Posted inଜାତୀୟ

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ଗଣମାଧ୍ୟମ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଶେହଜାଦ କହିଛନ୍ତି ଯେ ଭାଜପା ତାଙ୍କ ପାଇଁ ମା’ ସଦୃଶ ଏବଂ ଦଳ ସହିତ ତାଙ୍କର ଏକ ଗଭୀର ଓ ବ୍ୟକ୍ତିଗତ ସମ୍ପର୍କ ରହିଛି। ସେ ଗୁରୁତ୍ୱାରୋପ କରି କହିଛନ୍ତି, ‘ମୁଁ ବିଚାରଧାରାକୁ ତ୍ୟାଗ କରିନାହିଁ; ମୁଁ କେବଳ ଏକ ବ୍ୟବସ୍ଥାରୁ ନିଜକୁ ଦୂରେଇ ନେଇଛି।’
ଶେହଜାଦ ପୁନାୱାଲା କହିଛନ୍ତି, ‘ମୁଁ ଆପଣଙ୍କୁ ପ୍ରକୃତ କାହାଣୀଅର୍ଥାତ ଭିତରର କଥାକହିବାକୁ ଚାହେଁ। ପ୍ରଥମ କଥା ହେଲା, ମୁଁ ଭାଜପାକୁ ଧମକ ଦେଉନାହିଁ, କାରଣ ଦଳ ସହିତ ମୋର ଘନିଷ୍ଠ ଓ ବ୍ୟକ୍ତିଗତ ସମ୍ପର୍କ ରହିଛି। ଭାଜପା ମୋ ପାଇଁ ମା’ ସଦୃଶ; ଏହା ପରିବାର ପରି ଏବଂ ପରିବାର ମଧ୍ୟରେ ଧମକ ପାଇଁ କୌଣସି ସ୍ଥାନ ନାହିଁ। ଭାଜପା ଏପରି ଏକ ଦଳ ଯେଉଁଠାରେ କର୍ମୀଙ୍କ କଥା ଶୁଣାଯାଏ।”
ସେ ଆହୁରି ମଧ୍ୟ କହିଛନ୍ତି, “କଂଗ୍ରେସ ସହିତ ମୋର ମତଭେଦ ସୃଷ୍ଟି ହୋଇଥିଲା। ତା’ପରେ ମୋଦୀଜୀ ମଞ୍ଚରୁ ମୋ ନାମ ଉଲ୍ଲେଖ କରିଥିଲେ, ଆପଣଙ୍କର ମନେଥିବ ସେତେବେଳେ ଗୁଜୁରାଟ ନିର୍ବାଚନ ଚାଲିଥିଲା। ତା’ପର ପାଞ୍ଚ ବର୍ଷ ମୁଁ କେଉଁଠାରେ ଥିଲି? ପରବର୍ତ୍ତୀ ସମୟରେ, ମୁଁ ଭାଜପାରେ ଯୋଗଦେବା ଏବଂ ସେମାନଙ୍କ ସହ କାମ କରିବାର ସୁଯୋଗ ପାଇଲି। ମୁଁ ଦୁଇଟି ବିଷୟ ଉପରେ ବିଚାର କଲି: ମୁଁ କାହାର ପୁଅ ନୁହେଁ (ଯେ କି ପୈତୃକ ସମ୍ପତ୍ତି ପାଇଛ), କିମ୍ବା ମୁଁ ଦୁର୍ନୀତିଗ୍ରସ୍ତ ଉତ୍ସରୁ ଟଙ୍କା ଗ୍ରହଣ କରେ ନାହିଁ; ତେଣୁ ଯଦି ମୁଁ ଦିନରାତି (୨୪/୭) ଏହି କାମରେ ନିଜକୁ ନିୟୋଜିତ କରେ, ତେବେ ମୁଁ କିପରି ଚଳିବି ସେ ବିଷୟରେ ଚିନ୍ତା କରିବାକୁ ପଡ଼ିଥିଲା। ମୁଁ ଯଥେଷ୍ଟ ସଞ୍ଚୟ କରି ରଖିଥିଲି,ଯେହେତୁ ମୁଁ ଅବିବାହିତ ଏବଂ କେବଳ ନିଜର ଖର୍ଚ୍ଚ ବହନ କରିବାକୁ ପଡ଼େ, ଯାହା ଦ୍ୱାରା ମୁଁ ତିନି କିମ୍ବା ଚାରି ବର୍ଷ ପର୍ଯ୍ୟନ୍ତ ଚଳିପାରିବି।’
ଶାହଜାଦ କହିଲେ, ‘ମୋ ମନରେ ଆଉ ଏକ ଚିନ୍ତାଧାରା ଥିଲା ଯେ ମୁଁ ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ରହିବ ଇର୍ଥାତ, ଯେତେବେଳେ ମୋଦୀଜୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ, ସେତେବେଳେ ମୁଁ ମୋର ଲକ୍ଷ୍ୟ ପୂରଣ ହୋଇଛି ବୋଲି ଭାବିବି ଏବଂ ଘରୋଇ କ୍ଷେତ୍ରକୁ ଫେରିଯିବି; ମୁଁ ଏକାଧିକ ପଡକାଷ୍ଟରେ ଏବଂ ଟୁଇଟ ମାଧ୍ୟମରେ ମଧ୍ୟ ଏହା ସ୍ପଷ୍ଟ ଭାବେ କହିସାରିଛି। ସେଇଟା ହିଁ ମୋର ମୂଳ ଯୋଜନା ଥିଲା। ଇତିହାସକୁ ଦେଖିଲେ, ଭାଜପା କେବେବି କାହାକୁ ପ୍ରଥମ ଦିନରେ ହିଁ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ କରିନାହିଁ; କେବଳ ମୁଁ ହିଁ ଏମିତି ଜଣେ ବ୍ୟକ୍ତି ଯିଏ ପ୍ରଥମ ଦିନରେ ହିଁ ମୁଖପାତ୍ର ହୋଇଥିଲି। ତେବେ ଭାଜପା ଉପରେ ନାରାଜ ହେବାର କାରଣ କ’ଣ ଥାଇପାରେ? ବିଜେପି ମୋତେ କ’ଣ ଦେଇନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?