କେବଳ ଫୁସଫୁସ ନୁହେଁ ଶରୀରର ଅନ୍ୟ କିଛି ମୁଖ୍ୟ ଅଙ୍ଗକୁ ବି ପ୍ରଭାବିତ କରୁଛି କରୋନା!

ଭୋପାଳ,୯ ।୭: କରୋନା ସଂକ୍ରମଣ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଏହା ପ୍ରଥମେ ଫୁସଫୁସକୁ ସଂକ୍ରମିତ କରିବା ପରେ ରୋଗୀର ଅବସ୍ଥା ଗୁରୁତର ହୋଇପଡୁଛି । ଏମିତିକି ଫୁସଫୁସ ସଂକ୍ରମଣ ପରେ ଅଧିକାଂଶ ରୋଗୀଙ୍କୁ ବଞ୍ଚାଇବା ସମ୍ଭବ ହୋଇ ପାରୁନାହିଁ । ଏହାପରେ ବି କରୋନା କିଡ୍‌ନୀ, ଲିଭର, ପାନକ୍ରିଆଜ୍‌, ବ୍ରେନ୍ ଓ ହାର୍ଟରେ କୁପ୍ରଭାବ ପକାଉଛି ବୋଲି ଭୋପାଳ ଏମ୍ସରେ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି । ଦେଶରେ ପ୍ରଥମଥର ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁୃଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ)ରେ କରାଯାଇଥିବା କୋଭିଡ ମୃତକଙ୍କ ପୋଷ୍ଟ ମର୍ଟମ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି, ଯାହା ଖୁବ୍ ଚିନ୍ତା ଜନକ । ଏଠାରେ ୨୧ ମୃତ କୋଭିଡ ରୋଗୀଙ୍କ ଉପରେ ଅଧ୍ୟୟନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କର ଅନ୍ୟାନ୍ୟ ରୋଗ ଥିଲା ଓ ଜଣେ କେବଳ କରୋନାରେ ଆକ୍ରାନ୍ତ ହୋଇଥିଲେ । ଆହୁରି ମଧ୍ୟ ଉକ୍ତ ଅଧ୍ୟୟନରୁ ଜଣାପଡିଛି କି ମୃତ କରୋନା ରୋଗୀଙ୍କ ଶରୀରରେ ୨୦ଘଣ୍ଟା ପରେ ବି କରୋନା ଭାଇରସ ଦେଖାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ ସମ୍ପୂର୍ଣ୍ଣ ହଟାଇବା ଉଚିତ ନୁହେଁ: ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର, ୪।୪(ବ୍ୟୁରୋ): ବ୍ରିଟେନରେ ଦେଖା ଦେଇଥିବା କରୋନାର ନୂଆ ଭାରିଆଣ୍ଟ ‘ଏକ୍ସଇ’ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିପାରେ। ଏହା ଓମିକ୍ରନର ସବ୍‌ ଭାରିଆଣ୍ଟ ଓ ଅତି...

ମୂଷା କାଟି ଦେଲେ ଜମିଜମା କାଗଜପତ୍ର: ପ୍ରଶାସନର ଅକଲ ଗୁଡୁମ୍‌

ଆଗ୍ରା, ୧୦।୧୦: ଆଗ୍ରା ନଗର ନିଗମ କାର୍ଯ୍ୟାଳୟର ଅବହେଳା ସମ୍ପର୍କରେ ଏକ ଖବର ପଦାକୁ ଆସିଛି। ଏଠାରେ ମୂଷାମାନେ ଲୋକଙ୍କ ଜମିଜମା କାଗଜ ପତ୍ରର ରେକର୍ଡ...

ଏମ୍ସ ଏମ୍‌ବିବିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଇରମିମଙ୍କୁ ଅଭିନନ୍ଦନ ଜଣାଇଲା ସେନା

ରାଜୌରୀ,୩।୯: ଜମ୍ମୁ-କଶ୍ମୀର ରାଜୌରୀ ଜିଲାର ପ୍ରଥମ ଗୁଜ୍ଜର ମହିଳା ଭାବେ ଚଳିତ ବର୍ଷ ଅଲ୍‌ ଇଣ୍ଡିଆ ଇନଷ୍ଟୃଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ର ଏମ୍‌ବିବିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ...

ଦିଲ୍ଲୀ ବିଧାନସଭା ନିର୍ବାଚନ: ଶାହ-ନୀତୀଶ କରିବେ ପ୍ରଚାର

ନୂଆଦିଲ୍ଲୀ,୨୯।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଜୋର୍‌ସୋର୍‌ ନିର୍ବାଚନୀ ପ୍ରଚାର ଜାରି ରହିଛି। ତେବେ ଏଠାରେ ପ୍ରଚାର କାର୍ଯ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ...

୨୦ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୬।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଲଗାତାର ୨ ଦିନ ଧରି ଦୈନିକ ସଂକ୍ରମଣ ୨୦ ହଜାର ତଳେ ରହିଛି। ୨୦୩ ଦିନ...

କୋଭିଡ୍‌ ଆକ୍ରାନ୍ତଙ୍କୁ ଦିଆଯିବ ଡିଆର୍‌ଡିଓ ପ୍ରସ୍ତୁତ ମେଡିସିନ

ନୂଆଦିଲ୍ଲୀ,୧୬।୫: କୋଭିଡ୍‌ ଚିକିତ୍ସା ପାଇଁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ) ଦ୍ୱାରା ବିକଶିତ ଔଷଧ ୨-ଡିଓକ୍ସି-ଡି-ଗ୍ଲୁକୋଜ୍‌ (୨-ଡିଜି) ସୋମବାର ହସ୍ପିଟାଲକୁ ପଠାଯିବ। ପ୍ରତିରକ୍ଷା...

ଟ୍ରଷ୍ଟକୁ ନେଇ ତେଜିଲା ରାଜନୀତି

ଅଯୋଧ୍ୟା,୧୬ା୧୧(ଆଇଏଏନ୍‌ଏସ୍‌): ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ତଦାରଖ କରିବାକୁ ଥିବା ଟ୍ରଷ୍ଟ ଗଠନ ଉପରେ ସମସ୍ତଙ୍କର ନଜର ରହିଥିଲାବେଳେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ସୁପ୍ରିମକୋର୍ଟଙ୍କ...

୩୨ ପିଲାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର

ନୂଆଦିଲ୍ଲୀ, ୨୫।୧(ପି.ଟି.): ଶିକ୍ଷା, କ୍ରୀଡା, କଳା, ସଂସ୍କୃତି, ସାମାଜିକ ସେବା ଓ ସାହସିକତା ଆଦି ବିଭିନ୍ନ କ୍ଷେତ୍ରରେ ଅସାଧାରଣ ଦକ୍ଷତା ପ୍ରଦର୍ଶନ କରିଥିବା ୩୨ ଜଣ...

Advertisement
Archives

Model This Week