ରାଜନୀତିରେ ବଡ଼ ହଲଚଲ: ଭାଜପାରେ ମିଶିଲେ ୨୦ ସରପଞ୍ଚ, ସମିତିସଭ୍ୟ

ସୋନପୁର,୧୭।୯(ମୃତ୍ୟୁଞ୍ଜୟ ଶତପଥୀ): ଧରିତ୍ରୀର ପୂର୍ବାନୁମାନ ସତ ସାବ୍ୟସ୍ତ ହୋଇଛି। ସୁବର୍ଣ୍ଣପୁର ଜିଲା ତରଭା ବ୍ଲକର ବିଭିନ୍ନ ପଞ୍ଚାୟତରୁ ୨୦ରୁ ଉର୍ଦ୍ଧ ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଓ ୩ଜଣ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ର ସଭାପତି ଭାଜପାରେ ସାମିଲ ହୋଇଛନ୍ତି। ସେହିପରି ବିଜେଡିର ପ୍ରାକ୍ତନ ଜିଲା ପରିଷଦ ସଦସ୍ୟ, ପ୍ରାକ୍ତନ ସରପଞ୍ଚ, ସମିତି ସଭ୍ୟ ଓ ଛାମୁଆ ନେତାମାନେ ମଧ୍ୟ ଭାଜପାରେ ମିଶିଛନ୍ତି। ସୋମବାର ସନ୍ଧ୍ୟାରେ ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓଙ୍କ ପାଟଣାଗଡ ସ୍ଥିତ ବାସଭବନରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ପଞ୍ଚାୟତସ୍ତରୀୟ ଲୋକ ପ୍ରତିନିଧି ଓ ଛାମୁଆ ନେତାମାନେ ଭାଜପାରେ ସାମିଲ ହୋଇଥିଲେ। ଦଳରେ ନୂତନ ଭାବେ ଯୋଗ ଦେଇଥିବା ନେତୃବୃନ୍ଦଙ୍କୁ ଏମ୍‌ପି ସିଂଦେଓ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ନିର୍ବାଚନମଣ୍ଡଳୀର ଲୋକ ପ୍ରତିନିଧି ଓ ଛାମୁଆ ନେତା ଭାଜପାରେ ସାମିଲ ହେବା ସୋନପୁର ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପାଇଁ ଶକ୍ତ ଧକ୍କା ସଦୃଶ ହୋଇଛି।
ବିଜେଡିରୁ ସାମୂହିକ ଇସ୍ତଫା ଦେବେ ନେତୃବୃନ୍ଦ, ତରଭାରେ ବଦଳୁଛି ରାଜନୈତିକ ସମୀକରଣ ଶୀର୍ଷକ ଖବର କେବଳ ଧରିତ୍ରୀରେ ଗତ ୧୩ତାରିଖରେ ପ୍ରକାଶ ପାଇଥିଲା। ସୋନପୁର ବିଧାୟକ ପୂଜାରୀଙ୍କ ନିର୍ବାଚନ ମଣ୍ଡଳୀ ଅଧିନ ତଥା ବିଜେଡି ଜିଲା ସଭାପତି ସରୋଜ କମ୍ପ ନିଜେ ତରଭା ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିବା ବେଳେ ଲୋକ ପ୍ରତିନିଧିଙ୍କ ଦଳରୁ ଇସ୍ତଫା ଦେବା ଖବରକୁ ଲୋକେ ବିଶ୍ୱାସ କରି ପାରି ନଥିଲେ। ତେବେ ମଙ୍ଗଳବାର ଏମ୍‌ପି ସିଂହଦେଓ ଏ ସମ୍ପର୍କରେ ପଟୋ ସହିତ ନିଜ ଫେସବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଓ ଜନକଲ୍ୟାଣକାରୀ ଯୋଜନାକୁ ସମର୍ଥନ କରି ତରଭା ବ୍ଳକ ବିଜେଡିର ପ୍ରଞ୍ଚାୟତସ୍ତରୀୟ ଲୋକ ପ୍ରତିନିଧି ଭାଜପାରେ ସାମିଲ ହୋଇଥିବା ସେ ଉଲ୍ଲେଖ କରିଥିଲେ। ନିମିଷକ ମଧ୍ୟରେ ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଅନ୍ୟପକ୍ଷେ ରାଜ୍ୟ ନେତୃତ୍ୱଙ୍କ ଉପସ୍ଥିତିରେ ତରଭାରେ ଏକ ବଡ ଧରଣର ମିଶ୍ରଣ ପର୍ବ ଆୟୋଜନ ହେବ ବୋଲି ଭାଜପା ପକ୍ଷରୁ ସୂଚନା ମିଳିଛି।
୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ବିଜେଡି ଗଡ ସୁବର୍ଣ୍ଣପୁର ଜିଲାରେ ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି। ଜିଲାର ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପା ପ୍ରଥମ ଥର ଖାତା ଖୋଲିବାକୁ ସକ୍ଷମ ହୋଇଥିଲା। ଦଳର ଯୁବ ନେତା ଇଂ ରଘୁନାଥ ଜଗଦଲା ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ସୋନପୁର ବିଧାନସଭା ଆସନକୁ ଭାଜପା ହାତେଇ ପାରି ନଥିଲେ ମଧ୍ୟ ରାଜ୍ୟରେ ଅଭୂତପୂର୍ବ ବିଜୟ ପରେ ଏବେ ତୃଣମୂଳସ୍ତରରେ ସଂଗଠନକୁ ଦଳ ଟାର୍ଗେଟ୍‌ କରିଛି। ପ୍ରଥମ ପଦକ୍ଷେପ ସ୍ବରୂପ ତରଭା ବ୍ଲକରେ ବିଜେଡି ଗଡ ଭୁଶୁଡାଇବାରେ ସଫଳ ହୋଇଛି ଦଳ। ବିଜେଡିରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହୋଇଥିବା ପଞ୍ଚାୟତ ପ୍ରତିନିଧିମାନେ ହେଲେ ମେଣ୍ଡା ସରପଞ୍ଚ ଲିଜାରାଣୀ ଦଣ୍ଡସେନା, ସମିତି ସଭ୍ୟ ବିଷ୍ଣୁପ୍ରିୟା ମିଶ୍ର, ଜରାଜାରିଙ୍ଗ ସରପଞ୍ଚ ସଦା ପାତ୍ର, ଶିବତୁଲା ସରପଞ୍ଚ ମୁକ୍ତା ନାଗ, ଝାରତରଭା ସରପଞ୍ଚ ସୌଦାମିନୀ ସା, ମରାଡୁଗୋଛା ସରପଞ୍ଚ ମନମୋହନ ସାହୁ, ବ୍ରାହ୍ମଣୀ ସରପଞ୍ଚ କୁଶଲେଶ୍ୱର ପାଣ୍ଡେ, ଦୁବୁଲା ସରପଞ୍ଚ ଆର୍ତ୍ତତ୍ରାଣ ବଗର୍ତ୍ତି, ତୁଲୁଣ୍ଡା ସରପଞ୍ଚ ଉମା ସାହୁ, ସିଂହାରୀ ସରପଞ୍ଚ ଭୂମତୀ ଘିବିଲା, ସମିତି ସଭ୍ୟ ରଶ୍ମିତା କୁଅଁର, କୁମ୍ଭାରମୁଣ୍ଡା ସରପଞ୍ଚ ସବିତା ପାତ୍ର, ସମିତି ସଭ୍ୟ ସୀତା ସେଠୀ ଓ ଚାରଭଟା ସରପଞ୍ଚ ସସ୍ମିତା ହରିପାଲ। ସେହିପରି ପାଇକବାହାଲ ପାକ୍ସ ସଭାପତି ରାଜେନ୍ଦ୍ର ପଣ୍ଡା, ଶିବତୁଲା ପାକ୍ସ ସଭାପତି ତପନ କୁମାର ଅଗ୍ରଓ୍ବାଲ, ଦୁବୁଲା ପାକ୍ସ ସଭାପତି ବିଶେଶ୍ୱର ସାହୁ, ପ୍ରାକ୍ତନ ଜିଲା ପରିଷଦ ସଦସ୍ୟ ତଥା ଚାରଭଟାର ପ୍ରାକ୍ତନ ସରପଞ୍ଚ ପ୍ରଭାତ ପାତ୍ର, ସରଗଜ ପଞ୍ଚାୟତର ପ୍ରାକ୍ତନ ସମିତି ସଭ୍ୟ ତଥା ଚାଷୀ ନେତା ମିତ୍ରବ୍ରତ ମିଶ୍ର ଓ ପାଇକବାହାଲର ପ୍ରାକ୍ତନ ସରପଞ୍ଚ ଗଣନାଥ ସାହୁ ପ୍ରମୁଖ ବିଜେଡିରୁ ଇସ୍ତଫା ଦେଇ ଭାଜପାରେ ଯୋଗ ଦେଇଛନ୍ତି। ଏମ୍‌ପିଙ୍କ ପ୍ରତିନିଧି ସାନନ୍ଦ ମେହେର, ବରିଷ୍ଠ ନେତା ରାଜକିଶୋର ମେଣ୍ଡିଲି ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ୨୧ଟି ପଞ୍ଚାୟତକୁ ନେଇ ଗଠିତ ତରଭା ବ୍ଳକରେ ସଂଖ୍ୟାଧିକ ସରପଞ୍ଚ ଓ ସମିତି ସଭ୍ୟ ବିଜେଡି ଦଳ ସମର୍ଥିତ। ବିଧାୟକ, ଜିଲା ପରିଷଦ ସଦସ୍ୟ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜେଡିର। ଏଭଳି ସ୍ଥିତିରେ ପଞ୍ଚାୟତସ୍ତରୀୟ ଲୋକ ପ୍ରତିନିଧି ଓ ବରିଷ୍ଠ ନେତା ଦଳ ପରିତ୍ୟାଗ କରିବା ପରେ ଭାଜପା ଓ ବିଜେଡି ମଧ୍ୟରେ ପତିଆରାର ଲଢେଇ ଆରମ୍ଭ ହୋଇଛି। ଉଭୟ ଦଳର ନେତୃବୃନ୍ଦ ରାଜନୈତିକ ଗୋଟିଚାଳନାରେ ବ୍ୟସ୍ତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

