ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଦୁଇ ଯୁବକଙ୍କୁ ସାଇକେଲ ନେଇ ଯାଉଥିବା ଦେଖିବାକୁ ମିଳୁଛି। ପରେ ଏକ ପ୍ରଣୀ ଦୌଡ଼ିକି ରାସ୍ତା ପାରି ହେଉଥିବା ବେଳେ ଜଣଙ୍କୁ ଧକ୍କାଦେଇ ତଳେ ପକାଇ ଦେଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Who has the right of way pic.twitter.com/uQIRM1QGVh
— Susanta Nanda IFS (@susantananda3) July 31, 2021