Posted inଖେଳ

ଅଭ୍ୟାସ ମ୍ୟାଚ୍‌ ଆରମ୍ଭ: ନିଜ ଦଳ ବିପକ୍ଷରେ ଖେଳୁଛନ୍ତି ୪ ଖେଳାଳି

ଲିସେଷ୍ଟର,୨୩।୬: ଭାରତୀୟ ଦଳ ଏବେ ଇଂଲଣ୍ଡ ଗସ୍ତରେ ଅଛି। ଏଠାରେ ଜୁଲାଇ ୧ରୁ ଇଂଲଣ୍ଡ ବିପକ୍ଷରେ ଏଜବେଷ୍ଟନରେ ଏକ ଟେଷ୍ଟ ଖେଳିବ ଭାରତ। ତା’ପରେ ଭାରତୀୟ ଦଳକୁ ୩ ମ୍ୟାଚ ବିଶିଷ୍ଟ ଟି -୨୦ ଏବଂ ଦିନିକିଆ ସିରିଜ ଖେଳାଯିବ। ଏହାପୂର୍ବରୁ, ଲିସେଷ୍ଟରଶାୟାର ବିପକ୍ଷରେ ୪ ଦିନିଆ ଅଭ୍ୟାସ ମ୍ୟାଚ ଆଜି ଅର୍ଥାତ୍‌ ଜୁନ ୨୩ଠାରୁ ଆରମ୍ଭ ହୋଇଛି।
ଲିସେଷ୍ଟରରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଲିସେଷ୍ଟରଶାୟାର ଦଳରେ ଟିମ ଇଣ୍ଡିଆର ୪ ଖେଳାଳି ଖେଳୁଛନ୍ତି। ଲିସେଷ୍ଟରଶାୟାର ଦଳ ପାଇଁ ରିଷଭ ପନ୍ତ, ଚେତେଶ୍ୱର ପୂଜାରା, ଜସପ୍ରୀତ ବୁମ୍‌ରା ଏବଂ ପ୍ରସିଦ୍ଧ କ୍ରିଷ୍ଣା ଖେଳୁଛନ୍ତି।
ମ୍ୟାଚ ଆରମ୍ଭ ହେବା ପୂର୍ବରୁ କଳାକାରମାନେ ଡ୍ରମ ବଜାଇ ଗୀତର ତାଳେ ତାଳେ ନୃତ୍ୟ କରି ଖେଳାଳିମାନଙ୍କୁ ସ୍ବାଗତ କରିଥିଲେ। ଲିସେଷ୍ଟରଶାୟାର ଦଳର ଖେଳାଳିମାନେ ପ୍ରଥମେ ଅବତରଣ କରିଥିଲେ, ସେମାନଙ୍କ ସହ ପନ୍ତ, ପୂଜାରା, ବୁମରା ମଧ୍ୟ ପଡ଼ିଆରେ ଅବତରଣ କରୁଥିବା ଦେଖାଯାଇଥିଲା। ତା’ପରେ ରୋହିତ ଶର୍ମା ଏବଂ ହନୁମା ବିହାରୀ ଓପନିଂ ପାଇଁ ବାହାରକୁ ଆସିଥିଲେ। ବିସିସିଆଇ ପକ୍ଷରୁ ସୋସିଆଲ ମିଡିଆରେ ଏହା ସହ ଜଡିତ ଏକ ଭିଡିଓ ଶେୟାର କରାଯାଇଛି।
ଏହି ମ୍ୟାଚରେ ରିଷଭ ପନ୍ତ ଲିସେଷ୍ଟରଶାୟାର ଦଳ ପାକ୍ଷରୁ ଉଇକେଟ କିପର ଦାୟିତ୍ୱ ତୁଲାଇବେ। କରୁଥିବାବେଳେ ଶ୍ରୀକର ଭାରତ ଭାରତୀୟ ଦଳ ପାଇଁ ଉଇକେଟ କିପର ଅଟନ୍ତି।
ଭାରତୀୟ ଦଳ ଗତ ବର୍ଷ ଇଂଲଣ୍ଡ ଗସ୍ତରେ ଯାଇଥିଲା। ସେଠାରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ୫ ମ୍ୟାଚ୍‌ ବିଶିଷ ଟେଷ୍ଟ ସିରିଜ୍‌ର ପଞ୍ଚମ ମ୍ୟାଚକୁ ବାତିଲ କରିବାକୁ ପଡିଥିଲା। ଏହି ଟେଷ୍ଟ ସିରିଜରେ ଭାରତୀୟ ଦଳ ୨-୧ରେ ଆଗୁଆ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?