ଦର୍ଶନ ପାଇଁ ଭକ୍ତଙ୍କଠାରୁ ଟଙ୍କା ନେଉଥିବା ଅଭିଯୋଗ

ପୁରୀ ଅଫିସ,୨୧ା୫: ଶ୍ରୀମନ୍ଦିରରେ ନିୟୋଜିତ ଥିବା କେତେଜଣ କର୍ମଚାରୀ ଟଙ୍କା ନେଇ ଭକ୍ତକୁ ମହାପ୍ରଭୁଙ୍କ ଦର୍ଶନ କରାଉଥିବା ନେଇ ଅଭିଯୋଗ ହୋଇଛି। ଶନିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନଙ୍କ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିଲା। ଶ୍ରଦ୍ଧାଳୁମାନେ ଧାଡ଼ିରେ ଯାଇ ଠାକୁରଙ୍କୁ ଦର୍ଶନ କରୁଥିତ୍ବା ବେଳେ ଅନ୍ୟ କେତେଜଣ ଶ୍ରଦ୍ଧାଳୁ ଖରା ପାଇଁ ବାହାରେ ଅପେକ୍ଷା କରିଥିଲେ। ଏହାର ସୁଯୋଗ ନେଇ ଶ୍ରୀମନ୍ଦିରର କେତେଜଣ କର୍ମଚାରୀ କେତେଜଣ ଶ୍ରଦ୍ଧାଳୁଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇ ଦେବାକୁ କହି ଟଙ୍କା ନେଉଥିଲେ। ଏ ସମ୍ପର୍କରେ କେତେଜଣ ଭକ୍ତ ସିଂହଦ୍ୱାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏଥିପ୍ରତି କଡ଼ା ନଜର ରଖିଛି। ଏ ନେଇ ସୁଆର ମହାସୁଆର ନିଯୋଗର ବରିଷ୍ଠ ସେବାୟତ ଦାମଦୋର ମହାସୁଆର କହିଛନ୍ତି, ପ୍ରତିଦିନ ଶ୍ରୀମନ୍ଦିର ପରିସରରେ ଶ୍ରୀମନ୍ଦିର ପୋଲିସର କିଛି କର୍ମଚାରୀ ଉଚ୍ଚପଦସ୍ଥ ଅଧିକାରୀଙ୍କ ଜାଣତରେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କଠାରୁ ହଜାର ହଜାର ଟଙ୍କା ନେଇ ବେଆଇନ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଛାଡୁଛନ୍ତି। କାର୍ଯ୍ୟରେ ନିଯୁକ୍ତି ଥିବା କର୍ମଚାରୀମାନେ ଟଙ୍କା ନେଇ ଘଣ୍ଟି ଦ୍ୱାର, ମୁଦୁଲି ଦ୍ୱାର ସହ ଅନ୍ୟାନ୍ୟ ଦ୍ୱାରରେ ଭକ୍ତମାନଙ୍କୁ ଛାଡୁଛନ୍ତି। ଅପରପକ୍ଷେ ଭକ୍ତଙ୍କୁ କାହିଁକି ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ଛଡାଯାଉ ନାହିଁ ବୋଲି ସେ ମୁଖ୍ୟ ପ୍ରଶାସକଙ୍କୁ ଜଶାଇଥିଲେ। ତେଣୁ ପୁରୀ ସହରବାସୀଙ୍କ ପାଇଁ ଆଧାର କାର୍ଡ ଦେଖାଇ ଚାରିଦ୍ୱାର ଦେଇ ଦର୍ଶନ ପାଇଁ ଅନୁମତି ମିଳୁ ବୋଲି ସେ କହିଛନ୍ତି। ଅପରପକ୍ଷେ ନୀତି ବିଳମ୍ବକୁ ନେଇ ସୁଆର ମହାସୁଆର ପକ୍ଷରୁ କ୍ଷତିପୂରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାବି କରାଯାଇଛି। ତେବେ ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, ଯାହାସବୁ ବ୍ୟକ୍ତିଗତ ଅଭିଯୋଗ ଆସିଛି ବା ସମସ୍ୟା ରହିଛି ତାହା ଉପରେ ଆଲୋଚନା କରାଯିବ। ସେହିପରି ଟଙ୍କା ନେଇ ଭକ୍ତଙ୍କୁ ମହାପ୍ରଭୁ୍‌ଙ୍କ ଦର୍ଶନ କରୁଥିବା ଘଟଣାର ତଦନ୍ତ କରାଯିବ। ସିସିଟଭି ଯାଞ୍ଚ କରାଯିବ। ଯେଉଁମାନେ ଏଭଳି କାର୍ଯ୍ୟ କରୁଥିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀମନ୍ଦିରରେ କେବେ ମଧ୍ୟ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି। ଭକ୍ତଙ୍କ ପାଇଁ ଚାରିଦ୍ୱାର ଖୋଲିବା ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ପ୍ରଶାସକ ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri