ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି। ସବୁଆଡୁ ପୋଲିସକୁ ନିନ୍ଦା କରାଯାଉଥିଲା ବେଳେ ଓଡ଼ିଶାରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ଏକ୍ସରେ ଏକ ପୋଷ୍ଟ କରି ରାହୁଲ ଲେଖିଛନ୍ତି, ”ଓଡ଼ିଶାରେ ଘଟିଥିବା ଏହି ଭୟଙ୍କର ଘଟଣା ଦେଶର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲିସର ସାହାଯ୍ୟ ମାଗିବାକୁ ଯାଇଥିବା ଜଣେ ସେନା ଅଧିକାରୀଙ୍କୁ ଅତି ନିର୍ମମ ଭାବେ ମାଡ ମାରିବା ସହ ତାଙ୍କ ତାଙ୍କର ବାନ୍ଧବୀଙ୍କ ନିର୍ଯାତନା ଦିଆଯାଇଛି। ଏହି ଘୃଣ୍ୟ ଘଟଣା ସମଗ୍ର ମାନବିକତା ପାଇଁ ଲଜ୍ଜାଜନକ ଅଟେ।

ଭାଜପା ସରକାରଙ୍କ ଅଧୀନରେ ମହିଳାଙ୍କ ବିରୋଧରେ ଅପରାଧ ସମ୍ପୂର୍ଣ୍ଣ ଅନିୟନ୍ତ୍ରିତ ହୋଇପଡିଛି। ଯେତେବେଳେ ଅନ୍ୟାୟ ଆଶ୍ରୟ ପାଇଥାଏ, ତେବେ ସାଧାରଣ ନାଗରିକ କାହାଠାରୁ ସାହାଯ୍ୟ ଆଶା କରିବେ ?

ଏହି ଘଟଣାର ସମସ୍ତ ଅପରାଧୀ କଠୋର ଆଇନଗତ ଦଣ୍ଡ ପାଇବା ଉଚିତ। ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତର ଲୋକ, ବିଶେଷ କରି ମହିଳାଙ୍କ ସମ୍ମୁଖରେ ନ୍ୟାୟ ଏବଂ ନିରାପତ୍ତାର ଏକ ଉଦାହରଣ ସୃଷ୍ଟି କରିବାର ଆବଶ୍ୟକତା ରହିଛି।”


Enter your email to get our daily news in your inbox.

All Right Reserved By Dharitri.Com

ବାବା ସିଦ୍ଦିକ୍‌ଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା: ସୁଟରମାନେ ଅଟୋରେ ଆସି…

ମୁମ୍ବାଇ,୧୩ା୧୦: ମୁମ୍ବାଇରେ ଏନ୍‌ସିପିର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବାବା ସିଦ୍ଦିକିଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା।...

ପର୍ଯ୍ୟଟକଙ୍କୁ ଟାଣି ଆଣେ କଣ୍ଟିଲୋ ନୀଳମାଧବ

ପର୍ଯ୍ୟଟକଙ୍କୁ ଟାଣି ଆଣିବା ପାଇଁ ନୟାଗଡ଼ ଜିଲାର କଣ୍ଟିଲୋରେ ରହିଛି ମନଲୋଭା ପର୍ଯ୍ୟଟନ ସ୍ଥଳ। ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଜଗନ୍ନାଥ ସଂସ୍କୃତିର ଆଦି ପୀଠ କଣ୍ଟିଲୋ...

କେବେ ଜନଶୂନ୍ୟ ହୁଏନାହିଁ ଶ୍ରୀକ୍ଷେତ୍ର

ଭାରତର ଚାରିଧାମ ମଧ୍ୟରେ ପୁରୀ ଜଗନ୍ନାଥ ଧାମ ଅନ୍ୟତମ। ପୁରୀ ସହର ମଧ୍ୟଭାଗରେ ରହିଛି ବଡ଼ଦେଉଳ ବା ଶ୍ରୀମନ୍ଦିର। ଏହାର ରତ୍ନସିଂହାସନରେ ପୂଜାପାଆନ୍ତି ଦାରୁଦିଅଁ ଶ୍ରୀଜଗନ୍ନାଥ...

ଗୁଳିମାଡରେ ଜୀବନ ହାରିଲେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକ

ମୁମ୍ବାଇ,୧୨।୧୦: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପିର ଅଜିତ ପାୱାର ଦଳର ସଦସ୍ୟ ବାବା ସିଦ୍ଦିକଙ୍କ ମୁମ୍ବାଇର ବାନ୍ଦ୍ରାଠାରେ ଗୁଳିମାଡ ପରେ ତାଙ୍କର ମୃତ୍ୟୁ ଘଟିଛି।...

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକଙ୍କୁ ମୁମ୍ବାଇରେ ଗୁଳିମାଡ଼

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପିର ଅଜିତ ପାୱାର ଦଳର ସଦସ୍ୟ ବାବା ସିଦ୍ଦିକଙ୍କୁ ମୁମ୍ବାଇର ବାନ୍ଦ୍ରା ଠାରେ ଗୁଳିମାଡ ହୋଇଛି। ଗମନ ପରେ...

ରାବଣ ପୋଡିବେଳେ ବଡ଼ ଅଘଟଣ, ଯୁବକଙ୍କ ଛାତିରେ ପଡିଲା ନିଆଁ

ରାଉରକେଲା,୧୨।୧୦: ଇସ୍ପାତନଗରୀ ରାଉରକେଲାରେ ଶନିବାର ଦଶହରା ପାଳନବେଳେ ଘଟିଛି ବଡ଼ ଅଘଟଣ। ସେକ୍ଟର-୧୩ ମେଲଣ ପଡିଆ ଆୟୋଜିତ ରାବଣପୋଡି ସମୟରେ ଏକ ଅଘଟଣ ଘଟିଛି। ଜଣେ...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା, ଆଉ ଏତିକି ଦିନ ରହିଲା ଇ-କେୱାଇସି ଯାଞ୍ଚ, ଶୀଘ୍ର କରନ୍ତୁ ନହେଲେ କଟିଯିବ ରାସନ କାର୍ଡ…

ଭୁବନେଶ୍ୱର,୧୨।୧୦: ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର। ଇ-କଓ୍ବୋଇସ ଯାଞ୍ଚ ପ୍ରକ୍ରିୟାକୁ ନେଇ ବଡ଼ ଖବର ଦେଇଛନ୍ତି ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ମନ୍ତ୍ରୀ...

ତୀର ମାରି ରାବଣ ଦହନ କଲେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୨।୧୦: ଦିଲ୍ଲୀର ମାଧବ ଦାସ ପାର୍କରେ ରାବଣ ପୋଡି ଆୟୋଜିତ ହୋଇଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri