ରାଶନ କାର୍ଡକୁ ନେଇ ପୁଣି ବଡ଼ ଖବର, ଯୋଗାଣ ମନ୍ତ୍ରୀ କହିଲେ…

ଛତ୍ରପୁର ୨୨।୨(ସନ୍ତୋଷ ପାଢ଼ୀ ): ଗଂଜାମ ଜିଲା ଛତ୍ରପୂର ସ୍ଥିତ ସର୍କିଟ ହାଉସ ଠାରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଧାନ କିଣା ଓ ରାଶନ କାର୍ଡ ପାଇଁ ଇ-କେୱାସିନ୍ତ୍‌ର ଅଗ୍ରଗତି, ଶୀତଳ ଭଣ୍ଡାର ର୍ନିମାଣ ଆଦି ସମ୍ପର୍କରେ ସମୀକ୍ଷା ବୈଠକ କରିଛନ୍ତ। ସେ କହିଛନ୍ତି, ମାର୍ଚ୍ଚ ୩୧ ସୁଦ୍ଧା ଇ-କେୱାସି କରାଇନିଅନ୍ତୁ ଏବଂ ଯେଉଁମାନେ ଉକ୍ତ ସମୟ ସୀମା ମଧ୍ୟରେ କରିବେନାହିଁ ସେମାନଙ୍କ ରାଶନ କାର୍ଡ କଟିଯିବ। ଜିଲାରେ ବ୍ରହ୍ମପୁର, ଛତ୍ରପୁର ଓ ଭଂଜନଗର ସବଡିଭିଜନରେ ଗୋଟିଏ ଲେଖାଏଁ ସମୁଦାୟ ୩ଟି ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି । ଏନେଇ ଟଙ୍କା ଆସିଯାଇଛି ଏବଂ ଖୁବଶୀଘ୍ର ଟେଣ୍ଡର ହେବ ।

ଜିଲାରେ ୯୦ ପ୍ରତିଶତ ଧାନ କିଣା ହୋଇଛି ଏବଂ ୭ ଦିନ ମଧ୍ୟରେ ଏହି ଧାନ କିଣା ସରିଯିବ । ଧାନ କିଣା ପ୍ରକ୍ରିୟା ରେ ଜିଲାର ଅଫିସରମାନେ ଭଲ କାମ କରିଛନ୍ତି ଏବଂ ଏନେଇ ମନ୍ତୀ ଧନ୍ୟବାଦ ଦେଇଥିଲେ । ଧାନ କିଣାରେ ତ୍ରୁଟି ନେଇ ୪୦ ରୁ ଉର୍ଦ୍ଧ୍ୱ ମିଲର ଏବଂ ଅନ୍ୟ କେତେକ ଅଧିକାରୀ ମାନଙ୍କୁ କାରଣ ଦର୍ଶାଅ ନୋଟିସ ମଗାଯାଇଥିବା ସେ ସୂଚନା ଦେଇଛନ୍ତି । ଉକ୍ତ ବୈଠକରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ଗଂଜାମ ଜିଲାପାଳ ଦିବ୍ୟଜ୍ୟୋତ ପରିଡା, ଜିଲାପରିଷଦ ମୁଖ୍ୟ ଉର୍ନ୍ନୟନ ଅଧିକାରୀ ମଧୁମିତା, ଛତ୍ରପୂର ଉପଜିଲାପାଳ ଶିବାଶିଷ ବରାଳ, ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ସମେତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କାରେ ୨୮ ଦିନ ରାତିରେ ଅନଲିମିଟେଡ୍ ଡାଟା, ମାତ୍ର ଏତିକି ଦିନ ଅଫର

ଜିଓର ଏକ ଡାଟା ପ୍ୟାକ୍‌ ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ । ବିଶେଷକରି ରାତିରେ ଫିଲ୍ମ ଓ ୱେବ୍‌ ସିରିଜ୍‌ ଦେଖୁଥିବା, ବଡ଼ ଫାଇଲ୍‌ ଡାଉନଲୋଡ୍‌ କରୁଥିବା…

ଖେମୁଣ୍ଡି ଖଲାସି ସଂଘର ନୂଆ କର୍ମକର୍ତ୍ତା ଚୟନ; ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ସାମିଲ ହେବାକୁ…

ଦିଗପହଣ୍ଡି, ୨୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଖଲାସି ସଂଘର ଏକ ପରିବର୍ଦ୍ଧିତ ଆଲୋଚନା ସଭା ରବିବାର ଦିନ ନିମପଲ୍ଲୀ ଗ୍ରାମ ନିକଟସ୍ଥ…

