Posted inଖେଳ

ଦିଲ୍ଲୀକୁ ଆରମ୍ଭରୁ ବଡ଼ ଝଟକା

ଦୁବାଇ,୧୦।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଟସ୍‌ ଜିତି ଫିଲ୍ଡଂ କରିବାର ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷେ ବ୍ୟାଟିଂ କରିବାକୁ ଆସି ଦିଲ୍ଲୀକୁ ଆରମ୍ଭରୁ ବଡ ଝଟକା ଲଗିଛି। ଓପନିଂ ପୃଥ୍ବୀ ଶ ଏବଂ ଶିଖର ଧାଓ୍ବନଙ୍କ ଯୋଡି ଭଲ ଷ୍ଟାଟ୍‌ ଦେଇଥିଲେ। ହେଲେ ୩.୨ ଓଭରରେ ଶିଖର ଧାଓ୍ବନ(୭) ରନ୍‌ କରି ଜୋଶ ହାଜେଲଉଡଙ୍କ ବଲରେ ଆଉଟ୍‌ ହୋଇଯାଇଥିଲେ। ପରେ ବ୍ୟାଟିଂ କରିବାକୁ ଆସି ଶ୍ରେୟାସ ଆୟାର ମଧ୍ୟ କିଛି କରି ପାରି ନ ଥିଲେ। ସେ ୧ ରନ୍‌ କରି ଜୋଶ ହାଜେଲଉଡଙ୍କ ବଳ୍‌ରେ ଆଉଟ ହୋଇଯାଇଥିଲେ। ହେଲେ ପୃଥ୍ବୀ ଶ ୧୯ ବଲ୍‌ରେ ୪୨ ରନ୍‌ କରି ଖେଳୁଛନ୍ତି। ୬୭ ଓଭର ସୁଦ୍ଧା ଦିଲ୍ଲୀ ୫୧ ରନ୍‌ କରି ୨ ଉଇକେଟ ହରାଇଛି।

ଅନ୍ୟପକ୍ଷେ ୧୪ଟି ମ୍ୟାଚ୍‌ ଖେଳି ୧୦ ବିଜୟ, ୪ ପରାଜୟ ସହ ଦିଲ୍ଲୀ ୨୦ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ଅନ୍ୟପଟେ ଚେନ୍ନାଇ ୧୪ ମ୍ୟାଚ୍‌ ଖେଳି ୯ ବିଜୟ, ୫ ପରାଜୟ ସହ ୧୮ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଇନାଲ ପାଇଁ ୭୫ ହଜାର ଟିକେଟ୍ ବିକ୍ରି

ମୁମ୍ବାଇ,୭।୩- ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍ସିଜି)ରେ ରବିବାର ଆୟୋଜକ ତଥା ୪ ଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ମହିଳା ଟି୨୦ ବିଶ୍ୱକପ୍ ଫାଇନାଲ...

ଏସିଆନ୍‌ ବକ୍ସିଂ: ଫାଇନାଲରେ ୬ ଭାରତୀୟ

ବ୍ୟାଙ୍କକ୍‌, ୨୬।୪(ପି.ଟି.)- ଏଠାରେ ଚାଲିଥିବା ଏସିଆନ୍‌ ବକ୍ସଂ ଚାମ୍ପିୟନଶିପ୍‌ରେ ଗୁରୁବାର ୬ଜଣ ଭାରତୀୟ ବକ୍ସର ଫାଇନାଲରେ ପ୍ରବେଶ କରିଛନ୍ତି। ଫଳରେ ଏହି ଚାମ୍ପିୟନଶିପ୍‌ରେ ଭାରତ ପାଇଁ...

ସିଏସ୍‌କେ ଦଳରେ ନୂଆ ବିଦେଶୀ ଖେଳାଳି

ମୁମ୍ବାଇ, ୯ା୪- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳରେ ସାମିଲ ହୋଇଛନ୍ତି ଅଷ୍ଟ୍ରେଲିଆନ ପେସର ଜାସନ ବେହେରେଣ୍ଡର୍ଫ। ତାଙ୍କୁ ଜୋସ ହାଜେଲଉଡଙ୍କ ବଦଳ ଖେଳାଳି ଭାବେ...

ହେଭିଓ୍ବେଟ୍‌ ମୁକାବିଲାରୁ ଆରମ୍ଭ ହେବ ଆଇପିଏଲ୍‌

ଦୁବାଇ,୧୮।୯: ବିଶ୍ୱର ସର୍ବଶ୍ରେଷ୍ଠ ଟି୨୦ ଲିଗ୍‌ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ରବିବାରଠାରୁ ଆଇପିଏଲ୍‌ ୧୪ତମ ସଂସ୍କରଣର ବାକିଥିବା...

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ: ଓ୍ବାର୍ନରଙ୍କ ସହ ବନର୍‌ସ ଓପନ କରିବେ

ମେଲବୋର୍ନ: ଭାରତୀୟ କ୍ରିକେଟ ଦଳ ଗୁରୁବାର ଅଷ୍ଟ୍ରେଲିଆରେ ପହଞ୍ଚିଛି। କ୍ୱାରାଣ୍ଟାଇନ୍‌ ଅବଧି ଶେଷ ହେବାପରେ ଟିମ୍‌ ଇଣ୍ଡିଆ ସେଠାରେ ଚଳିତମାସ ୨୭ରୁ ଦିନିକିଆ ସିରିଜ ଖେଳିବ।...

୮ ମହିଳା ରେସଲର ସସ୍‌ପେଣ୍ଡ

ନୂଆଦିଲ୍ଲୀ,୧୬।୧(ପି.ଟି.)- ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ୮ ଜଣ ମହିଳା ରେସଲରଙ୍କୁ ଗୋଟିଏ ବର୍ଷ ପାଇଁ ସସ୍‌ପେଣ୍ଡ କରିଛି। ଲକ୍ଷ୍ନୌରେ ଅନୁଷ୍ଠିତ ଜାତୀୟ କ୍ୟାମ୍ପରୁ...

ବିରାଟ ଧମାଲ୍‌:ଚୌକା ମାରି ଶତକ ପୂରଣ କଲେ କୋହଲି

ପୁଣେ, ୧୧।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶତକ ଅର୍ଜନ କରିଛନ୍ତି। ସେ ଚୌକା ମାରି ଟେଷ୍ଟରେ ୨୬ତମ...

ବିବାହ ପରେ କାମକୁ ଫେରିଲେ ବୁମ୍‌ରାଙ୍କ ପତ୍ନୀ, ପ୍ରଶଂସକ ପଚାରିଲେ ଏଭଳି ପ୍ରଶ୍ନ

ପୁଣେ,୨୬।୩: ଭାରତୀୟ ଟିମ୍‌ର ଷ୍ଟାର ବୋଲର୍‌ ଜସପ୍ରିତ ବୁମ୍‌ରା ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଟେଲିଭିଜନ ଆଙ୍କର ସଞ୍ଜନା ଗଣେଶନଙ୍କ ହାତ ଧରିଥିଲେ ସେ।...

Advertisement
Archives

Model This Week