Posted inTrending, ଖେଳ

ଆକାଶ-ବମ୍‌ରାଙ୍କ ଘାତକ ଆକ୍ରମଣ ସତ୍ତ୍ୱେ ନ୍ୟୁଜିଲାଣ୍ଡ ଆଗରେ, ପ୍ରଥମ ଦିନରେ ଭାରତକୁ ମିଳିଲାନି ବଡ଼ ସଫଳତା

ନୂଆଦିଲ୍ଲୀ,୨୭।୧୧: ଗୋଟିଏ ଟେଷ୍ଟ ସିରିଜର ଦୁଇଟି ଅଲଗା ମ୍ୟାଚରେ କେତେ ସମାନତା ରହିପାରେ? ଉଭୟ ମ୍ୟାଚର ପ୍ଲେଇଂ ଇଲେଭେନ ସମାନ ହୋଇପାରେ, ଟସ୍‌ରଫଳାଫଳ ଏକାଭଳି ହୋଇପାରେ। ଏପରିକି କିଛି ଖେଳାଳିଙ୍କ ପ୍ରଦର୍ଶନ ମଧ୍ୟ ସମାନ ରହିପାରେ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟର ପ୍ରଥମ ଦିନର ଖେଳ ମଧ୍ୟ ୱେଲିଂଟନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନର କାହାଣୀ ସହ ପ୍ରାୟ ସମାନ ଥିଲା। ଟିମ ଇଣ୍ଡିଆ ପୁଣି ଥରେ ପ୍ରଥମ ଦିନରେ କଡ଼ା ବୋଲିଂ କରିଥିଲା। କିନ୍ତୁ ଗୋଟିଏ ସେସନକୁ ଛାଡ଼ିଦେଲେ ଭାରତୀୟ ବୋଲରଙ୍କୁ ବିଶେଷ ସଫଳତା ମିଳିନଥିଲା।

ଶୁକ୍ରବାର, ନଭେମ୍ବର ୨୭ରୁ ହେଗ୍ଲି ଓଭାଲ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏହି ଟେଷ୍ଟ ମ୍ୟାଚରେ ଟସ ଓ ବ୍ୟାଟିଂ-ବୋଲିଂ ନିଷ୍ପତ୍ତି ମାମଲାରେ ୱେଲିଂଟନ ଟେଷ୍ଟର ପୁନରାବୃତ୍ତି ହୋଇଥିଲା। ଭାରତୀୟ ଅଧିନାୟକ ଶୁଭମନ ଗିଲ ପୁଣି ଥରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ପୁଣି ଥରେ ଭାରତୀୟ ପ୍ଲେଇଂ ଇଲେଭେନରେ ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡେଜାଙ୍କୁ ସ୍ଥାନ ମିଳିନଥିଲା। ତେବେ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଥିଲା। ପ୍ରସିଦ୍ଧ କୃଷ୍ଣଙ୍କ ସ୍ଥାନରେ ଗୁରନୂର ବରାଡ଼ଙ୍କୁ ସୁଯୋଗ ମିଳିଥିଲା। ଏହି ମ୍ୟାଚ ଜରିଆରେ ସେ ନିଜର ଟେଷ୍ଟ ଡେବ୍ୟୁ କରିଥିଲେ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦଳରେ କୌଣସି ପରିବର୍ତ୍ତନ କରିନଥିଲା।

ଏଥର ମଧ୍ୟ ପ୍ରଥମ ଓଭରରେ ହିଁ ଜସପ୍ରୀତ ବୁମ୍‌ରା ନ୍ୟୁଜିଲାଣ୍ଡ ଅଧିନାୟକ ଟମ ଲାଥମଙ୍କୁ ଆଉଟ କରିଦେଇଥିଲେ। କିନ୍ତୁ କ୍ରାଇଷ୍ଟଚର୍ଚ୍ଚର ସ୍ଥାନୀୟ ଖେଳାଳି ଲାଥମଙ୍କୁ ଡିଆର୍‌ଏସ (DRS) ଜୀବନଦାନ ଦେଇଥିଲା। ଏହାପରେ କେଏଲ ରାହୁଲ ମଧ୍ୟ ତାଙ୍କର ଏକ କ୍ୟାଚ ଛାଡ଼ିଥିଲେ। ଫଳରେ ନ୍ୟୁଜିଲାଣ୍ଡକୁ ପ୍ରଥମ ଇନିଂସରେ ଏକ ଭଲ ଭାଗୀଦାରି ଗଢ଼ିବାର ସୁଯୋଗ ମିଳିଥିଲା।

ଲାଥମ ଓ ଡେଭନ କନୱେ (୩୧) ମିଶି ୭୭ ରନର ଭାଗୀଦାରି କରିଥିଲେ। ପ୍ରଥମ ସେସନର ଶେଷ ଓଭରର ଶେଷ ବଲରେ ଡେଭନ କନୱେଙ୍କୁ ଆଉଟ କରି ଡେବ୍ୟୁଟାଣ୍ଟ ଗୁରନୂର ବରାଡ଼ ଏହି ଭାଗୀଦାରି ଭାଙ୍ଗିଥିଲେ।

ଦ୍ୱିତୀୟ ସେସନର ଆରମ୍ଭ ମଧ୍ୟ ନ୍ୟୁଜିଲାଣ୍ଡ ପାଇଁ ଠିକଠାକ୍‌ ରହିଥିଲା। ଲାଥମ (୫୯) ଅର୍ଦ୍ଧଶତକ ହାସଲ କରି ଦଳର ସ୍କୋରକୁ ୧୧୦ ରନରେ ପହଞ୍ଚାଇଥିଲେ। କିନ୍ତୁ ଏହାପରେ ଲଗାତାର ୩ ଓଭରରେ କୌଣସି ରନ ନଦେଇ ଆକାଶ ଦୀପ ଓ ଅଂଶୁଲ କମ୍ବୋଜ ୩ଟି ଉଇକେଟ୍‌ ନେଇଥିଲେ।

ଆକାଶ ଦୀପ ଭିନ୍ନ ଭିନ୍ନ ଓଭରରେ ସମାନ ଧରଣର ବଲ ପକାଇ ଲାଥମ ଓ ରଚିନ ରବୀନ୍ଦ୍ର (୦)ଙ୍କୁ ଆଉଟ କରିଥିଲେ। ସେହିପରି ଅଂଶୁଲ କମ୍ବୋଜ ହେନରୀ ନିକୋଲ୍ସ (୧୬)ଙ୍କ ଇନିଂସରେ ବ୍ରେକ ଲଗାଇଥିଲେ। କିନ୍ତୁ ୱେଲିଂଟନ ଟେଷ୍ଟର ଶେଷ ଦିନର ହିରୋ ଡାରିଲ ମିଚେଲ କ୍ରିଜରେ ଜମି ରହିଥିଲେ। ସେ ଉଊଇକେଟ୍‌ ବ୍ୟାଟର୍‌ ଟମ ବ୍ଲଣ୍ଡେଲଙ୍କ ସହ ମିଶି ୭୪ ରନ୍ର ଭାଗୀଦାରି କରିଥିଲେ।

 

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ୱଳ ଅଫତାବ: ପ୍ରଥମ ଥର ଶ୍ରୀମନ୍ଦିର ଆସି ଚତୁର୍ଦ୍ଧାମୂର୍ତ୍ତିଙ୍କୁ କଲେ ଦର୍ଶନ

ପୁରୀ,୨୭।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଭାବବିହ୍ୱଳ ହେଲେ ବଲିଉଡ୍‌ ଅଭିନେତା ତଥା ପ୍ରଯୋଜକ ଅଫତାବ ଶିବଦାସାନୀ। ପ୍ରଥମ ଥର ପାଇଁ ଶ୍ରୀକ୍ଷେତ୍ର ପୁରୀ ଆସି ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ…

ବାଲିଯାତ୍ରାରେ ଅଘଟଣ ପରେ ବଡ଼ ନିଷ୍ପତ୍ତି; ବନ୍ଦ ରହିବ ସମସ୍ତ ଦୋଳି

କଟକ,୨୭ା୧୧: କଟକ ବାଲିଯାତ୍ରାରେ ଅଘଟଣ ପରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଆଜି ବନ୍ଦ ରହିବ ସମସ୍ତ ଦୋଳି । ଗୁରୁବାର ରାମଦୋଳିରୁ ପଡ଼ି ଯୁବକଙ୍କ ମୃତ୍ୟୁ…

ମୋବାଇଲ କାହିଁକି ଫାଟେ? ଜାଣନ୍ତୁ ଏହାର କାରଣ ଓ ସତର୍କତା

ମୋବାଇଲ ଫାଟିବା ବା ସ୍କ୍ରିନ/ବ୍ୟାଟେରି ଫାଟିବା ପଛରେ ଅନେକ କାରଣ ରହିଥାଏ। ଯେପରିକି ଅତ୍ୟଧିକ ତାପ, ବ୍ୟାଟେରିର ତ୍ରୁଟି ବା ଫୁଲିଯିବା ଏବଂ ଚାପ ଭଳି କାରଣ…

ବୁମ୍‌ରାଙ୍କ ବୋଲିଂ ଆକ୍ସନରେ ବଡ଼ ପରିବର୍ତ୍ତନ! ନୂଆ ଷ୍ଟାଇଲ ଦେଖି ସମସ୍ତେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୭।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ କ୍ରାଇଷ୍ଟଚର୍ଚ୍ଚର ହେଗ୍ଲି ଓଭାଲ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚର ପ୍ରଥମ ଦିନ ଜସପ୍ରୀତ ବୁମ୍‌ରା କୌଣସି ଉଇକେଟ୍‌…

ଖସିବ ପାରଦ, ବଢ଼ିବ ଶୀତ: ଉତ୍ତର-ପଶ୍ଚିମରୁ ପ୍ରବାହିତ ହେଉଛି ଶୁଷ୍କ ଥଣ୍ଡା ବାୟୁ

ଭୁବନେଶ୍ୱର,୨୭।୧୧: ରାଜ୍ୟରେ ଆଗାମୀ ଦିନରେ ଆହୁରି ବଢ଼ିବ ଶୀତ। ଖସିବ ପାରଦ। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବାହିତ ହେଉଛି ଶୁଷ୍କ ଥଣ୍ଡା ବାୟୁ। ଏହା ସହ ଗୁରୁଚାପ…

ଦଣ୍ଡନାଚ ମାଧ୍ୟମରେ ଚାଷୀଙ୍କୁ ସଚେତନ କଲେ କଳାକାର, ସରକାରୀ ଯୋଜନାକୁ ନେଇ…

ଦାରିଙ୍ଗବାଡ଼ି,୨୭ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଆଇଟିଆଇ ପଡ଼ିଆଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରାଥମିକ ପର୍ଯ୍ୟାୟରେ…

ବଜାର ପୁଞ୍ଜିକୁ ନେଇ ଏନ୍‌ଏସ୍‌ଇ ୩ୟ ବୃହତ୍ତମ ଷ୍ଟକ୍‌ ଏକ୍ସଚେଞ୍ଜ

ମୁମ୍ବାଇ,୨୭ା୧୧:ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ବଜାର ପୁଞ୍ଜି (ମାର୍କେଟ କ୍ୟାପିଟାଲାଇଜେଶନ) ଦୃଷ୍ଟିରୁ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟକ୍‌ ଏକ୍ସଚେଞ୍ଜ ଭାବେ ମାନ୍ୟତାଲାଭ କରିଛି । ଗତ ସେପ୍ଟେମ୍ବରରେ…

୧୧ କେଭି ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସିଲେ ହାଇଓ୍ବା ଡ୍ରାଇଭର, ଚାଲିଗଲା ଜୀବନ

ପାଟଣା,୨୭ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଙ୍ଗଳପୁର-ଭୀମକୁଣ୍ଡ ରାସ୍ତାର ଡୁମୁରିବେଡ଼ା ନିକଟରେ ଶୁକ୍ରବାର ସକାଳୁ ଅଘଟଣ ଘଟିଛି। ଚିପର ଗୁଣ୍ଡ ଅନ୍‌ଲୋଡ୍‌ କରି ସାରି ଡାଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?