କୋଟିଆ ଓ ମହାନଦୀ

କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଲାଗି ରହିଥିବା ବିବାଦ ବହୁ ପୁରୁଣା। ଏହାର ୨୮ ଗାଁ ମଧ୍ୟରୁ ୨୧ଟି ଗ୍ରାମକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମୁହଁାମୁହିଁ ହେଉଛନ୍ତି। ଓଡ଼ିଶା ସମ୍ପୃକ୍ତ ଅଞ୍ଚଳକୁ କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକର କହୁଥିବା ବେଳେ ଆନ୍ଧ୍ରପ୍ରଦେଶ ତାହାକୁ ପାର୍ବତୀପୁରମ୍‌ ମାନ୍ୟମ୍‌ ଜିଲାର ସାଲୁର ବ୍ଲକ ଅଧୀନରେ ଆସୁଥିବା ଦର୍ଶାଇ ଚାଲୁଛି। ୧୯୬୮ରୁ ଉଭୟ ରାଜ୍ୟ ସୁପ୍ରିମ୍‌କୋର୍ଟକୁ ଗଲାପରେ ଏହି ବିବାଦର ମୂଳଦୁଆ ପଡ଼ିଥିଲା। ସଦ୍ୟ ଘଟଣାକୁ ଦେଖିଲେ ଆନ୍ଧ୍ରପ୍ରଦେଶ ନଭେମ୍ବର ୫ରେ ବିବାଦୀୟ ଅଞ୍ଚଳର ୩ଟି ଗାଁ ଯଥା ଫଗୁଣସିନେରି, ଫାଟୁସିନେରି ଏବଂ ଓଡ଼ିଶାର ରାଜସ୍ବ ଗ୍ରାମ ଗଞ୍ଜେଇପଦର (ଆନ୍ଧ୍ର ପଞ୍ଚାୟତ ଅଧୀନରେ ରହିଥିବା ନେରେଡିବାଲ୍‌ସା ଗ୍ରାମ)ରେ ଜିଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନ କରିବାକୁ ଯାଉଛି। ସୀମାନ୍ତ ଗ୍ରାମର ଲୋକମାନେ କିଭଳି ନିର୍ବାଚନରେ ଭାଗ ନେବେ, ସେଥିଲାଗି ଆନ୍ଧ୍ର ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି। ହେଲେ ପଡ଼ୋଶୀ ରାଜ୍ୟର ଏଭଳି ଉଦ୍ୟମକୁ ଓଡ଼ିଶା ବିରୋଧ କରିବାରୁ ୩ ନଭେମ୍ବରରେ ସେହି ଅଞ୍ଚଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି। କୋଟିଆ ବ୍ଲକ ନେରେଡିବାଲ୍‌ସା ଚେକ୍‌ ପୋଷ୍ଟ ନିକଟରୁ ଆନ୍ଧ୍ରପ୍ରଦେଶ ପଞ୍ଜୀକୃତ ଏକ ଚାଉଳ ବୋଝେଇ ଟ୍ରକକୁ ଓଡ଼ିଶା ପୋଲିସ ଜବତ କରିବାର ଦିନକ ପରେ ଆନ୍ଧ୍ର ପୋଲିସର କେତେକ କର୍ମଚାରୀ କୋରାପୁଟ ଉପଜିଲାପାଳ ଓ ପଟ୍ଟାଙ୍ଗୀ ତହସିଲଦାରଙ୍କ ସହ ଯୁକ୍ତିତର୍କ କରିଛନ୍ତି। ଘଟଣାସ୍ଥଳରେ ଆନ୍ଧ୍ର ପୋଲିସକୁ କେତେକ ସ୍ଥାନୀୟ ଅଞ୍ଚଳବାସୀ ସମର୍ଥନ କରି ଓଡ଼ିଶା ପୋଲିସକୁ ‘ଗୋ ବ୍ୟାକ୍‌’ କହିଥିବା ଗଣମାଧ୍ୟମରୁ ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତି ଉପୁଜିବାରେ ଓଡ଼ିଶା ପ୍ରଶାସନ ମୁଖ୍ୟତଃ ଦାୟୀ। କେବଳ କୋରାପୁଟ ଜିଲାର କୋଟିଆ ନୁହେଁ, ଓଡ଼ିଶାର ପ୍ରାୟ ୯ଟି ସୀମାନ୍ତ ଜିଲାରେ ଏହିଭଳି ସମସ୍ୟା ଲାଗିରହିଛି।
କୋଟିଆରେ ଏଭଳି ସ୍ଥିତିକୁ ଦେଖି ଓଡ଼ିଶା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଆନ୍ଧ୍ର ପ୍ରଦେଶ ସରକାର ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିଛନ୍ତି। ଓଡ଼ିଶା କଥା ଦେଖିଲେ ପୂର୍ବର ବିଜୁ ଜନତା ଦଳ (ବିଜେଡି) ସରକାର ଓ ଏବର ଭାରତୀୟ ଜନତା ପାର୍ଟି (ଭାଜପା) ସରକାର ଏହି ପ୍ରସଙ୍ଗରେ ଦୋଷ ଲଦାଲଦି ହେବା ଛଡ଼ା କୌଣସି ଅଗ୍ରଗତି ଘଟିଲା ନାହିଁ। ଏବେ ଆନ୍ଧ୍ର ପ୍ରଦେଶର ଶାସକ ଦଳ ଟିଡିପି କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)କୁ ସମର୍ଥନ କରୁଛି ଏବଂ ମନ୍ତ୍ରିମଣ୍ଡଳରେ ଅଂଶୀଦାର ଅଛି। ତେଣୁ ସୀମା ବିବାଦକୁ ନେଇ କେନ୍ଦ୍ର ମଧ୍ୟସ୍ଥତାରେ ସମାଧାନର ବାଟ ବାହାର କରାଯାଇପାରନ୍ତା। ବର୍ତ୍ତମାନ ମହାନଦୀ ଜଳ ବିବାଦର ସମାଧାନ ଲାଗି ଓଡ଼ିଶା ଓ ଛତିଶଗଡ଼ ସରକାର କେନ୍ଦ୍ର ମାଧ୍ୟମରେ ପଦକ୍ଷେପ ନେଉଛନ୍ତି। ତାହାର ଫଳାଫଳ କ’ଣ ହେବ ସେ ବିଷୟରେ ଏବେ ମତ ଦେବା କଷ୍ଟକର। କାରଣ ୧୯୪୭କୁ ଆଧାର କରି ୪୮ ନିୟୁତ ଏକର ଫୁଟ ଜଳ ଓଡ଼ିଶା ପାଉଛି ବୋଲି ଯାହା ଆକଳନ କରାଯାଇଛି, ଆଜିର ବାସ୍ତବତା ସହିତ କୌଣସି ଭାବେ ମେଳ ରଖୁନାହିଁ। ସେଥିପାଇଁ କେନ୍ଦ୍ରୀୟ ଜଳ ଆୟୋଗର ଯାହା ନିଷ୍ପତ୍ତି ହେବ, ସେ ସମ୍ପର୍କରେ ସନ୍ଦେହ ଉପୁଜିବା ଯଥାର୍ଥ।
କୋଟିଆ ବିଷୟରେ ଯୁକ୍ତିତର୍କ, ଦମ୍ଭୋକ୍ତି ପ୍ରକାଶ କିମ୍ବା କୋର୍ଟରେ ମାମଲା ଲଢ଼ିଲେ ତାହାର ସୁଫଳ ଶୀଘ୍ର ମିଳିବ ବୋଲି ଆଶା କରାଯାଇପାରୁ ନାହିଁ। ଏହାର କାରଣ ଖୋଜିଲେ ଇତିହାସକୁ ଯିବାକୁ ପଡ଼ିବ। ଭାରତବର୍ଷ କେତେବେଳେ ଆଜିର ସରକାରୀ ମାନଚିତ୍ର ପରି ଅଖଣ୍ଡ ଦେଶ ନ ଥିଲା। ‘ଭାରତ’ର ଆକାରରେ ଓଡ଼ିଶା, କେରଳ ଇତ୍ୟାଦି ଭୂଖଣ୍ଡ ସମ୍ପୃକ୍ତ ନ ଥିଲା। ସେଥିନେଇ ଆଜିର ରାଜନୈତିକ ସୁବିଧା ପାଇଁ ଯେଉଁଭଳି ଗୋଟିଏ ଦେଶ, ଗୋଟିଏ ଭାଷା, ଗୋଟିଏ ଭୋଟ ଇତ୍ୟାଦି ବାଣୀ ସବୁ କୁହାଯାଉଛି ତାହାସବୁ କୋଟିଆ ଭଳି ଘଟଣା ଅସତ୍ୟ ବୋଲି ପ୍ରମାଣ ଦେଉଛି। ବ୍ରିଟିଶ୍‌ ଶାସକଙ୍କୁ ଯେତେ ବିରୋଧ କଲେ ମଧ୍ୟ ଏହା ସ୍ବୀକାର କରିବାକୁ ହେବ ଯେ ଉତ୍ତର ପୂର୍ବାଞ୍ଚଳର ଅଧିକାଂଶ ରାଜ୍ୟ ସମେତ ଆଜିର ଭାରତର ଆହୁରି କିଛି ଅଞ୍ଚଳକୁ ଏକାଠି କରି ୧୯୪୭ରେ ଏବେକାର ‘ଇଣ୍ଡିଆ’ ସୃଷ୍ଟି ହୋଇଛି। ଏଥିରେ କୌଣସି ଧର୍ମ କିମ୍ବା ରାଜନୀତି ପୂରାଇବାର ଚେଷ୍ଟା କରାଗଲେ ତାହା ଇତିହାସ ପରିବର୍ତ୍ତେ ଆଜିର ପିଢ଼ିକୁ ଭୁଲ୍‌ ପ୍ରମାଣିତ କରିବ।
ଓଡ଼ିଶା କଥା ଦେଖିଲେ ସୀମାନ୍ତ ଅଞ୍ଚଳଗୁଡ଼ିକରେ ନିଯୁକ୍ତ ହେଉଥିବା ପ୍ରଶାସନିକ ଓ ପୋଲିସ ଅଧିକାରୀ ଭାବେ ଅଣ-ଓଡ଼ିଆଙ୍କୁ ବାରମ୍ବାର ଦାୟିତ୍ୱ ଦିଆଯାଉଥିବାରୁ ସେମାନଙ୍କର ଓଡ଼ିଶା ପ୍ରତି ସମ୍ବେଦନଶୀଳତା ରହୁନାହିଁ। ପୂର୍ବରୁ ଗୋଟେ ସମୟରେ ଏଭଳି ପଦକ୍ଷେପକୁ ନିରୁତ୍ସାହିତ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟର ସରକାର ତାହାକୁ ଅଣଦେଖା କଲେ, ଯାହାର ପରିଣତି କୋଟିଆ ଭଳି ବିବାଦକୁ ବଞ୍ଚାଇ ରଖିଛି। ସ୍ଥାନୀୟ ଲୋକ ଓଡ଼ିଶା ପୋଲିସକୁ ଗୋ ବ୍ୟାକ୍‌ କହିବା ଦର୍ଶାଉଛି ଯେ, ପ୍ରଶାସନ ସେମାନଙ୍କ ନିକଟରେ ପହଞ୍ଚତ୍ପାରୁ ନାହିଁ। ମଣିଷର ଚରିତ୍ରରେ ଲୋଭ ଥିବାରୁ ସେ ଯେଉଁଆଡ଼ୁ ସୁବିଧା ପାଉଛି ସେହି ଆଡ଼କୁ ଢଳୁଛି। ତେଣୁ କେବଳ କୋଟିଆ ନୁହେଁ, ଓଡ଼ିଶାର ସମସ୍ତ ସୀମାନ୍ତ ଅଞ୍ଚଳରେ ଓଡ଼ିଶା ସରକାର ଅଧିକ ଲୋକାଭିମୁଖୀ ହୋଇ ସ୍ଥାନୀୟ ଲୋକଙ୍କୁ ସାଥିରେ ରଖିବାର ସମୟ ଆସିଲାଣି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜନଗଣନାରେ ଓବିସି ଦ୍ୱନ୍ଦ୍ୱ

୦୨୧ ମସିହାରେ ହେବାକୁ ଥିବା ଜନଗଣନା ୨୦୨୬ ମସିହାରେ ଆରମ୍ଭ ହୋଇଛି। ୨୦୨୭ରେ ସମାପ୍ତ ହେବ। ଏହାପରେ କେତେଦିନ ପରେ ସମ୍ପୂର୍ଣ୍ଣ ପରିସଂଖ୍ୟାନ ପ୍ରକାଶ ପାଇବ ତାହା…

୯ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର, ୪ା୧୧ (ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ନଭେମ୍ବର ୯ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ…

ଭାରତ ବନାମ ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ଟସ୍‌ ଜିତିଲା ଭାରତ, ଦେଖନ୍ତୁ ୨ ଦଳର ପ୍ଲେଇଙ୍ଗ୍‌ ୧୧

ନୂଆଦିଲ୍ଲୀ, ୪।୧୧: ଭାରତ ବନାମ ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ଅକ୍ଲାଣ୍ଡର ଇଡେନ ପାର୍କ ଷ୍ଟାଡିୟମରେ ଖେଳାଯିବ। ତେବେ ଭାରତର ଅଧିନାୟକ ଶୁଭମନ ଗିଲ ଟସ୍‌ ଜିତି ପ୍ରଥମେ…

ଆଜି ପ୍ରଥମ ଦିନିକିଆ: ପେସ୍‌ ଆଟାକ୍‌ ଭାରତ ପାଇଁ ଚିନ୍ତାର କାରଣ

ଅକ୍‌ଲାଣ୍ଡ, ୪ା୧୧: ସ୍ଥାନୀୟ ଇଡେନ୍‌ ପାର୍କଠାରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। କ୍ୟାରିୟରରେ ଅନ୍ତିମଥର ପାଇଁ…

ମୋଦିଙ୍କୁ ପୁଣି ରାହୁଲଙ୍କ ଚ୍ୟାଲେଞ୍ଜ, କହିଲେ ଡରନ୍ତୁ ନାହିଁ….

ନୂଆଦିଲ୍ଲୀ, ୩।୧୧: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସର୍ବସାଧାରଣରେ ବିତର୍କ ପାଇଁ ଦେଇଥିବା…

ହରଦୀପ ପୁରୀଙ୍କୁ ନେଇ ୩ ବଡ଼ ଆପତ୍ତି ଉଠାଇଲେ ବିଧାୟକ, ରାଜ୍ୟ ସଭା ନାମାଙ୍କନ….

ଭୋପାଳ,୩।୧୧: ମଧ୍ୟପ୍ରଦେଶରେ ରାଜ୍ୟ ସଭା ଉପନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି । ଭାଜପା ପ୍ରାର୍ଥୀ ହରଦୀପ ପୁରୀଙ୍କ ନାମାଙ୍କନକୁ ନେଇ ଆପତ୍ତି ଉଠାଇଛି କଂଗ୍ରେସ।…

ରାତିରେ ନିଦ…..ନିଜ ସ୍ୱାସ୍ଥ୍ୟକୁ ନେଇ ବଡ଼ କଥା କହିଲେ ଅମିତାଭ ବଚ୍ଚନ, ଚାରିଆଡେ ଚର୍ଚ୍ଚା!

ମୁମ୍ବାଇ,୩।୧୧: ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି । ନିଜ ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟ ଜିଣିଥିବା ବିଗ୍‌ ବି ସୋସିଆଲ ମିଡିଆରେ…

କିଏ ଜିଣିବ ଜଣା

ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଦେଖାଦେଇଥିବା ସଦ୍ୟ ହିଂସା ନୂଆ କାହାଣୀ ଲେଖିବାକୁ ପ୍ରସ୍ତୁତ ହେଲାଣି। ସେଠାରେ ପ୍ରମୁଖ ସମ୍ପ୍ରଦାୟ ମଧ୍ୟରେ ଅଛନ୍ତି ହିନ୍ଦୁ ମେଇତି, ଆଦିବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?