ଜନମନ ଯୋଜନାରେ ସାମିଲ କରାଯାଉ ଜିଲାପାଳଙ୍କୁ ଦାବିପତ୍ର ଦେଲେ ୩ ପଞ୍ଚାୟତର ଭୂଞ୍ଜିଆ ସମ୍ପ୍ରଦାୟ ଲୋକେ

ନୂଆପଡ଼ା,୬।୮ (ମକାରୁ ବେମାଲ): ଆଦିମ ଜନଜାତି ଭୂଞ୍ଜିଆ ସମ୍ପ୍ରଦାୟର ଲୋକେ ନୂଆପଡ଼ା ଜିଲାର ବିଭିନ୍ନ ବ୍ଲକର ୨୧ ଗାଁରେ ବସବାସ କରନ୍ତି। ସେମାନଙ୍କ ପାଇଁ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଘର ତିଆରି କରିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ଜିଲାର କେତେକ ପଞ୍ଚାୟତର ଭୂଞ୍ଜିଆ ଏଥିରେ ସାମିଲ ହୋଇଥିବାବେଳେ କୋମନା ଓ ବୋଡେନ ବ୍ଲକର ୩ ପଞ୍ଚାୟତର ଭୂଞ୍ଜିଆ ସମ୍ପ୍ରଦାୟ ଅଧିବାସୀ ଏଥିରୁ ବଞ୍ଚତ୍ତ ହୋଇଛନ୍ତି। ମଙ୍ଗଳବାର ଏହି ୩ ପଞ୍ଚାୟତର ଭୂଞ୍ଜିଆ ସମ୍ପ୍ରଦାୟ ଜିଲାପାଳ ମଧୁସୂଦନ ଦାଶଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି।
ସୂଚନା ଅନୁଯାୟୀ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏସ୍‌ଓପି ଏଫ୍‌ ନଂ-୧୮୦୧୫/୨୮/୨୦୨୨ରେ ପିଭିଟିଜି ମାଧ୍ୟମରେ ଜାରି ବିଜ୍ଞପ୍ତି ଅନୁଯାୟୀ ଆଦିମ ଜନଜାତି ଭୂଞ୍ଜିଆ ସମ୍ପ୍ରଦାୟର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଘର ତିଆର କରିବା ପାଇଁ ଦିଆଯିବ। ସେହି ଅନୁଯାୟୀ ବ୍ଲକ ଓ ପଞ୍ଚାୟତ ସ୍ତରୀୟ କର୍ମଚାରୀ ଘର ଘର ବୁଲି ସର୍ଭେ କରି ଜିଓଟ୍ୟାଗ ମଧ୍ୟ କରିଛନ୍ତି। ଏହି ଯୋଜନାରେ ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ସୁନାବେଡା ଓ ସୋସେଙ୍ଗ ପଞ୍ଚାୟତର ଭୂଞ୍ଜିଆମାନଙ୍କୁ ସାମିଲ କରି ଘର ଦିଆଯାଉଛି। ହେଲେ କୋମନା ବ୍ଲକର ଦେଓଦର୍ହା ଓ ରଜନା ପଞ୍ଚାୟତ, ବୋଡେନ ବ୍ଲକର ନାଗପଡା ପଞ୍ଚାୟତରେ ବସବାସ କରୁଥିବା ଭୂଞ୍ଜିଆମାନେ ବଞ୍ଚତ୍ତ ରହିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି, ନୂଆପଡା ଜିଲାର ୨୧ ଗାଁରେ ବସବାସ କରୁଥିବା ସବୁ ଭୂଞ୍ଜିଆ ଏକ ପ୍ରକାର। ଆଧାର କାର୍ଡ, ଭୋଟର କାର୍ଡ, ଜମି ପଟ୍ଟା ଭଳି ପ୍ରମାଣପତ୍ରରେ ମଧ୍ୟ ଗୋଟିଏ ଭୂଞ୍ଜିଆ ଲେଖାଯାଉଛି।ଏହି ବିଷୟରେ ପୂର୍ବରୁ ଜିଲା ପ୍ରଶାସନଠାରୁ ପୂର୍ବ ସରକାରଙ୍କୁ ଅବଗତ କରାଯାଇଥିଲା। ଯାହା ଫଳରେ କୋଭିଡ-୧୯ ସମୟରେ ତଦନ୍ତ କରି ୫ ପଞ୍ଚାୟତର ଭୂଞ୍ଜିଆଙ୍କୁି ୫ ହଜାର ଟଙ୍କା ଲେଖାଏ କରୁଣା ସହାୟତା ମିଳିଥିଲା ା ଏବେ ୨ ପଞ୍ଚାୟତର ଲୋକେ ସୁବିଧା ପାଉଥିବାବେଳେ ୩ ପଞ୍ଚାୟତର ଭୂଞ୍ଜିଆମାନଙ୍କୁ କେଉଁ କାରଣରୁ ବଞ୍ଚତ୍ତ କରାଯାଉଛି ବୋଲି ପ୍ରଶ୍ନକରି ଯୋଜନାରେ ସାମିଲ କରାଯାଉ ବୋଲି ଦାବି କରିଛନ୍ତି। ଏହି ସମୟରେ ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆ, ଜୟ ସିଂ ଚିନ୍ଦା, ଅତବଲ ଚିନ୍ଦା, ଦେବରାଜ ଚିନ୍ଦା, ଟିକଚନ ଚିନ୍ଦା, ଘାସିରାମ ଚିନ୍ଦା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡି ଘାଟିରେ ଭୂସ୍ଖଳନ, ପୂର୍ବରୁ ସିଲ୍ କରିଥିଲା ପ୍ରଶାସନ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ଭୂସ୍ଖଳନ ହୋଇଛି । ଏକାଧିକ…

ଚାଷଜମିରେ ଦା’ ରେ ହାଣି ହତ୍ୟା ଉଦ୍ୟମ ଘଟଣା, ଜେଲ ଗଲେ ଅଭିଯୁକ୍ତ  

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମର ପ୍ରକାଶ ବେହେରାଙ୍କୁ ତାଙ୍କ ଗ୍ରାମର ଏସ. ବଳରାମ ରେଡ୍ଡୀ ଓରଫ ବଳିଆ ଦା’ ରେ…

ଅଜଣା ଜୀବ କାମୁଡ଼ାରେ ଅନୁଭବ ମଲ୍ଲିକଙ୍କ ମୃତ୍ୟୁ, ମାଣ୍ଡିପାଙ୍କାରେ ଶୋକାକୁଳ ପରିବେଶ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଅଜଣା ବିଷାକ୍ତ ଜୀବ…

କେସିଙ୍ଗାରେ ଲଘୁଚାପ ବର୍ଷା-ପବନର ତାଣ୍ଡବ: ଗଛ ଭାଙ୍ଗି ତାର ଛିଣ୍ଡିଲା, ବିଦ୍ୟୁତ ସେବା ଠପ୍

କେସିଙ୍ଗା,୨୪।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପରଲସିଙ୍ଗା ଗ୍ରାମରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ଜମିର ହିଡ ଉପରେ ଥିବା ଗଛ ଲଘୁଚାପ ଜନିତ…

ଭାଇ ଅର୍ଜୁନ ତେନ୍ଦୁଲକରଙ୍କୁ ଏମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସାରା, ସଭିଏଁ କହୁଛନ୍ତି…

ମୁମ୍ବାଇ,୨୪।୯: ଅର୍ଜୁନ ତେନ୍ଦୁଲକର ଗୁରୁବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି; ତାଙ୍କର ଜନ୍ମ ୨୪ ସେପ୍ଟେମ୍ବର ୧୯୯୯ରେ ହୋଇଥିଲା। ‘କ୍ରିକେଟର ଭଗବାନ’ ଭାବେ ପରିଚିତ ସଚିନ…

ଧରିତ୍ରୀ ପ୍ରଭାବ; ସାନ୍ତାଳୀ ଗାଁ ପାଣିଖିଆରେ ପାଣି ପଶିବା ଘଟଣା, ଶୁଖିଲା ଖାଦ୍ୟ ବାଣ୍ଟିଲା ପ୍ରଶାସନ

ମହାକାଳପଡ଼ା,୨୪।୯(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ସାନ୍ତାଳୀ ଗାଁ ପାଣି ଖିଆରେ ସମୁଦ୍ର ପାଣି ମାଡ଼ି ଆସିଛି । ଲଘୁଚାପ ପ୍ରଭାବରେ…

ବିଧାନସଭା ନିର୍ବାଚନ ପୂର୍ବରୁ BJPର ବଡ଼ ଘୋଷଣା: ବିଭିନ୍ନ ରାଜ୍ୟରେ ୨୪ ନୂଆ ପଦାଧିକାରୀ ନିଯୁକ୍ତ

ନୂଆଦିଲ୍ଲୀ,୨୪।୯: ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ପୂର୍ବରୁ BJP ନିଜର ସାଙ୍ଗଠନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆରମ୍ଭ କରିଛି। ଏହି ପ୍ରକ୍ରିୟାର ଅଂଶବିଶେଷ…

ଗୁଡ଼ାରିରୁ OSRTC ବସ୍ ସେବା ଦାବି: ବିଧାନସଭାରେ ଉଠିଲା ପ୍ରଶ୍ନ, ମନ୍ତ୍ରୀ କହିଲେ….

ଗୁଡାରି,୨୪।୯(ପ୍ରମୋଦ କୁମାର ପତି ): ଗୁଡାରିରୁ ରାଜଧାନୀ ଭୁବନେଶ୍ୱରକୁ ସରକାରୀ ବସ ସେବା ପ୍ରଦାନ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?