ଏସ୍‌ଏଚ୍‌ଜି ସଭ୍ୟାଙ୍କୁ ମିଳୁନି ସାଇକେଲ

ବ୍ରହ୍ମପୁର,୩୦ା୬(ସ୍ମୃତି ରଞ୍ଜନ ମହାଲିକ): ମହିଳାଙ୍କୁ ସ୍ବାବଲମ୍ବୀ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି। ଏହାଦ୍ୱାରା ଗାଁଠାରୁ ଆରମ୍ଭ କରି ସହରାଞ୍ଚଳର ମହିଳାମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି। ଏପରିକି ସହରାଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ମଧ୍ୟ ସ୍ବୟଂ ଗୋଷ୍ଠୀ (ଏସ୍‌ଏଚଜି) ସଭ୍ୟାଙ୍କୁ ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କର୍ମ ତପତ୍ରତା ଯୋଜନା (ମୁକ୍ତା)ରେ ମଧ୍ୟ ମହିଳାଙ୍କୁ ସାମିଲ କରାଯାଇଛି। ଏଭଳି ଭାବେ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ ମୁକ୍ତା ଯୋଜନାରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏସଏଚଜି ମାଧ୍ୟମରେ କରାଯାଉଛି। ରାସ୍ତା କାର୍ଯ୍ୟଠାରୁ ଆରମ୍ଭ କରି ପୋଖରୀ ସଫେଇ ଓ ସାୈନ୍ଦର୍ଯ୍ୟକରଣ କ୍ଷେତ୍ରରେ ଏସଏଚଜି ସାମିଲ ରହିଛନ୍ତି। ତେବେ କେତେକ କ୍ଷେତ୍ରରେ ଏସଏଚଜି ସଭ୍ୟାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ବିଇଏମସି ପକ୍ଷରୁ କେତେକ ଏସଏଚଜିଙ୍କୁ ସାଇକେଲ ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ଏସଏଚଜିଙ୍କୁ ସାଇକେଲ ମିଳି ନ ଥିବା ନେଇ ଅଭିଯୋଗ ହୋଇଛି।
ଗତ ମାର୍ଚ୍ଚ ୨ ତାରିଖରେ ମହିଳାମାନେ ସେମାନଙ୍କ କାର୍ଯ୍ୟ କ୍ଷେତ୍ରରେ ଅଧିକ ସୁବିଧା ଓ ଅଗ୍ରସର ନେଇ ଗୋଷ୍ଠୀ ସହଭାଗିତାର ଉତ୍ସବ ପାଳନ ଅବସରରେ ବିଇଏମସି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସାଇକେଲ ବିତରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ବିଇଏମସି ମେୟର, ବ୍ରହ୍ମପୁର ବିଧାୟକ ଓ ବହୁ କର୍ପୋରେଟରଙ୍କ ଉପସ୍ଥିତିରେ ସାଇକେଲ ବଣ୍ଟାଯାଇଥିଲା। ସ୍ବଚ୍ଛ ସାଥୀ, ଜଳ ସାଥୀ, ସୁପରଭାଇଜର, ଏସଟିଏଫ ପ୍ଲାଣ୍ଟ ଓ ବଜର୍ର୍‌ୟବସ୍ତୁ ପରିଚାଳନା ପ୍ରକଳ୍ପ ଓ ଆହାର କେନ୍ଦ୍ରରେ କାର୍ଯ୍ୟରତ ଏସଏଚଜିର ୧୮ ଜଣ ସଭ୍ୟାଙ୍କୁ ସାଇକେଲ ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ବିଇଏମସି ପକ୍ଷରୁ ୨୭୨ ଜଣ ଏସଏଚଜିଙ୍କ ମଧ୍ୟରୁ ୧୮ ଜଣ ଏସଏଚଜି ମହିଳାଙ୍କୁ ସାଇକେଲ ଦିଆଯାଇଥିଲା। ଆଗାମୀ ଦିନରେ ଅନ୍ୟ ଏସଏଚଜି ମହିଳାଙ୍କୁ ସାଇକେଲ ପ୍ରଦାନ କରାଯିବା ନେଇ ବିଇଏମସି ପକ୍ଷରୁ କୁହାଯାଇଥିଲା। ଯାହାକୁ ନେଇ ଏସଏଚଜି ମହିଳାମାନେ ଖୁସି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ସାଧୁବାଦ ଜଣାଇଥିଲେ। କିନ୍ତୁ ପ୍ରାୟ ୫ ମାସ ବିତିଥିବା ବେଳେ ଏ ଯାଏଁ ଅନ୍ୟ ଏସଏଚଜି ସଭ୍ୟାଙ୍କୁ ସାଇକେଲ ପ୍ରଦାନ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଏସଏଚଜି ମହିଳାମାନେ ବିଇଏମସି ଅଧିକାରୀଙ୍କୁ ଏ ବାବଦରେ ପଚାରିବାରୁ ଟେଣ୍ଡର ପରେ ପୁଣି ବଳକା ଥିବା ସଭ୍ୟାମାନଙ୍କୁ ସାଇକେଲ ପ୍ରଦାନ କରାଯିବ ବୋଲି ଉତ୍ତର ମିଳୁଛି। ତେଣୁ ସାଇକେଲ ମିଳିବ କି ନାହିଁ ସେ ନେଇ ମହିଳାମାନେ ଦ୍ୱନ୍ଦରେ ରହିଛନ୍ତି। ଏ ନେଇ ବିଇଏମସି ସିଟି ମିଶନ ମ୍ୟାନେଜର ଏନ ଅରୁଣ କୁମାରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଜିଇଏମ ସରକାରୀ ପୋର୍ଟାଲ ମାଧ୍ୟମରେ ଟେଣ୍ଡର ଆହ୍ବାନ କରାଯାଉଛି। କିନ୍ତୁ କେହି ବି ଟେଣ୍ଡର ପ୍ରତି ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଟେଣ୍ଡର ପରେ ହିଁ ଅନ୍ୟାନ୍ୟ ଏସଏଚଜି ସଭ୍ୟାଙ୍କୁ ସାଇକେଲ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ତୁରନ୍ତ ଟେଣ୍ଡର କରାଯାଇ ବଳକା ଏସଏଚଜିଙ୍କୁ ସାଇକେଲ ବଣ୍ଟନ ପାଇଁ ବହୁ ଏସଏଚଜି ମହିଳାମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?