ପୁରାଣରେ ବାଇବେଲ କାହାଣୀ

ଭବିଷ୍ୟ ପୁରାଣ ବା ଭବିଷ୍ୟତର ଇତିବୃତ୍ତ ହେଉଛି ସର୍ବପ୍ରାଚୀନ ସଂସ୍କୃତ ଗ୍ରନ୍ଥ, ଯାହାର ପଶ୍ଚିମ ଏସିଆ ପୁରାଣଗୁଡ଼ିକ ସହ ସାମଞ୍ଜସ୍ୟ ରହିଛି। କଳିଯୁଗରେ କ’ଣ ସବୁ ଘଟିବ ସେସବୁର ଭବିଷ୍ୟବାଣୀକୁ ଏହା ଉପସ୍ଥାପନ କରିଥିବାବେଳେ, ଏହାକୁ ଖ୍ରୀଷ୍ଟାବ୍ଦ ୧୦୦୦ରୁ ଆରମ୍ଭ କରି ଅଷ୍ଟାଦଶ ଶତାବ୍ଦୀ ଶେଷଭାଗ ପର୍ଯ୍ୟନ୍ତ ବାରମ୍ବାର ନବୀକରଣ କରାଯିବା ପରେ ପାଖାପାଖି ୧୯୦୦ ଶତାବ୍ଦୀରେ ଏହାର ଶେଷ ସଂସ୍କରଣ ପ୍ରକାଶ ପାଇଥିଲା। ଶେଷରେ କୋଲକାତାରେ ଇଂରେଜ ଶାସନ ପ୍ରତିଷ୍ଠା ବିଷୟ ରହିଛି। ଏଥିରେ ରାଣୀ ଭିକ୍ଟୋରିଆଙ୍କୁ ବିକଟବତୀ ବୋଲି କୁହାଯାଇଛି।
ଭବିଷ୍ୟ ପୁରାଣ ସିନ୍ଧୁ ସଭ୍ୟତା ବା ସିନ୍ଧୁ ଦେଶକୁ ନେଇ ହିମାଳୟଠାରୁ ଆରମ୍ଭ କରି ସମୁଦ୍ର ପର୍ଯ୍ୟନ୍ତ ଏକ ଭାରତ (ଭାରତବର୍ଷ)ର ପରିକଳ୍ପନା କରି ଆର୍ଯ୍ୟଦେଶ( ସଭ୍ୟ ମଣିଷଙ୍କ ଭୂମି) ଏବଂ ମ୍ଳେଚ୍ଛଦେଶ(ବର୍ବରଙ୍କ ଭୂମି) ମଧ୍ୟରେ ଏକ ଅନ୍ତର ସୃଷ୍ଟି କରିଛି। ଭାରତବର୍ଷରେ ଚାରି ବର୍ଣ୍ଣର ଲୋକେ ସେମାନଙ୍କ କର୍ତ୍ତବ୍ୟ କରିଥାନ୍ତି। ଆଭିଜାତ୍ୟ ଦ୍ୱିଜ ବର୍ଗର ଲୋକେ ସଂସ୍କୃତ କହନ୍ତି ଏବଂ ପ୍ରାକୃତ ଭାଷା ଶୂଦ୍ର ବା ସେବକ ବର୍ଗର ଲୋକମାନେ କହନ୍ତି। ବିନ୍ଧ୍ୟର ଦକ୍ଷିଣରେ ଥିବା ଦ୍ରାବିଡ଼ ଦେଶରେ ମିଶ୍ରିତ ବର୍ଣ୍ଣର ଲୋକେ ରହନ୍ତି। ଅନ୍ୟ ଏକ ସ୍ଥାନୀୟ ପୁରାଣ ଅନୁଯାୟୀ, ଦ୍ରାବିଡ଼ ଦେଶ ହେଉଛି କ୍ଷତ୍ରିୟବିହୀନ ଭୂମି, ଯେଉଁଠି ଋଷି ଅଗସ୍ତି ଏବଂ ଋଷି ପର୍ଶୁରାମ ସ୍ଥାନୀୟ ଶୂଦ୍ରଙ୍କ ଦ୍ୱାରା ଚାଷ ଓ ଅନ୍ୟସବୁ କାର୍ଯ୍ୟ ସମ୍ପାଦନ କରିଥିବ ବିଷୟ କୁହାଯାଇଛି। ଅନ୍ୟସବୁ ପୁରାଣ ଭଳି ଏହି ଗ୍ରନ୍ଥରେ ସୃଷ୍ଟି ଓ ତା’ ପରବର୍ତ୍ତୀ ଚାରି ଯୁଗ ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରାଯାଇଛି। ପ୍ରଥମଟି ହେଉଛି ସତ୍ୟ ଯୁଗ ଏବଂ ଏହି ଯୁଗରେ ଇକ୍ଷ୍ବାକୁ ରାଜାମାନେ ଶାସନ କରୁଥିଲେ। ଦ୍ୱିତୀୟଟି ହେଉଛି ଦ୍ୱାପର ଓ ତୃତୀୟଟି ତ୍ରେତା ଯୁଗ। ଏହି ଯୁଗରେ ସୂର୍ଯ୍ୟବଂଶୀ ଓ ଚନ୍ଦ୍ରବଂଶୀ ରାଜାମାନେ ଶାସନ କରୁଥିଲେ। କିନ୍ତୁ ଏଥିରେ ଏକ ସାମାନ୍ୟ ବିପରୀତ କଥା ଅଛି। ଯଯାତିଙ୍କ ପିଲାମାନେ କେବଳ ପାଣ୍ଡବ, କୌରବ ଓ ଯାଦବ ବଂଶର ପ୍ରତିଷ୍ଠାତା ନୁହନ୍ତି ବରଂ ମ୍ଳେଚ୍ଛମାନଙ୍କ ପ୍ରତିଷ୍ଠାତା, ଯେଉଁମାନେ ବୈଦିକ କର୍ମକାଣ୍ଡରୁ ଦୂରେଇ ରହିଛନ୍ତି। ସେମାନେ ମାରୁଦେଶ ( ସମ୍ଭବତଃ ଥର ମରୁଭୂମି)ରେ ଶରଣାର୍ଥୀ ଭାବେ ରହିଥିଲେ। ଏଥିସହ ପାଣ୍ଡବଙ୍କ ୨୩ତମ ପିଢିର ବଂଶଜ ହେଉଛନ୍ତି ସତନିକା ବୋଲି କୁହାଯାଇଛି। ତାଙ୍କ ଅଣନାତି କିସ୍‌ମେକାଙ୍କୁ ମ୍ଳେଚ୍ଛମାନେ ହତ୍ୟା କରିଥିତ୍ଲେ। କିସ୍‌ମେକାଙ୍କ ପୁତ୍ର ପ୍ର୍ରଦ୍ୟୋତ ଏକ ବିରାଟ ମ୍ଳେଚ୍ଛଯଜ୍ଞ ଆୟୋଜନ କରିଥିଲେ, ଯେଉଁଥିରେ ଅନେକ ଶହ ବର୍ବରଙ୍କୁ ବଳି ଦିଆଯାଇଥିଲା। କିସ୍‌ମେକାଙ୍କ ପୁଅ ବେଦବତଙ୍କର କୌଣସି ସନ୍ତାନ ନ ଥିଲେ । ବାସ୍ତବରେ ତାଙ୍କ ଦେହାନ୍ତ ପରେ କଳିଯୁଗ ଆରମ୍ଭ ହୋଇଛି।
