ବାହାନଗା ଦୁର୍ଘଟଣା : ଆଜି ହୋଇପାରେ ଦାବିଦାର ନ ଥିବା ମୃତଦେହ ସତ୍କାର

ଭୁବନେଶ୍ୱର,୩୦।୬(ଅଭିଜିତ ଦାସ/ ଅନୁରାଧା ମହାରଣା): ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ୮୧ ଯାତ୍ରୀଙ୍କ ମୃତଦେହକୁ ଚିହ୍ନଟ ପାଇଁ ଏମ୍‌ସ ପରିସରରେ ସଂରକ୍ଷିତ କରି ରଖାଯାଇଛି। ତେବେ ଏଥିମଧ୍ୟରୁ ଦାବିଦାର ନ ଥିବା ମୃତଦେହଗୁଡିକୁ ସତ୍କାର ପାଇଁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି। ଏଥିପାଇଁ ଭରତପୁର ଓ ସତ୍ୟନଗର ଶ୍ମଶାନରେ ଦାହ ପାଇଁ ପ୍ରସ୍ତୁତି ଚାଲିଥିବା ବିଏମ୍‌ସିର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଶୁକ୍ରବାର ସକାଳ ୯ଟାରେ ଶବଦାହ କରାଯିବା ଲାଗି ସ୍ଥାନୀୟ ଭରତପୁର ଓ ସତ୍ୟନଗର ଶ୍ମଶାନରେ ସମସ୍ତ ବନ୍ଦୋବସ୍ତ କରାଯାଇଥିବା ସୂଚନା ମିଳିଛି। ଏଥିପାଇଁ ପ୍ରଦୀପ ସେବା ଟ୍ରଷ୍ଟ ସହ ବିଏମ୍‌ସି ଅଧିକାରୀ ଆଲୋଚନା କରିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ ପୂର୍ବରୁ ଏମ୍‌ସ କର୍ତ୍ତୃପକ୍ଷ ଏକ ଖବରଦାତା ସମ୍ମିଳନୀରେ ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଯେଉଁ ମୃତଦେହଗୁଡିକର ଦାବିଦାର ନ ଥିବେ ସେଗୁଡିକର ସାମୂହିକ ଦାହ କରାଯିବ ବୋଲି କହିଥିଲେ। ଏମ୍‌ସରେ ୮୧ଟି ମୃତଦେହ ଥିବା ବେଳେ ଏବେ ଶବଦାହକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ତେବେ ଶୁକ୍ରବାର କିଛି ଶବଦାହ କରାଯିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ହେଲେ ଭରତପୁର ବିଏମ୍‌ସି ୱାର୍ଡ ୨୨ ଅଧୀନରେ ଆସୁଥିବା ବେଳେ ୱାର୍ଡର କର୍ପୋରେଟର ତଥା ଡେପୁଟି ମେୟର ମଞ୍ଜୁଲତା କହଁର ଶୁକ୍ରବାର ଶବଦାହ କରାଯିବା ନେଇ ପ୍ରସ୍ତୁତି ଖବରକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ପ୍ରସ୍ତୁତି କରାଯାଇଥିଲା, କିନ୍ତୁ ଶବଦାହକୁ ନେଇ କୌଣସି ସୂଚନା ମିଳିପାରିନାହିଁ। ସେହିପରି ଏମ୍‌ସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏମ୍‌ସ ପରିସରରେ ଥିବା କଣ୍ଟେନରରେ ଶବ ସ୍ଥାନାନ୍ତରଣ ନେଇ ପ୍ରସ୍ତୁତି କରାଯାଉଛି। ଶବଦାହ ଲାଗି ଏପର୍ଯ୍ୟନ୍ତ କୌଣସି ସୂଚନା କର୍ତ୍ତୃପକ୍ଷଙ୍କ ଦ୍ୱାରା ହସ୍ତଗତ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?