ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ମାମଲା: ଭାସ୍କର ରାଓଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ

ରାୟଗଡ଼ା,୧୩।୧୧(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ଏସ୍‌ଡିଜେଏମ୍‌ ବର୍ଷା ଦାଶ ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ମାମଲାର ଶୁଣାଣିକରି ମଙ୍ଗଳବାର ବିଜେଡି ନେତା ଏନ୍‌. ଭାସ୍କର ରାଓଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ) ଜାରି କରିଛନ୍ତି। ଭାସ୍କରଙ୍କ ସମେତ ୟାଲା ଭେଙ୍କଟେଶ୍ୱର ରାଓ ଓରଫ୍‌ କୋଣ୍ଡାବାବୁ, କେ.କ୍ରିଷ୍ଣା ରାଓ, ଇପିଲି ସନ୍ନ୍ୟାସୀ ରାଜୁ, ଏନ୍‌. ଆଦି ନାରାୟଣା ଓ ପି.ଦିଲୀପ କୁମାରଙ୍କ ନାଁରେ ଗିରଫ ପରଓ୍ବାନା ଜାରି ହୋଇଥିବା ପ୍ରତିପକ୍ଷ ଓକିଲ ସାମୁଏଲ ତାଣ୍ଡି ସୂଚନା ଦେଇଛନ୍ତି। ଭାଗୀରଥୀଙ୍କ ହତ୍ୟା ମାମଲାକୁ ନେଇ ତାଙ୍କ ଭାଇ ଜଗନ୍ନାଥ ମାଣ୍ଡାଙ୍ଗି ଗତ ଏପ୍ରିଲରେ ରାୟଗଡ଼ା ଏସ୍‌ଡିଜେଏମ୍‌ କୋର୍ଟରେ ୧ସି.ସି. କେସ୍‌ ନଂ. ୬/୨୪ରେ ମାମଲା ରୁଜୁ କରିଥିଲେ।
୨୦୧୦ ଡିସେମ୍ବର ୧୫ରେ ଯୁବ ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗିଙ୍କୁ ହତ୍ୟା କରାଯାଇଥିବା ପରିବାରବର୍ଗ ଅଭିଯୋଗ କରିଥିଲେ। ୪ ଦିନ ପରେ ଆନ୍ଧ୍ରପ୍ରଦେଶ ତୋଟାପିଲି ଡ୍ୟାମ ନିକଟରୁ ତାଙ୍କ ଗଳିତ ମୃତଦେହ ଜବତ ହୋଇଥିଲା। ତେବେ ପରିବାରବର୍ଗ ମୃତଦେହ ଚିହ୍ନଟ କରିପାରି ନ ଥିଲେ। ମୃତଦେହର ଫଟୋ ଜାରି ହେବା ପରେ ତାହା ଭାଗୀରଥିଙ୍କର ବୋଲି ଜଣାପଡ଼ିଲା। ଅନ୍ୟପକ୍ଷେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ପରିବାରବର୍ଗ ଓ ଆଦିବାସୀ ମହାସଂଘ ରାୟଗଡ଼ା ବନ୍ଦ ପାଳନ କରିଥିଲା। ରାୟଗଡ଼ା ପୋଲିସ ଏହାର ତଦନ୍ତ କରୁଥିବା ବେଳେ ରାଜ୍ୟ ସରକାର ୨୦୧୧ ଫେବୃଆରୀରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେଇଥିଲେ। କ୍ରାଇମବ୍ରାଞ୍ଚ ଦୀର୍ଘ ବର୍ଷ ଧରି ତଦନ୍ତ କରୁଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ। କିନ୍ତୁ କ୍ରାଇମବ୍ରାଞ୍ଚ ଏହି ଘଟଣାର ସମ୍ପୂର୍ଣ୍ଣ ରିପୋର୍ଟ ତତ୍କାଳୀନ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲା। କ୍ରାଇମବ୍ରାଞ୍ଚର ତଦନ୍ତରେ ପରିବାରବର୍ଗ ଓ ଆଦିବାସୀ ମହାସଂଘ ସନ୍ତୁଷ୍ଟ ନ ହୋଇ ବିଭିନ୍ନ ସମୟରେ ସିବିଆଇ ତଦନ୍ତ ଦାବି କରିବା ସହ ଆନ୍ଦୋଳନ କରୁଥିଲେ। ୬ ଜଣଙ୍କ ନାଁରେ ୱାରେଣ୍ଟ ଜାରି ପରେ ଆଦିବାସୀ ସଂଘ ନ୍ୟାୟ ପାଇଁ ଲଢ଼େଇରେ ବିଜୟୀ ହୋଇଥିବା ଆଦିବାସୀ ନେତା ବସନ୍ତ ଉଲାକା ଓ ଜଗନ୍ନାଥ ମାଣ୍ଡାଙ୍ଗି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ! ୧୭ ଅଗଷ୍ଟ ପର୍ଯ୍ୟନ୍ତ ରହିବନି କୌଣସି ପ୍ରକାରର ଟେନସନ, ୩ ରାଶିରେ ଟଙ୍କା ବର୍ଷା…

ଗ୍ରହରାଜ ସୂର୍ଯ୍ୟଦେବ, ଅଶ୍ଲେଷା ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଯାହାର ସ୍ୱାମୀ ନିଜେ ସ୍ୱୟଂ ବୁଧ ଦେବ ଅଟନ୍ତି । ଏହି ନକ୍ଷତ୍ରରେ ସୂର୍ଯ୍ୟ ଦେବ…

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଯୁଗ୍ମ ରାଜ୍ୟ ସମ୍ପାଦକ ହେଲେ କର୍ଣ୍ଣରାଜ

ଅମରପାଲି, ୬ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମର କର୍ଣ୍ଣରାଜ ପଧାନ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ଯୁଗ୍ମ ରାଜ୍ୟ ସମ୍ପାଦକ…

ବିଜେଡି, କଂଗ୍ରେସ ପୋଛିନେଲେ ସମସ୍ତ ୧୧ ଆସନ: ନିର୍ବାଚନରୁ ଦୁରେଇ ରହିଲା ଭାଜପା

ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଯୋଜନା କମିଟିରେ ଖାଲିଥିବା ୧୧ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜିଲାର ନିର୍ବାଚିତ ଜିଲା ପରିଷଦ ସଭ୍ୟାସଭ୍ୟ ଏହି ନିର୍ବାଚନରେ…

ଗ୍ରୀକ୍‌ ଓ ଭାରତୀୟ ନାଟ୍ୟକଳାରେ ବିବିଧତା

ଚୀନ ଗ୍ରୀସ୍‌ ଓ ଭାରତର ନାଟ୍ୟକଳା ଭଳି ଦୁଇଟି ମହାନ୍‌ ଶାସ୍ତ୍ରୀୟ ପରମ୍ପରା ମାଧ୍ୟମରେ ନାଟ୍ୟକଳାର ଇତିହାସ ପ୍ରାୟତଃ ବର୍ଣ୍ଣନା କରାଯାଏ। ଉଭୟ ପରମ୍ପରା କାହାଣୀ, ଅଭିନୟ,…

ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସୋନମ ୱାଙ୍ଗଚୁକ, କହିଲେ- ସେଦିନ ରାତିରେ…

ନୂଆଦିଲ୍ଲୀ,୬।୮: NEET ପେପର ଲିକ ଘଟଣା ଏବଂ ଛାତ୍ରୀଛାତ୍ରଙ୍କ ପ୍ରତିବାଦକୁ ସମର୍ଥନ କରି ୨୬ ଦିନ ଧରି ଅନଶନ କରିଥିବା ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ନିଜର…

ଚନ୍ଦ୍ରରେ ପ୍ରଥମେ ପାଦ ଥାପିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ଘର ବିକ୍ରି ହେବ

ୱାପାକୋନେଟା, ଓହିୟୋ, ୬ା୮ (ଏ.ପି.): ଚନ୍ଦ୍ରପୃଷ୍ଠରେ ପ୍ରଥମ ମାନବ ଭାବେ ପାଦ ଥାପି ଇତିହାସ ରଚିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ସ୍ବପ୍ନ ଓ ଉଡ଼ାଣର ମୂଳଦୁଆ ପଡ଼ିଥିବା…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୦୦୦କୁ ବୃଦ୍ଧି ପାଇବ ଡାକ୍ତରୀ ସିଟ୍‌

ଭୁବନେଶ୍ୱର, ୬ା୮(ରବିନାରାୟଣ ଜେନା): ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟତ୍ତର କରିବା ଏବଂ ଡାକ୍ତର ଅଭାବ ପୂରଣ କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଭାଜପା ସରକାର…

ଶ୍ରୀମନ୍ଦିର ପ୍ରଶାସନ ନାଁରେ ନକଲି ନିଯୁକ୍ତିପତ୍ର ଭାଇରାଲ

ପୁରୀ,୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ ନାଁରେ ଏକ ନକଲି ନିଯୁକ୍ତିପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ପୁରୀ ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri