Posted inଜାତୀୟ

ପବ୍‌ଜି ପରେ ପ୍ଲେ-ଷ୍ଟୋରରୁ ହଟିଲା ବିଜିଏମ୍‌ଆଇ ଗେମ୍‌

ନୂଆଦିଲ୍ଲୀ,୨୭।୭: ମୋବାଇଲ୍‌ରେ ଅନ୍‌ଲାଇନ୍‌ ଗେମ୍‌ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମଲ୍ଟିପ୍ଲେୟାର ଯୁଦ୍ଧ ମୋବାଇଲ ଗେମ୍‌ ବ୍ୟାଟଲଗ୍ରାଉଣ୍ଡ ମୋବାଇଲ ଇଣ୍ଡିଆ(ବିଜିଏମ୍‌ଆଇ) ଏବେ ଗୁଗୁଲ ପ୍ଲେ-ଷ୍ଟୋର ଏବଂ ଆପଲ ଆପ୍‌ ଷ୍ଟୋରରୁ ହଟିଛି। ଏହାକୁ ଏବେ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ବ୍ୟବହାରକାରୀମାନେ ଏହାକୁ ନିଜ ସ୍ମାର୍ଟଫୋନରେ ଆଉ ଡାଉନଲୋଡ କରିପାରିବେ ନାହିଁ। ସୂଚନାଯୋଗ୍ୟ, ପବ୍‌ଜି ମୋବାଇଲ ଇଣ୍ଡିଆ ଭାରତରେ ନିଷେଧ ହେବା ପରେ ଏହାକୁ ଲଞ୍ଚ କରାଯାଇଥିଲା। ଗୁଗୁଲ ପ୍ଲେ-ଷ୍ଟୋର ଏବଂ ଆପଲ ଆପ୍‌ ଷ୍ଟୋରରୁ ଏହି ଆପ୍‌ ହଟିବା ପରେ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। କମ୍ପାନୀ ଏହାକୁ କୌଣସି ବଡ଼ ପରିବର୍ତ୍ତନ କରି ମାର୍କେଟକୁ ଆଣିବ କିମ୍ବା ପବ୍‌ଜି ଭଳି ଏହାକୁ ମଧ୍ୟ ଭାରତରେ ପ୍ରତିବନ୍ଧକ ଲଗାଯାଇଛି। ସେନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଯଦିଓ ଏହା ତୃତୀୟ ପକ୍ଷ ଏପିକେ ୱେବସାଇଟରୁ ଆଣ୍ଡ୍ରଏଡ୍‌ରେ ଡାଉନଲୋଡ ହୋଇପାରିବ। କିନ୍ତୁ ଏହାକୁ ଆଇଫୋନ୍‌ରେ କୌଣସି ପ୍ରକାରେ ଡାଉନଲୋଡ କରାଯାଇପାରିବ ନାହିଁ। ସୂଚନା ମୁତାବକ, ପବ୍‌ଜି ଓ ବିଜିଏମ୍‌ଆଇ ଏହି ଦୁଇଟି ଗେମ୍‌ ଦକ୍ଷିଣ କୋରିଆ କମ୍ପାନୀ କ୍ରାଫ୍ଟନ୍‌ ଆଇଏନ୍‌ସିର ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଟ୍ୟୁବ ଭିଡିଓ ଦେଖି ସନ୍ତାନ ଜନ୍ମ ଦେଲେ ୧୭ ବର୍ଷର ନାବାଳିକା

ଥିରୁଭାନନ୍ତପୁରମ,୨୮।୧୦: ୟୁଟ୍ୟୁବ ଭିଡିଓ ଦେଖି ଜଣେ ନାବାଳିକା ଘରେ ସନ୍ତାନ ଜନ୍ମ କରିଛନ୍ତି। ଏଭଳି ଏକ ଘଟଣା ଘଟିଛି କେରଳର ମଲ୍ଲାପୁରମ ଜିଲାରେ। ୧୭ ବର୍ଷର...

କାଉଡ଼ି ଯାତ୍ରାକୁ ନେଇ ଚିନ୍ତା ପ୍ରକଟ କଲା ଆଇଏମ୍‌ଏ

ଡେରାଡୁନ,୧୩।୭: ଜୁଲାଇ ୨୫ରୁ ଆରମ୍ଭ ହେବାକୁ ଥିବା କାଉଡି ଯାତ୍ରାକୁ ଅନୁମତି ଦେବା ପାଇଁ ଉତ୍ତରାଖଣ୍ଡ ସରକାର ବିଚାର କରୁଛନ୍ତି। ଇତିମଧ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ...

ମୋଦିଙ୍କ ମନ୍ତ୍ରିମଣ୍ଡଳର ଏହି ମନ୍ତ୍ରୀ ଶପଥ ନେବାକୁ ଆସିବା ମାତ୍ରେ ତାଳିରେ କମ୍ପିଲା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, ୩୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଜଣେ ପରେ ଜଣେ ଶପଥ ନେଇଥିଲେ।...

ଏସପି ସହ ମେଣ୍ଟ କରିବା ବଡ ଭୁଲ: ମାୟାବତୀ

ଲକ୍ଷ୍ନୌ, ୨୪।୬: ଲୋକ ସଭା ନିର୍ବାଚନ ପରେ ସମାଜବାଦୀ ପାର୍ଟୀ(ଏସପି)ଏବଂ ବହୁଜନ ସମାଜ ପାର୍ଟି(ବିଏସପି)ମଧ୍ୟରେ ପୁଣି ଲଢେଇ ଆରମ୍ଭ ହୋଇଯାଇଛି। ଦୁଇ ଦଳ ଏକାଠି ହୋଇ...

ପ୍ରଖ୍ୟାତ ଅଭିନେତା ଶ୍ରୀରାମ ଲାଗୁଙ୍କ ପରଲୋକ

ନୂଆଦିଲ୍ଲୀ,୧୮।୧୨:ବଲିଉଡର ପ୍ରଖ୍ୟାତ ଅଭିନେତା ଶ୍ରୀରାମ ଲାଗୁଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ଘଟିଛି। ତାଙ୍କୁ ୯୨ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ପୁନେସ୍ଥିତ...

ବିଦେଶ ଫେରନ୍ତାଙ୍କ ପାଇଁ ଜାରି ହେଲା ନୂଆ ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ,୨୨।୧୨: କରୋନାର ନୂଆ ଭାରିଆଣ୍ଟ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଗୁରୁବାର ବିଦେଶ ଫେରନ୍ତାଙ୍କ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛି।...

ୟୁପି ବିଧାନସଭାରେ ନମାଜ, ବିହାର ବିଧାନସଭାରେ ହନୁମାନ ଚାଳିଶା ପାଠକୁ ନେଇ କୋଠରି ଦାବି କଲେ ନେତା

କାନପୁର/ପାଟନା,୭ ।୯: ଝାଡଖଣ୍ଡ ବିଧାନସଭାରେ ନମାଜ ପଢିବାକୁ କୋଠରି ଆଲର୍ଟ କରିବା ବିବାଦ ଜାରି ରହିଛି । ଏମିତି ବିବାଦ ଏବେ ଉତ୍ତର ପ୍ରଦେଶ ଓ...

ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମ ଲେଖାଇବେ ରାଜୌରିର ପ୍ରଥମ ଛାତ୍ରୀ

ରାଜୌରି,୨୬।୮: ଜମ୍ମୁ-କଶ୍ମୀରର ରାଜୌରି ଜିଲାରେ ଇରମିମ ଶମିମ ନାମକ ଜଣେ ଛାତ୍ରୀ ପ୍ରଥମ କରି ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌ (ଏମ୍ସ)ରେ ଏମ୍‌ବିବିଏସ୍‌...

Advertisement
Archives

Model This Week