ପୋଲିସକୁ ବଡ଼ ସଫଳତା: ୪୪୭୫ ବୋତଲ କଫ୍‌ ସିରପ୍‌ ଜବତ, ୧୭ ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ବରଗଡ଼ ସହର ଉପକଣ୍ଠ ପୁରୁଣା ରିଜର୍ଭ ସମ୍ମୁଖ ରାସ୍ତାରେ ଅତର୍କିତ ଚଢ଼ାଉ କରି ପୋଲିସ ୪୪୭୫ ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏହି ଘଟଣାରେ ପୋଲିସ ୧୭ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ଟାଉନ ଥାନା ନଦୀପଡ଼ା(ଡାଙ୍ଗ)ର ନବୀନ ପୁରୀ(୨୩), ଅତାବିରା ଥାନା ସିଂହପାଲି ଗ୍ରାମର ମୋହନ ମେହେର(୫୫), ହଲଦୀଟିକ୍ରା ନିବାସୀ ବସୁଦେବ ନାଗ(୨୩), ପ୍ରଫୁଲ୍ଲ ରଣା(୨୮), ଝାରବନ୍ଧ ଥାନା ଡଭା ନିବାସୀ ଦେବେନ୍ଦ୍ର ସାହୁ(୪୨), ଝାରବନ୍ଧର ସୁଶିଲ ବନଛୋର(୩୦), ରାହୁଳ ବାଗ(୨୪), ସାନଦାଦର ନିବାସୀ କୋଶଲ ଚନ୍ଦ୍ର ସାହୁ(୨୮), ଅମ୍ବାଭୋନା ଥାନା ଭୁକ୍ତାର ରଣଜିତ ପାତିକାର(୩୨), ସୋହେଲା ଥାନା ଲୁହୁରାଚଟିର ଆକାଶ ମେହେର(୨୬), ଗ୍ରୀଞ୍ଜେଲ ନିବାସୀ ଯୋଗଦାନନ୍ଦ ପଧାନ(୩୫), ସୋହେଲାର ଜିତୁ ବାରିକ(୩୧), ଜଗଦଲପୁରର ଗୌରାଙ୍ଗ ମେହେର(୨୫), ପଦ୍ମପୁର ଥାନା ସିଂଘନପୁର ନିବାସୀ କିଶୋର ଶାହା(୩୭), କୁଡ଼ାସିଂହାର ପ୍ରଦୀପ ପୋଢ଼(୨୫), ଗାଇସିଲେଟର ରତ୍ନମଣି ନାଗ(୩୧) ଏବଂ ହାଡ଼ୁ ବେହେରା(୫୦)। ସେମାନଙ୍କ ପାଖରୁ ଏକ ବୋଲେରୋ ମାକ୍ସ(ନଂ-ଓଡ଼ି୩୧ଏମ୍‌ ୫୦୧୮), ଏକ ମାରୁତି ସୁଜୁକି ଆର୍ଟିଗା(ନଂ-ଓଡ଼ି୧୭ଏସ୍‌ ୧୩୫୯), ଏକ ହୋଣ୍ଡା ଡ୍ରିମ ମୋଟର ସାଇକେଲ(ନଂ-ଓଡ଼ି୩୧୨୪୩୩) ମଧ୍ୟ ଜବତ ହୋଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ବରଗଡ଼ ଟାଉନ ଥାନା ପୋଲିସ ଏକ ମାମଲା(ନଂ-୫୩୩/୨୪) ରୁଜୁ କରିଛି।

ବରଗଡ଼ ଜିଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସପି ପି.ଏସ୍‌ ମୀନା ସୂଚନା ଦେଇ କହିଥିଲେ, କଫ ସିରପ ଚାଲାଣ ହେଉଥିବା ସୂଚନା ପାଇ ବରଗଡ଼ ଟାଉନ ଥାନା ପୋଲିସ ଚଢ଼ାଉ କରିଥିଲା। ଜବତ ବୋଲେରୋ ମାକ୍ସ ଏବଂ ମାରୁତି ସୁଜୁକି ଭ୍ୟାନରେ ୩୦ ପେଟିରେ ଭର୍ତ୍ତି ହୋଇଥିବା ଉପରୋକ୍ତ ପରିମାଣର କଫ ସିରପ ଜବତ କରିଥିଲା। ଏହା ସହିତ ଘଟଣାସ୍ଥଳରୁ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ ଜେରା କରାଯିବା ପରେ ଅନ୍ୟ ଅଭିଯୁକ୍ତମାନେ ଧରାପଡ଼ିଥିଲେ। କୋଲକାତାରୁ ଏହା ବରଗଡ଼କୁ ଚାଲାଣ ହେଉଥିବା ନେଇ ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ଏବଂ ଏହାର ଅଧିକ ତଦନ୍ତ ଚାଲିଥିବା ଏସପି କହିଛନ୍ତି। ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ।

ଗତ ବର୍ଷକ ମଧ୍ୟରେ ୮୦୬ କି.ଗ୍ରା ଗଞ୍ଜେଇ, ୧୮ ହଜାରରୁ ଊର୍ଦ୍ଧ୍ୱ କଫ୍‌ ସିରପ, ୫.୭ ଗ୍ରାମ ବ୍ରାଉନସୁଗାର, ୩୯୦୦ ନିଶା ଇଞ୍ଜେକ୍ସନ, ୧୨ ହଜାର ୫୦୦ ନିଶା ଟାବଲେଟ୍‌ ସମେତ ବିଭିନ୍ନ ନିଶା ସାମଗ୍ରୀ ଜବତ ହୋଇଛି ବୋଲି ଏସପି ମୀନା କହିଥିଲେ। ପୂର୍ବରୁ ମଧ୍ୟ କଟକ ଏବଂ କୋଲକାତାରୁ ବରଗଡ଼କୁ କଫ ସିରପ ଚାଲାଣ ହେଉଥିବା ଜଣାପଡ଼ିଥିଲା। ଏବେ ପୁଣି କୋଲକାତାରୁ ଏଠାକୁ କଫ ସିରପ ଚାଲାଣ ହେଉଥିବା ଜଣାପଡ଼ିବା ପରେ ଏହାର ଅଧିକ ତଦନ୍ତ ଚାଲିଛି ଏବଂ ଏଥିରେ ଯେଉଁମାନେ ସମ୍ପୃକ୍ତ ଥିବେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯାନୁଷ୍ଠାନ ନିଆଯିବ ବୋଲି ଏସପି ମୀନା କହିଥିଲେ। ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସପି ତପନ କୁମାର ମହାନ୍ତି, ଟାଉନ ଥାନା ଆଇଆଇସି ସତ୍ୟଜିତ୍‌ କଣ୍ଡାନକେଲ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?