ମ୍ଳେଚ୍ଛମାନେ କାଳୀ ବିଷ୍ଣୁଙ୍କୁ ପ୍ରାର୍ଥନା କରି ମ୍ଳେଚ୍ଛଙ୍କ ପୁନରୁଦ୍ଧାର ପାଇଁ କହିଛନ୍ତି। ଏଣୁ ଦେବତାଙ୍କ ମାଟିରୁ ଆଦାମ ଏବଂ ହାଓ୍ବାବତୀ ଜନ୍ମ ନେଇଛନ୍ତି। ପାର୍ସିଭାଷାରେ ଇଭ୍‌ଙ୍କୁ ହାଓ୍ବା କହନ୍ତି। ଆଦାମଙ୍କ ନାମକୁ ତାଙ୍କ ଇନ୍ଦ୍ରିୟ ସଂଯମ(ଦମ) ଏବଂ ଭକ୍ତିକୁ ବିଷ୍ଣୁଙ୍କ ସହ ସମ୍ପର୍କିତ କରାଯାଇଛି। ସେମାନେ ଇଷ୍ଟ ଅଫ୍‌ ପ୍ରଦାନା (ଏହି ନାମ ପାରାଡାଇଜ ଓ ଇଡେନ୍‌ର ନାମକୁ ଏକାଠି କରି ଦିଆଯାଇଛି)ରେ ରହନ୍ତି। ଇଷ୍ଟ ଅଫ୍‌ ଇଡେନ ହେଉଛି ନିୟମ ଉଲ୍ଲଂଘନକାରୀ ଆଦାମଙ୍କ ପୁତ୍ର କାଇନଙ୍କ ପାଇଁ ଏକ ଖ୍ରୀଷ୍ଟିଆନ କାଳ୍ପନିକ ଶବ୍ଦ। କାଇନ ତାଙ୍କ ଭାଇ ଆବେଲଙ୍କୁ ହତ୍ୟା କରିଥିଲେ। ଆଦାମ ତାଙ୍କ ସ୍ତ୍ରୀଙ୍କୁ ଖୋଜିବା ପାଇଁ ଉଡୁମ୍ବରା ( ଡିମିରି) ଗଛ ପାଖକୁ ଯାଇଛନ୍ତି। ସେଠାରେ କଳିଯୁଗ ନାଗ ପତ୍ରରେ ତିଆରି ହୋଇଥିବା ଏକ ଥାଳିରେ ତାଙ୍କୁ ଫଳ ଦେଇଥିଲେ। ଏଠାରେ ହାଓ୍ବାବତୀ ଜଣେ ଭଲ ଭାରତୀୟ ନାରୀ ଭାବେ ପ୍ରଥମେ ତାଙ୍କ ସ୍ବାମୀଙ୍କୁ ଖାଇବାକୁ ଦେଇଛନ୍ତି, ଯଦିଓ ଏହି ଫଳ ଖାଇବାକୁ ବାରଣ କରାଯାଇଛି। ନିୟମ ଭଙ୍ଗ ହୋଇଥିବାରୁ ଦୁଇଜଣଙ୍କୁ ବାହାର କରିଦିଆଯାଇଛି ଏବଂ ସେମାନଙ୍କ ପିଲାମାନେ ମ୍ଳେଚ୍ଛ ହୋଇଛନ୍ତି।
ତା’ପରେ ଆସିଛି ନ୍ୟୁହ(ଖ୍ରୀଷ୍ଟିଆନ ପୁରାଣରେ ନୋହା) କାହାଣୀ। କଳିଯୁଗ ଆରମ୍ଭକୁ ସୂଚିତ କରୁଥିବା ଏକ ବନ୍ୟାରୁ ବଞ୍ଚତ୍ବା ପାଇଁ ୭ ଦିନ ମଧ୍ୟରେ ଏକ ଡଙ୍ଗା ତିଆରି କରିବାକୁ ବିଷ୍ଣୁ ତାଙ୍କୁ ପରାମର୍ଶ ଦେଇଛନ୍ତି। ନ୍ୟୁହ ତାଙ୍କ ସମ୍ପର୍କୀୟଙ୍କ ସମେତ ୮୦,୦୦୦ ମୁନି (ମୌନ ବ୍ରତଧାରୀ ଋଷି) ଓ ସବୁ ଜୀବଙ୍କୁ ଉଦ୍ଧାର କରିଛନ୍ତି। ବର୍ଷା ବନ୍ଦ ହେବା ଏବଂ ହିମାଳୟର ଦୁଇ ଶୃଙ୍ଗ ଆରାକ ଓ ଶିଶିର ମଧ୍ୟରେ ଡଙ୍ଗା ଲାଗିବା ପୂର୍ବରୁ ଋଷିଗଣ ବିଷ୍ଣୁ ଓ ଅନେକ ତାନ୍ତ୍ରିକ ଦେବୀଙ୍କୁ ପୂଜା କରିଛନ୍ତି। ଠିକ୍‌ ଭାବେ ସଂସ୍କୃତ କହି ପାରୁ ନ ଥିବାରୁ ନ୍ୟୁହ ସିମେଟିକ ଭାଷା (ଯାହା ଡାହାଣରୁ ବାମକୁ ଲେଖାଯାଏ)ରେ କଥା ହେଉଥିଲେ ଏବଂ ତାଙ୍କ ପୁଅମାନଙ୍କର ଯଥା ସୀମା, ସାମ ଓ ଭାବଙ୍କ ପୁନଃ ନାମକରଣ କରି ସୀମା (ଶେମ) ହାମ( ହମ୍‌) ଏବଂ ଯକୁତ (ଜାଫତେ) ରଖିଥିଲେ(ବାଇବେଲରେ ନୋହାଙ୍କ ତିନି ପୁଅ ଶେମ, ହମ୍‌ ଓ ଜାଫତେଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି)। ସେମାନଙ୍କ ଭାଷା ନିମ୍ନଗାମୀ ହେବ, କିନ୍ତୁ ପୃଥିବୀରେ ସେମାନଙ୍କ ସଂଖ୍ୟା ବୃଦ୍ଧି ହୋଇ ଅତ୍ୟଧିକ ହେବ ବୋଲି ମା’ ସରସ୍ବତୀ ସେମାନଙ୍କୁ ଅଭିଶାପ ଦେଇଛନ୍ତି।
ପ୍ରୋଫେଟ ମୁଷ ଓ ମୋସେଙ୍କ ନୀତିବାଣୀ ମ୍ଳେଚ୍ଛଙ୍କୁ ପ୍ରେରିତ କରିଛି। କିନ୍ତୁ ଋଷି କଶ୍ୟପ ତାଙ୍କୁ ବିରୋଧ କରିଛନ୍ତି, ଯିଏ ଇଜିପ୍ଟ ଯାଇ ସେଠାରେ ବୈଦିକ ସିଦ୍ଧାନ୍ତ ପ୍ରସାର କରିଛନ୍ତି। ସେ ସେଠାରୁ କେତେଜଣ ମ୍ଳେଚ୍ଛଙ୍କୁ ଭାରତ ଆଣିଥିଲେ, ଯାହାଙ୍କୁ ଋଷି କନ୍ବଙ୍କ ମାର୍ଗଦର୍ଶନ ଶୂଦ୍ର ଓ ବୈଶ୍ୟରେ ପରିଣତ କରିପାରିଥିଲା। ସେମାନଙ୍କ ପୂର୍ବଜ ହରିୟାଣା (ପୃଥୁ ଦେଶ), ରାଜସ୍ଥାନ (ରାଜପୁତ୍ର -ପୁରମ)ଏବଂ ମଗଧର କେତେକ ଭାଗରେ ବଂଶ ବିସ୍ତାର କରି ରହିଛନ୍ତି। ବିଶେଷକରି ଖ୍ରୀଷ୍ଟାବ୍ଦ ୮୦୦ରେ, ମୁଲତାନ କଶ୍ୟପପୁର ଭାବେ ଜଣାଥିଲା ଏବଂ ଏଠାରେ ଦେବଲ ସ୍ମୃତି ଧର୍ମଶାସ୍ତ୍ର ସ୍ଥାନୀୟ ବ୍ରାହ୍ମଣଙ୍କ ଦ୍ୱାରା ଲେଖାଯାଇଥିଲା। ଯେଉଁମାନେ ଆରବୀୟଙ୍କ ସଂସ୍ପର୍ଶରେ ଆସି ଅପବିତ୍ର ହେଉଥିଲେ ସେମାନଙ୍କୁ ପବିତ୍ର କରିବା ପାଇଁ ଏହି ଶାସ୍ତ୍ର ରଚନା କରାଯାଇଥିଲା।
ଡାର୍କ ଏଜ୍‌ (ମଧ୍ୟଯୁଗ ଆରମ୍ଭ ସମୟ)ରେ ପ୍ରଥମେ ବିକ୍ରମାଦିତ୍ୟ, ତା ପରେ ଶାଳିବାହାନ ଏବଂ ଶେଷରେ ଖ୍ରୀଷ୍ଟାବ୍ଦ ୧୦୦୦ରେ ମାଲଓ୍ବାରେ ଶାସନ କରୁଥିବା ଭୋଜ ରାଜାଙ୍କ ଦ୍ୱାରା ବୈଦିକ ବ୍ୟବସ୍ଥାର ପୁନଃପ୍ରତିଷ୍ଠା କରାଯାଇଥିଲା। ବିକ୍ରମାଦିତ୍ୟ ଯିଶୁ(ଇଶାମସିହ)ଙ୍କୁ ଏବଂ ଶାଳିବାହାନ ଓ ତାଙ୍କ କବି କାଳିଦାସ ମୁହାମ୍ମଦ(ମହମ୍ମଦ)ଙ୍କୁ ସାକ୍ଷାତ୍‌ କରିଥିଲେ। ଖ୍ରୀଷ୍ଟପୂର୍ବ ୩୦୦ରୁ ଖ୍ରୀଷ୍ଟାବ୍ଦ ୫୦୦ ମଧ୍ୟରେ ଭାରତର ବିଦେଶୀଙ୍କ ସହ ପ୍ରଥମ ସମ୍ପର୍କ ସ୍ଥାପନ ହୋଇଥିବାବେଳେ ଏହିସବୁ ଘଟଣା ଏକ ବିପରୀତ ସ୍ମୃତି ପ୍ରକାଶ କରୁଛନ୍ତି। ସେମାନେ ଭାରତରେ ଆସିବା ପୁରୁଣା ବୈଦିକ ଯୁଗର ଅବସାନକୁ ସୂଚିତ କରେ, ଯାହା ଯମୁନା-ଗଙ୍ଗା ଧୋୟା ଅଞ୍ଚଳର ବ୍ରାହ୍ମଣମାନଙ୍କୁ ପୁରାଣ ମାଧ୍ୟମରେ ହିନ୍ଦୁଧର୍ମ ସମ୍ପର୍କରେ ପୁନର୍ବାର ଚିନ୍ତା କରିବାକୁ ବାଧ୍ୟ କରିଥିଲା ଏବଂ ସେମାନଙ୍କୁ ନୂଆ ସ୍ଥାନକୁ ଚାଲିଯିବାକୁ ପଡ଼ିଥିଲା।
ବାଇବେଲର କାହାଣୀଗୁଡ଼ିକୁ କିଭଳି ପୁନର୍ବାର ବର୍ଣ୍ଣନା କରାଯାଇଛି ତାହା ହିଁ ସବୁଠାରୁ ଆକର୍ଷକ ବିଷୟ। ସେମାନଙ୍କ ସମ୍ପର୍କରେ ସୂଚନା ସମ୍ଭବତଃ ଖ୍ରୀଷ୍ଟିଆନ ନାବିକ କିମ୍ବା ପାରସ୍ୟ ଓ ଆରବୀୟ ବ୍ୟବସାୟୀଙ୍କ ଦ୍ୱାରା ଭାରତୀୟ ବ୍ରାହ୍ମଣ କଥାକାରଙ୍କ ପାଖକୁ ଆସିଥାଇପାରେ। ତେବେ ବାଇବେଲ ବିଷୟବସ୍ତୁକୁ ଚିତ୍ରଣ କରାଯାଇଥିବା ମୋଗଲ ଚିତ୍ରବଳାରୁ ଆମେ ଏହାର ଏକ ମଧ୍ୟ ଝଲକ ପାଉ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri