Posted inରାଜ୍ୟ

ଭୁବନେଶ୍ୱର, ବ୍ରହ୍ମପୁରରେ ମହିଳା, କଟକ ଅଣସଂରକ୍ଷିତ

ଭୁବନେଶ୍ୱର,୩୦ା୧(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ କରାଇବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏହି କ୍ରମରେ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମେୟର ପଦବୀ ପାଇଁ ସଂରକ୍ଷଣ ତାଲିକା ଚୂଡ଼ାନ୍ତ ହୋଇଛି। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଭୁବନେଶ୍ୱର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ କଟକ ଅଣସଂରକ୍ଷିତ ରହିଛି। ତେବେ ଏଥର ପଛୁଆବର୍ଗଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ରହିନାହିଁ। ସେହିପରି ବ୍ରହ୍ମପୁର, କଟକ, ଭୁବନେଶ୍ୱର ପାଇଁ ୱାର୍ଡ ସୀମା ନିର୍ଦ୍ଧାରଣ ମଧ୍ୟ ଚୂଡ଼ାନ୍ତ ହୋଇଛି। ସୀମା ନିର୍ଦ୍ଧାରଣ ସହ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ବ୍ରହ୍ମପୁରର ମୋଟ୍‌ ୪୨ଟି ୱାର୍ଡରୁ ୨୩ଟି ୱାର୍ଡ ସଂରକ୍ଷିତ ରହିଛି। କଟକରେ ମୋଟ୍‌ ୫୯ଟି ୱାର୍ଡରୁ ୩୩ଟି ୱାର୍ଡ ସଂରକ୍ଷିତ ରହିଛି। ଭୁବନେଶ୍ୱରର ୬୭ଟି ୱାର୍ଡରୁ ୩୮ଟି ସଂରକ୍ଷିତ ନେଇ ତାଲିକା ପ୍ରକାଶ ପାଇଛି। ବ୍ରହ୍ମପୁର ମହାନଗର ନିଗମର ୨୩ଟି ସଂରକ୍ଷିତ ଆସନରୁ ଅନୁସୂଚିତ ଜାତି ବର୍ଗର ମହିଳାଙ୍କ ପାଇଁ ୨ଟି, ଅନୁସୂଚିତ ଜନଜାତି ପାଇଁ ୨, ଅନୁସୂଚିତ ଜନଜାତି ମହିଳା ପାଇଁ ଗୋଟିଏ ଆସନ ସଂରକ୍ଷିତ ରହିଛି। ବଳକା ଆସନଗୁଡ଼ିକରେ କେବଳ ମହିଳା ପ୍ରାର୍ଥୀ ପ୍ରତିନ୍ଦ୍ୱନ୍ଦ୍ୱିତା କରିପାରିବେ। ଭୁବନେଶ୍ୱର ମହାନଗର ନିଗମର ୬୭ ୱାର୍ଡ ମଧ୍ୟରୁ ୩୮ଟି ସଂରକ୍ଷିତ ରହିଛି। ସେଥିରୁ ଅନୁସୂଚିତ ଜାତିର ମହିଳା ପାଇଁ ୩, ଅନୁସୂଚିତ ଜାତି ପାଇଁ ୩ , ଅନୁସୂଚିତ ଜନଜାତିର ମହିଳାଙ୍କ ପାଇଁ ୨, ଅନୁସୂଚିତ ଜନଜାତି ପାଇଁ ଗୋଟିଏ ଆସନ ରହିଛି। ଅନ୍ୟ ସମସ୍ତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇ ରହିବ। କଟକ ମହାନଗର ନିଗମର ୫୯ ୱାର୍ଡ ମଧ୍ୟରୁ ୩୩ଟି ସଂରକ୍ଷିତ ରହିଛି। ଏହା ମଧ୍ୟରୁ ଅନୁସୂଚିତ ଜାତିର ମହିଳା ପାଇଁ ୪, ଅନୁସୂଚିତ ଜାତି ପାଇଁ ୩ ଏବଂ ଅନୁସୂଚିତ ଜନଜାତିର ମହିଳା ପାଇଁ ଗୋଟିଏ ଆସନ ସଂରକ୍ଷିତ ରହିଛି। ବଳକା ସଂରକ୍ଷିତ ସିଟ୍‌ରେ ମହିଳାମାନେ ପ୍ରାର୍ଥୀ ହେବେ। ସେହିପରି କଟକର ଅବଶିଷ୍ଟ ୱାର୍ଡ ଅଣସଂରକ୍ଷିତ ରହିଛି। ଏହାପରେ ଖୁବ୍‌ଶୀଘ୍ର ୧୦୭ ପୌରାଧ୍ୟକ୍ଷ ପଦ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ଏନେଇ ଆସିଥିବା ଅଭିଯୋଗଗୁଡ଼ିକର ଶୁଣାଣି ଚାଲିଥିବା ବିଭାଗ ସୂତ୍ରରୁ ଜଣାପଡିଛି। ପଞ୍ଚାୟତ ନିର୍ବାଚନ ଫେବୃୟାରୀ ୧୬ରେ ଆରମ୍ଭ ହୋଇ ୨୮ ତାରିଖ ଯାଏ ଚାଲିବ। ଏପ୍ରିଲ କିମ୍ବା ମେ’ ସୁଦ୍ଧା ପୌର ନିର୍ବାଚନ ହେବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୪ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): କାଳବୈଶାଖୀ ପ୍ରଭାବ ଯୋଗୁ ରାଜ୍ୟର ୧୪ଟି ଜିଲାରେ ବର୍ଷା ଓ ବଜ୍ରପାତର ଆଶଙ୍କା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା...

ପାରିବାରିକ ଶତ୍ରୁତା ନେଲା ଶିଶୁର ଜୀବନ

ମାଲକାନଗିରି,୩୧ା୭(ଡି.ଏନ୍‌.ଏ.): ପାରିବାରିକ ଶତ୍ରୁତା ପାଇଁ ଜଣେ କୋମଳମତି ଶିଶୁର ଜୀବନ ଯାଇଛି। ଏହାକୁ କେନ୍ଦ୍ରକରି ଏମ୍‌ଭି-୧୯ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ମୃତ ଶିଶୁ ଜଣକ ହେଲେ...

ବେଆଇନ ସାଇନବୋର୍ଡ, ଜବରଦଖଲ ହଟିଲା

ଭୁବନେଶ୍ୱର,୩।୮(ବ୍ୟୁରୋ): ତାଗିଦା ପରେ ତାଗିଦା କରି ଚାଲିଛି ବିଏମ୍‌ସି। ମାତ୍ର ଲୋକେ ଶୁଣିବାକୁ ନାରାଜ। ରାସ୍ତା କଡ଼ରେ, ଡ୍ରେନ ଉପରେ ଜବରଦଖଲ ନ କରିବା ପାଇଁ...

ରାଜ୍ୟରେ ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୩୦।୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୩ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୪୫ ଜଣ ଲୋକାଲ...

୨ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ: ୬ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର, ୩।୯(ବ୍ୟୁରୋ):ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ରବିବାର ରାତିରୁ ସୋମବାର ସକାଳ ସାଢ଼େ...

ଓଡ଼ିଶୀ ନୃତ୍ୟରେ ଦର୍ଶକ ବିମୋହିତ

ରାଇକିଆ ୧୧।୨(ଡିଏନଏ)-କନ୍ଧମାଳ ଜିଲା ରାଇକିଆଠାରେ ଚାଲିଥିବା ରାଇକିଆ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲା ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ। ଏଥିସହ ବ୍ରହ୍ମପୁର...

ଶୋଭାରାମପୁର ବ୍ରିଜ୍‌ ଗାର୍ଡ଼ର ଭାଙ୍ଗିବା ଘଟଣା: ସୋମବାର ଚାଲିଲା ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ବାଲେଶ୍ୱର ଶୋଭାରାମପୁରଠାରେ ରେଳ ଟ୍ରାକ୍‌ ଉପରେ ବ୍ରିଜ୍‌ ଗାର୍ଡ଼ର ଭାଙ୍ଗିବାରୁ ରବିବାର ହାଓଡ଼ା-ଚେନ୍ନାଇ ମୁଖ୍ୟ ଲାଇନ୍‌ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଅଧିକାଂଶ...

୧୨,୫୦୦ ଫୁଟ୍‌ ଉଚ୍ଚତାରେ ଉଡ଼ିଲା ଦୀର୍ଘତମ ତ୍ରିରଙ୍ଗା

କେନ୍ଦୁଝର, ୨୨।୭ ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥର ବରଫାବୃତ୍ତ ପର୍ବତ ଉପରେ ଉଡ଼ିଛି ବିଶ୍ୱର ଦୀର୍ଘତମ ତ୍ରିରଙ୍ଗା ପତାକା। ଏଭଳି ଦୁଃସାହସିକ କାର୍ଯ୍ୟ କରି ୱାଲର୍‌ଡ ୱାଇଡ୍‌...

Advertisement
Archives

Model This Week