ରାଧାଷ୍ଟମୀରେ ସୃଷ୍ଟି ହେଲା ବଡ଼ ବଡ଼ ଗ୍ରହ ଯୋଗ: ଆଜିଠୁ ୫ ରାଶିଙ୍କର ଆରମ୍ଭ ହେଲା ଗୋଲଡେନ୍‌ ଟାଇମ୍‌, ଅପାର ଧନଲାଭ ସହ ବଢ଼ିବ ଆୟ!

ଭୁବନେଶ୍ୱର: ୧୯ ସେପ୍ଟେମ୍ବର ୨୦୨୬, ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ଦିନ ରାଧାଷ୍ଟମୀ, ଦଧୀଚି ଜୟନ୍ତୀ ଏବଂ ମାସିକ ଦୁର୍ଗାଷ୍ଟମୀ ପାଳନ କରାଯିବ।…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୂଳି ଚଟାଇଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ, ବର୍ଷା କଲେ ଚୌକା-ଛକା,ସମସ୍ତେ ଆଶ୍ଚର୍ଯ୍ୟ

ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି…

ସରିଲା ନୂଆଁଖାଇ, ରହିଗଲା ଆବର୍ଜନା: ସହର ସାରା ପରିବେଶ ପ୍ରଦୂଷଣର ବିକଳ ଚିତ୍ର

ବରଗଡ଼,୧୯।୯(ପ୍ରେମାନନ୍ଦ ଖମାରୀ): ଗଣେଶ ପୂଜା ଓ ନୂଆଁଖାଇ ସରି ଯାଇଛି। ଉତ୍ସାହ, ଉଦ୍ଦୀପନା ସହିତ ଲୋକେ ଏହାକୁ ପାଳନ କରିଛନ୍ତି। ହେଲେ ଏହି ପର୍ବ ସରିବା ପରେ…

ନିକିତାଙ୍କୁ ଗ୍ଲୋବାଲ ପାଥ୍‌ଫାଇଣ୍ଡର୍ସ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ପଦ୍ମପୁର,୧୯ା୯(ପ୍ରଦୀପ୍ତ ଦାଶ):ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀ ନିକିତା ସାହୁ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ପକ୍ଷରୁ ପ୍ରଦତ୍ତ ପ୍ରତିଷ୍ଠିତ ‘ଗ୍ଲୋବାଲ ପାଥଫାଇଣ୍ଡର୍ସ ଆୱାର୍ଡ’ ଲାଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?