ୍କୁ ଯୋଗାଇ ଦେବା ପାଇଁ ୫ ହଜାର ପ୍ୟାକେଟ୍‌ରୁ ଊର୍ଦ୍ଧ୍ୱ ପଲିଥିନ୍‌ ମହଜୁଦ୍‌ ରଖାଯାଇଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି। ଏହି ଅବସରେ ସ୍ବତନ୍ତ୍ର ରିଲିଫ୍‌ କମିଶନର ଦେଓରଞ୍ଜନ କୁମାର ସିଂହ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କ ଦେହାନ୍ତ, ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ତାଙ୍କର…

ନୂଆଦିଲ୍ଲୀ,୨୦ା୯: ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କର ମାତ୍ର ୪୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ହଠାତ୍‌ ଅବନତି ଘଟିବା ପରେ ତାଙ୍କର…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଏସ୍‌ପି, ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ନେଇ…

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ପୋଲିସ ପକ୍ଷରୁ ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର…

ମାଉଜର ଦେଖାଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପିନେଲେ ୪ ଦୁର୍ବୃତ୍ତ

ନନ୍ଦପୁର,୨୦ା୯(ତୁଷାରକାନ୍ତ ମହାନ୍ତି): ପାର୍ବଣ ପୂର୍ବରୁ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଡକାୟତି ରାହାଜାନି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ନନ୍ଦପୁର ଥାନା କ୍ଷେତ୍ର ପାଲିବା…

କନ୍ୟା ରାଶିରେ ସୂର୍ଯ୍ୟଙ୍କ ଏଣ୍ଟ୍ରି: ମାସେ ଯାଏ ୫ ରାଶିଙ୍କୁ ଫାଇଦା ହିଁ ଫାଇଦା, ମାଲାମାଲ ହେବେ…

ନବଗ୍ରହଙ୍କ ମଧ୍ୟରେ ରାଜାର ପଦବୀ ପାଇଥିବା ସୂର୍ଯ୍ୟଦେବ ୧୭ ସେପ୍ଟେମ୍ୱରରେ ନିଜର ମିତ୍ର ଗ୍ରହ ବୁଧଙ୍କ ରାଶି କନ୍ୟାରେ ପ୍ରବେଶ କରିସାରିଛନ୍ତି। ସେ ୧୭ ଅକ୍ଟୋବର ୨୦୨୬…

ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ପ୍ରଶାସକ

ପୁରୀ,୨୦ା୯(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ…

ସେପ୍ଟେମ୍ୱର ଶେଷ ସପ୍ତାହରେ ଗୋଟିଏ ଦିନ ଖୋଲା ରହିବ ବ୍ୟାଙ୍କ୍‌, ଜରୁରୀ କାମ ଥିଲେ…

ନୂଆଦିଲ୍ଲୀ,୨୦।୯: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI)ର ଛୁଟି ତାଲିକା (ହଲିଡେ କ୍ୟାଲେଣ୍ଡର) ଦେଖିଲେ ମନେହେଉଛି ଯେ ଆସନ୍ତା ସପ୍ତାହରେ ବ୍ୟାଙ୍କ କେବଳ ଗୋଟିଏ ଦିନ ହିଁ…

ଲଟାବୁଦାରେ ଭର୍ତ୍ତି ହୋଇଛି ଗାଁ ଶ୍ମଶାନ, ସଫେଇ ପାଇଁ ଏକାଠି ହେଲେ ଯୁବବର୍ଗ, ଅଧାପନ୍ତରିଆ ହୋଇଥିବା…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): ସରକାରଙ୍କ ପକ୍ଷରୁ ଶ୍ମଶାନ ଗୃହ ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ଅନୁଦାନ ଖର୍ଚ୍ଚ କରାଯାଇ ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଉଛି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?