ପୋତିହେବାକୁ ବସିଛି ଭତ୍ରା ଡ୍ୟାମ୍‌: ଆରମ୍ଭରୁ ହୋଇନି ପୁନରୁଦ୍ଧାର

ଭବାନୀପାଟଣା,୨୮।୭(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଜୁନାଗଡ଼ ବ୍ଲକର ବହୁ ପୁରୁଣା ଭତ୍ରାଡ୍ୟାମ ଏବେ ରକ୍ଷଣାବେକ୍ଷଣ ଅଭାବରୁ ପୋତି ହେବାକୁ ବସିଛି। ୭୦ ବର୍ଷହେବ ଏହି ଡ୍ୟାମ ନିର୍ମାଣ ହେଲାଣି କିନ୍ତୁ ଥରେ ମଧ୍ୟ ପୁନରୁଦ୍ଧାର ହୋଇନାହିଁ। ଡ୍ୟାମରେ ୧୫ ଫୁଟ ମାଟି ପୋତିହେବା ଯୋଗୁ ଜଳଧାରଣା କ୍ଷମତା କ୍ରମଶଃ କମିବାରେ ଲାଗିଛି। ଫଳରେ ଜଳସେଚନରେ ଅନେକ ଅସୁବିଧା ହେଉଛି। ସ୍ଥାନୀୟ ଅଞ୍ଚଳର ଅନେକ ଜମିରେ ଚାଷ ହେଉଥିବାବେଳେ ପାଣି କମ ଯୋଗୁ ଚାଷୀମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଜୁନାଗଡ଼ ବ୍ଲକ ବକ୍ସିତୁଲସିପାଲି ପଞ୍ଚାୟତର ରଣପୁର ଓ ଏକନାଗୁଡା, କଲେଇ ଗାଁ ପଞ୍ଚାୟତର ଜାମଚୁଆଁ ଓ ଡାବ୍ରିଗୁଡା, ଦେଦର ପଞ୍ଚାୟତର ଗୋଲାମୁଣ୍ଡା ଓ ସୋରସମାଲ ଗ୍ରାମ ସମେତ ୩ଟି ପଞ୍ଚାୟତର ୩୦୦ ଏକରରୁ ଊଦ୍ଧର୍‌ବ ଜମିରେ ଭତ୍ରା ଡ୍ୟାମ ନିର୍ମାଣ ହୋଇଛି। ଡ୍ୟାମ୍‌ ଦ୍ୱାରା ବର୍ତ୍ତମାନ ୧୭୧୩.୩୭ ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯାଉଛି। ଭତ୍ରା ଡ୍ୟାମ ଡାହାଣ ବ୍ୟାଙ୍କ ଦ୍ୱାରା ରଣପୁର, ବକ୍ସିତୁଲସିପାଲି, କୁପାଗାଁ, କୃଷ୍ଣପୁର, ମାଲଗୁଣ୍ଡ, ମେରିଆବନ୍ଧଲି ଓ ଜୁନାଗଡ଼ ଅଞ୍ଚଳକୁ ପାଣି ଯୋଗାଇ ଦିଆଯାଏ। ସେହିପରି ଡ୍ୟାମ୍‌ର ଡାହାଣ ବ୍ୟାଙ୍କ ଦ୍ୱାରା ସାନ ଡେମେରବାହାଲ, କଲେଇ ଗାଁ, କୁଲିହାରୀ, ଚାରଭାଟି ଅଞ୍ଚଳକୁ ପାଣି ଯୋଗାଇ ଦିଆଯାଇଥାଏ। ଅଞ୍ଚଳର ଚାଷୀଙ୍କ ପାଇଁ ପାଣି ଯୋଗାଇଦେବା ନିମନ୍ତେ ଭତ୍ରାଡ୍ୟାମର କଳ୍ପନା ହୋଇଥିଲା। ଘନା ଜଙ୍ଗଲର ପାଣିକୁ ଦଲମଜୋର ଜରିଆରେ ଆଣି ଭତ୍ରା ଡ୍ୟାମ୍‌ରେ ରଖାଯାଉଥିଲା। ୧୯୫୨ ମସିହାରେ ମଧ୍ୟମ ଜଳ ସେଚନ ବିଭାଗରୁ କ୍ଷୁଦ୍ର ଜଳସେଚନ ବିଭାଗକୁ ହସ୍ତାନ୍ତର ହୋଇଥିଲା। ୧୯୫୮ରେ ଡ୍ୟାମ ଓ କେନାଲ କାମ ଆରମ୍ଭ ହୋଇ ୧୯୬୩ ମସିହା ଜୁନରେ ଏହି କାମ ଶେଷ ହୋଇଥିଲା। ଗତ ୨୦୦୧ ମସିହା ଜୁନ ମାସ ୧୨ରେ କ୍ଷୁଦ୍ର ଜଳସେଚନ ବିଭାଗରୁ ଇନ୍ଦ୍ରାବତୀ କେନାଲ ଡିଭିଜନକୁ ହସ୍ତାନ୍ତର ହୋଇଥିଲା। ଏହି ଡ୍ୟାମ ଭୁବନେଶ୍ୱର ଡ୍ୟାମ ସେଫ୍ଟି ଅଧୀନରେ ଥିବା ଯୋଗୁ ପ୍ରତିବର୍ଷ ରାଜ୍ୟ ସରକାରଙ୍କୁ ପୁନରୁଦ୍ଧାର ପାଇଁ ରିପୋର୍ଟ ପ୍ରଦାନ କରାଯାଇଥାଏ। ବର୍ତ୍ତମାନ ବନ ବିଭାଗ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଭତ୍ରା ଡ୍ୟାମ୍‌ରେ ନୌକା ବିହାର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ଦେଖାଯାଉଛି। ହେଲେ ଚାଷୀଙ୍କ ପାଇଁ ଭତ୍ରା ଡ୍ୟାମକୁ ପୁନରୁଦ୍ଧାର ନିମନ୍ତେ କୌଣସି ଆବେଗ ଦେଖାଉ ନ ଥିବା ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଇନ୍ଦ୍ରାବତୀ କେନାଲ ଡିଭିଜନ ଅଧିକାରୀଙ୍କୁ ପଚାରିବାରୁ ଏହି ସମସ୍ୟା ସମ୍ପର୍କରେ ଆମେ ସରକାରଙ୍କୁ ଜଣାଇଛୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?