ଆନ୍ଦୋଳନକୁ ଓହ୍ଲାଇଲେ Gen-Z କୃଷକ, କଲେ ଏହି ୨ ଦାବି; ବଢିଲା ସରକାରଙ୍କ ମୁଣ୍ଡବିନ୍ଧା

ନୂଆଦିଲ୍ଲୀ, ୨୯।୭: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବୁଧବାରକୃଷକମାନଙ୍କର ପ୍ରଦର୍ଶନ ଜାରି ରହିଛି। ‘କିଷାନ କ୍ରାନ୍ତି ପଦଯାତ୍ରା’ ଭୋପାଳରେ ପହଞ୍ଚିସାରିଛି ଏବଂ ବର୍ତ୍ତମାନ ଆନ୍ଦୋଳନରତ କୃଷକମାନେ ଭୋପାଳରେ ମୁଖ୍ୟମନ୍ତ୍ରୀ ବାସଭବନ ଆଡ଼କୁ ପଦଯାତ୍ରା କରିବାକୁ ଯାଉଛନ୍ତି। ସରକାର ଶତ ପ୍ରତିଶତ ମୁଗ କ୍ରୟ ଏବଂ ସାର ବଣ୍ଟନ ବ୍ୟବସ୍ଥାକୁ ଠିକ କରନ୍ତୁ ଏହା ହେଉଛି କୃଷକମାନଙ୍କର ମୁଖ୍ୟ ଦାବି।

ସୂଚନା ଅନୁଯାୟୀ, ଗତକାଲି (ମଙ୍ଗଳବାର, ଜୁଲାଇ ୨୭) ବିଳମ୍ବିତ ରାତିରେ କୃଷି ମନ୍ତ୍ରୀ ଏଦଲ ସିଂହ କଂସାନା କୃଷକମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏହି ବୈଠକ କୌଣସି ନିଷ୍କର୍ସରେ ପହଞ୍ଚି ପାରି ନଥିଲା। ଏହା ପରେ ବର୍ତ୍ତମାନ କୃଷକମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଯାଉଛନ୍ତି। ରାତିସାରା ଧାରଣାରେ ବସିଥିବା କୃଷକମାନଙ୍କର କହିବା କଥା ଯେ, ଯେପର୍ଯ୍ୟନ୍ତ ସେମାନଙ୍କର ସମସ୍ତ ଦାବି ପୂରଣ ନ ହୋଇଛି, ସେପର୍ଯ୍ୟନ୍ତ ସେମାନେ ଧାରଣାରେ ହିଁ ବସି ରହିବେ ଏବଂ ଆନ୍ଦୋଳନର ରୂପ ଅଧିକ ବ୍ୟାପକ ହେବ। ଆଜି ସେମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯିବେ। କୃଷକମାନଙ୍କ ଦାବି ରହିଛି ଯେ ସେମାନେ କେନ୍ଦ୍ରୀୟ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ କ୍ଷେତ୍ରରୁ ଆସିଛନ୍ତି, କିନ୍ତୁ ସେମାନେ ତାଙ୍କ ଉପରେ ମଧ୍ୟ ଅସନ୍ତୁଷ୍ଟ ଅଛନ୍ତି; କାରଣ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପରସ୍ପର ଉପରେ ଦୋଷ ଲଦିବାର ଖେଳ ଯୋଗୁଁ କୃଷକମାନେ ସଙ୍କଟରେ। କୃଷକମାନଙ୍କ ଅଭିଯୋଗ ରହିଛି ଯେ ସରକାର ହିଁ ମୁଗ ଉତ୍ପାଦନ ବୃଦ୍ଧି କରାଇଥିଲେ ଏବଂ ବର୍ତ୍ତମାନ କିଣିବାରୁ ପଛଘୁଞ୍ଚା ଦେଉଛନ୍ତି। କୃଷକମାନଙ୍କୁ ପ୍ରତି ଏକର ପିଛା ୧୦-୧୨ ହଜାର ଟଙ୍କାର କ୍ଷତି ସହିବାକୁ ପଡ଼ୁଛି ଏବଂ ଏହି କାରଣରୁ ସେମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଛନ୍ତି।

କୃଷକମାନଙ୍କ କହିବା ଅନୁଯାୟୀ, ଏଥର ଏହି ଆନ୍ଦୋଳନରେ କୌଣସି ପଗଡ଼ି ପିନ୍ଧିଥିବା ବୟସ୍କ କୃଷକ ଦେଖିବାକୁ ମିଳୁନାହାନ୍ତି; ବରଂ ଏହି ମୋର୍ଚ୍ଚାକୁ ଯୁବ ଏବଂ ଜେନ-ଜି (Gen-Z) କୃଷକମାନେ ସମ୍ଭାଳିଛନ୍ତି। ସେମାନଙ୍କ ଦାବି ରହିଛି ଯେ ଯୁବକମାନଙ୍କ ଶକ୍ତି ସରକାର ଦିଲ୍ଲୀରେ ଦେଖିସାରିଛନ୍ତି ଏବଂ ଆବଶ୍ୟକ ପଡ଼ିଲେ ଭୋପାଳରେ ମଧ୍ୟ ଦେଖାଇଦେବେ।

ରାଜଧାନୀ ଭୋପାଳ ଆସିବା ପୂର୍ବରୁ ଏହି କୃଷକମାନେ ଗତ ୨୫ ଦିନ ଧରି ଜିଲା ମୁଖ୍ୟାଳୟମାନଙ୍କରେ ବସି ରହିଥିଲେ, କିନ୍ତୁ ସ୍ଥାନୀୟ ପ୍ରଶାସନ ଏବଂ ମନ୍ତ୍ରୀମାନେ ଏହି କଥାକୁ ଗମ୍ଭୀରତାର ସହ ନେଇ ନଥିଲେ। ବର୍ତ୍ତମାନ ରାଜଧାନୀରେ ବସିଥିବା ଅଧିକାଂଶ କୃଷକ ନର୍ମଦାପୁରମ ଏବଂ ଏହାର ଆଖପାଖ ୧୨ଟି ଜିଲାରୁ ଆସିଛନ୍ତି। ଏହି କୃଷକମାନେ ନର୍ମଦା ନଦୀ ଆଖପାଖ ଅଞ୍ଚଳର ଅଟନ୍ତି।

ସୂଚନା ଅନୁଯାୟୀ, କୃଷକମାନେ ଆଠଟି ଦାବିକୁ ନେଇ ଅଟଳ ଅଛନ୍ତି, କିନ୍ତୁ ସରକାରଙ୍କ ସହ ଆଲୋଚନା ପାଇଁ ଆସିଥିବା ୧୩ଟି ସଂଗଠନର ପ୍ରତିନିଧିମଣ୍ଡଳ ଜଣାଇଛନ୍ତି ଯେ ସେଠାରେ ଦୁଇଟି ମୁଖ୍ୟ ଦାବି ରହିଛି, ଯାହାକୁ ସରକାରଙ୍କୁ ମାନିବାକୁ ପଡ଼ିବ। ପ୍ରଥମଟି ମୁଗ ଫସଲର ଶତ ପ୍ରତିଶତ କ୍ରୟ କରାଯାଉ ଏବଂ ଦ୍ୱିତୀୟଟି ସାର ବଣ୍ଟନରେ ଟୋକନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?