Posted inଜାତୀୟ

ନେତାଙ୍କୁ ଦୁଃଖରେ ଦେଖି ବହୁ ସଂଖ୍ୟାରେ ଏକତ୍ରିତ ହେଲେଣି କୃଷକ

ମୁଜାଫରନଗର,୩୦।୧- ଭାରତୀୟ କିଷାନ ୟୁନିଅନ ନେତା ନରେଶ ଟିକାଏତ୍‌ଙ୍କ ଡାକରାରେ ଦିଲ୍ଲୀ ଗାଜିପୁର ସୀମାଠାରୁ ୧୫୦ କିଲୋମିଟର ଦୂରରେ ପୁଣି ଏକତ୍ରିତ ହେଲେଣି ଚାଷୀ। ଉତ୍ତର ପ୍ରଦେଶ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗାଜିପୁର ସୀମାରୁ ବଳ ପୂର୍ବକ ଆନ୍ଦୋଳନସ୍ଥଳରୁ କୃଷକଙ୍କୁ ତଡ଼ାଯିବା ଲାଗି ଉଦ୍ୟମ ପରେ ଭିକେୟୁ ନେତା ନରେଶ ଟିକାଏତ୍‌ ମହାପଞ୍ଚାୟତ ତଥା କୃଷକଙ୍କ ବୈଠକ ଡକାଇଥିଲେ।

ଗାଜିପୁର ସୀମାରୁ କୃଷକଙ୍କୁ ପୋଲିସ ବଳ ପୂର୍ବକ ଘଉଡ଼ା ଯାଇଥିବା ଆକଳନ କରାଯାଉଛି। ଗତକାଲି ଆନ୍ଦୋଳନସ୍ଥଳରୁ ବିଦ୍ୟୁତ ଓ ପାଣି ଯୋଗାଣ ବିଚ୍ଛିନ୍ନ କରି ଦିଆଯାଇଥିଲା। କୃଷକମାନେ ଆନ୍ଦୋଳନସ୍ଥଳରୁ ଚାଲିଯିବା ପରେ କୃଷକ ନେତା ରାକେଶ ଟିକାଏତ୍‌  କ୍ୟାମେରା ଆଗରେ କାନ୍ଦି ପକାଇଥିଲେ।“ସେମାନେ କୃଷକ ଆନ୍ଦୋଳନକୁ ଧ୍ୱଂଶ କରିଦେବାକୁ ଚାହୁଁଛନ୍ତି, କିନ୍ତୁ ଆମେ ଏହା ହେବାକୁ ଦେବୁ ନାହିଁ। ନୂଆ କୃଷି ଆଇନ ପ୍ରତ୍ୟାହାର କରାଯିବ ନହେଲେ ଆତ୍ମହତ୍ୟା କରିବି। ଏହା କୃଷକଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର” ବୋଲି ଟିକାଏତ୍‌ ‌ କହିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ଗାଜିପୁର ସୀମାକୁ ଫେରିବା ଆରମ୍ଭ କରିଛନ୍ତି କୃଷକ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ବ୍ଲକ ପ୍ରମୁଖ ଶୈବପୀଠରେ ହଜାର ହଜାର କାଉଡିଆଙ୍କ ଜଳାଭିଷେକ, ଆଉ ଦୁଇଟି ସୋମବାରରେ…

ଗଞ୍ଜାମ,୧୦।୮ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚ ପୁର ପଞ୍ଚାୟତ ମାଳୀ ଜଗନ୍ନାଥ ପୁର ନିକଟସ୍ଥ ବାବା ବାଲୀ ଲୋକନାଥ, ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼…

୯୦ ବର୍ଷ ବୟସରେ ବୃଦ୍ଧଙ୍କୁ ଚଢିଲା ବିବାହ ନିଶା: ଆଉ ତା’ପରେ ଘଟିଗଲା ଏମିତି କିଛି…

ଜୟପୁର,୧୦।୮: ରାଜସ୍ଥାନର ରାଜଧାନୀ ଜୟପୁରରୁ ସାଇବର ଠକେଇ ଏବଂ ଡିଜିଟାଲ ବ୍ଲାକମେଲ୍ର ଏକ ଆଶ୍ଚର୍ଯ୍ୟଜନକ ଏବଂ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚତୁର ସାଇବର ଅପରାଧୀମାନେ…