ବ୍ୟାଗ ଯାଞ୍ଚ ବେଳେ ହଇଚଇ! ୩ଟି ବୋମା ଧରି ସ୍କୁଲ ପହଞ୍ଚିଲେ ଅଷ୍ଟମ ଶ୍ରେଣୀ ଛାତ୍ର, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୯।୧୧: ଉତ୍ତରପ୍ରଦେଶର ପ୍ରୟାଗରାଜ ସହରର ଏକ ସ୍କୁଲରେ ଚାଞ୍ଚଲ୍ୟ ଦେଖାଦେଇଛି । ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରଙ୍କ ସ୍କୁଲ ବ୍ୟାଗ୍‌ରୁ ୩ଟି ଦେଶୀ ବୋମା ମିଳିବା ପରେ…

ଗୁଡ଼ାରି ବ୍ଲକରେ ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ; ଖେଳୁଆଡ଼ ମନୋଭାବ ରଖି ଖେଳିବାକୁ ସୁଧୀର ଦାସଙ୍କ ପରାମର୍ଶ

ଗୁଡ଼ାରି, ,୨୯।୧୧(ପ୍ରମୋଦ କୁମାର ପତି ) : ଗୁଡ଼ାରି ବ୍ଲକ ଅନ୍ତର୍ଗତ ପେଣ୍ଡିଲି ଗ୍ରାମପଞ୍ଚାୟତର ସୌରା ପେଣ୍ଡିଲିଠାରେ ରବିବାର ଦିନ ଏକ ଗ୍ରାମପଞ୍ଚାୟତ ସ୍ତରୀୟ ଭଲିବଲ ଟୁର୍ନାମେଣ୍ଟର…

ମାତାପିତାଙ୍କୁ ବଡ଼ ଉପହାର ଦେଲେ ଧ୍ରୁବ ଜୁରେଲ, ନ୍ୟୁଜିଲ୍ୟାଣ୍ଡରେ ସେମାନଙ୍କ ସ୍ବପ୍ନ ପୂରଣ କଲେ

ନୂଆଦିଲ୍ଲୀ,୨୯।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟ ଦଳକୁ ଏକ କଷ୍ଟକର ପରିସ୍ଥିତିରୁ ଉଦ୍ଧାର କରିଥିବା ଧ୍ରୁବ ଜୁରେଲ, ନିଜ ମାତାପିତାଙ୍କ ସାମ୍ନାରେ ଏକ…

୨ ୱିକେଟ୍‌ ନେବା ପରେ ବି ବୁମ୍‌ରାଙ୍କ ବୋଲିଂକୁ ନେଇ ପ୍ରଶ୍ନ, କାର୍ତ୍ତିକ କହିଲେ ପୂର୍ବଭଳି ଆଉ…

ନୂଆଦିଲ୍ଲୀ,୨୯।୧୧: କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟର ତୃତୀୟ ଦିନ ଶେଷ ହୋଇଛି । ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଦଳର ଦବଦବା ଜାରି ରହିଛି । ତୃତୀୟ ଦିନର ଖେଳ ଶେଷ…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ସ୍ୱାମୀଙ୍କ ନାଁରେ ମାମଲା ରୁଜୁ

ଦିଗପହଣ୍ଡି, ୨୯/୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ବ୍ଲକର ଏକ ଗ୍ରାମର ଜଣେ ଯୁବତୀ ପ୍ରାୟ ଏକ ବର୍ଷ…

ଏହି ଭାରତୀୟ କ୍ରିକେଟରଙ୍କ ଉଚ୍ଚ ପ୍ରଶଂସା କଲେ ସାର୍‌ ଆଲାଷ୍ଟେୟାର କୁକ; IPLକୁ ନେଇ ମଧ୍ୟ ନିଜ ମତ ରଖିଲେ

ନୂଆଦିଲ୍ଲୀ,୨୯।୧୧: ମାତ୍ର ୧୫ ବର୍ଷ ବୟସରେ, ବୈଭବ ସୂର୍ଯ୍ୟବଂଶୀ ନିଜର ଦମଦାର ବ୍ୟାଟିଂ ଦ୍ୱାରା କ୍ରିକେଟ ଜଗତରେ ଚହଳ ସୃଷ୍ଟି କରିଛନ୍ତି। ‘ଏସିଆ କପ ରାଇଜିଂ ଷ୍ଟାର୍ସ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?