ଶ୍ରାବଣ ଶିବରାତ୍ରିରେ ୪ ଦୁର୍ଲଭ ରାଜଯୋଗର ମହାସଂଯୋଗ: ବୃଷ ସମେତ ୪ ରାଶିକୁ ମିଳିବ ଅପାର ଲାଭ

ଶ୍ରାବଣ ଶିବରାତ୍ରି ଅବସରରେ ଗଠିତ ହେଉଥିବା ଚାରିଟି ରାଜଯୋଗ ବୃଷ, କର୍କଟ, ତୁଳା ଓ କୁମ୍ଭ ରାଶି ପାଇଁ ବେଶ ଶୁଭ ସାବ୍ୟସ୍ତ ହେବ। ଏହି ରାଶିର…

ଜିଲାପାଳଙ୍କ ଶୁଣାଣିରେ ବିଷପିଇ ଜୀବନ ହାରିବାକୁ ଉଦ୍ୟମ: କାବୁ କରି…

ରାଜନଗର,୧୦।୮(ଭାସ୍କର ରାଉତ ରାୟ): ବିଷ ପିଇବାକୁ ଉଦ୍ୟମ ବେଳେ କାବୁ କରିନେଲା ପୋଲିସ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଓ ଢୋଲମରା…

ଚିନ୍ତାରୁ ମୁକ୍ତି ପାଇବାକୁ ହେଲେ…

ଆଜିକାଲି ଅତ୍ୟଧିକ କାମର ଚାପ ହେଉ ଅବା କେତେକ କାରଣରୁ ଅନେକେ ଚିନ୍ତାଗ୍ରସ୍ତ ହେଉଛନ୍ତି। ତେବେ ଏଥିରୁ କେତେକାଂଶରେ ମୁକୁଳିବାର ଏକ ସହଜ ଉପାୟ ରହିଛି। ତାହା…

ଚାଷଜମିକୁ ଜଳସେଚନର ହେବ ସୁବିଧା : ଖୋଲିଲା ଜୟ ମଙ୍ଗଳ ଓ ଋଷିକୂଳ୍ୟାର ୧୫ ନମ୍ବର କେନାଲ

ଛତ୍ରପୁର,୧୦।୮, (ଦିଲ୍ଲୀପି ସାମଲ/ଦ୍ୱାରିକା ପଟ୍ଟନାୟକ) : ଚଳିତ ଖରିଫ ଚାଷ ଋତୁରେ ଚାଷୀଙ୍କୁ ଆବଶ୍ୟକ ଜଳସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଜୟ ମଙ୍ଗଳ କେନାଲରେ ଜଳ ଛଡ଼ାଯାଇଛି।…

ଶଶ୍ମାନ, ଠାକୁରାଣୀ ଶାଳରୁ ଜବରଦଖଲ ଉଚ୍ଛେଦ ଦାବି

ପାଟଣା,୧୦ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀ କାପୁଡ଼ି ଗାଁ ତେନ୍ତେଳା ଗ୍ରାମର ଶ୍ମଶାନ ଓ ଠାକୁରାଣୀ ଶାଳରେ ଉକ୍ତ ଗ୍ରାମର ସୁଦାମ ମହାନ୍ତ ଓ…

ଝାଡୁ ଧରିଲେ ମହାବିଦ୍ୟାଳୟର ଛାତ୍ରୀଛାତ୍ର, ଲକ୍ଷ୍ୟ ପୂରଣ ପାଇଁ ସମସ୍ତେ ଏକାଠି ହୋଇ…

ଭଞ୍ଜନଗର,୧୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସୋମବାର ସ୍ବଚ୍ଛତା ପଖଓ୍ବାଡ଼ା ଅବସରରେ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍‌ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri