ବେୱଫା ଚା’ ବାଲା: ପ୍ରେମରେ ଧୋକା ଖାଇଥିବା ଲୋକଙ୍କୁ କମ ଦାମରେ ଚା’…

ରାୟପୁର, ୪।୯ : ଆମେ ଏମ୍‌ବିଏ ଚା’ ବାଲା, ଗ୍ରାଜୁଏଟ ଚା’ ବାଲା, ଏମଏସ୍‌ସି ଚା’ ବାଲାଙ୍କ ବିଷୟରେ ତ ଶୁଣିଛେ। କିନ୍ତୁ ଛତିଶଗଡର ବାଲୋଦାବଜାର ରାସ୍ତାରେ ଏପରି ଏକ ଚା’ ଦୋକାନ ଅଛି, ଯାହା ଯୁବବର୍ଗମାନଙ୍କ ପାଇଁ ଏକ ବିଶେଷ ପସନ୍ଦ ପାଲଟିଛି। ଚା’ ଦୋକାନର ନା ହେଉଛି ବେୱଫା ଚା’ ବାଲା । ବିଶେଷ କଥା ହେଉଛି ପ୍ରେମୀ ଯୋଡା ଏବଂ ପ୍ରେମରେ ଧୋକା ଖାଇ ପ୍ରତାରିତ ହୋଇଥିବା ଲୋକମାନଙ୍କ ପାଇଁ ଏଠାରେ ଚା’ର ଦାମ ଭିନ୍ନ ଅଟେ ।

ଏଭଳି ଲୋକଙ୍କୁ ଏଠାରେ କମ୍‌ ଦାମ୍‌ରେ ଚା’ ମିଳିଥାଏ। ଦୋକାନର ମାଲିକ କମଲେଶ ଧୃତଲହେର କହିଛନ୍ତି ଯେ ସେ ମଧ୍ୟ ତାଙ୍କ ଗର୍ଲଫ୍ରେଣ୍ଡକୁ ବହୁତ ଭଲ ପାଉଥିଲେ। କିନ୍ତୁ ଏବେ ସେ ଧୋକା ଖାଇଛନ୍ତି। ତାଙ୍କ ହୃଦୟ ଦୁଃଖରେ ଭାଙ୍ଗିଯାଇଛି। ଶେଷ ସେ ଏଭଳି ଏକ ଚା ଦୋକାନ ଖୋଲିବାକୁ ସ୍ଥିର କଲେ ଏବଂ ଦୋକାନର ନାମ ବେୱଫା ଚା ବାଲା ରଖିଲେ।

ପ୍ରେମରେ ପ୍ରତାରିତ ହୋଇଥିବା ଲୋକମାନଙ୍କୁ ଦୋକାନରେ ରିହାତି ଦିଆଯାଇଥାଏ। ସେଭଳି ଲୋକଙ୍କୁ ଚା’ ଦାମ୍‌ରେ ୫ ଟଙ୍କା ରିହାତି ମିଳିଥାଏ। ଦୋକାନରେ ପ୍ରେମୀମାନଙ୍କ ପାଇଁ ଚା’ର ଦାମ୍‌ ୧୫ ଟଙ୍କା ଏବଂ ଯେଉଁମାନେ ପ୍ରେମରେ ପ୍ରତାରିତ ହୋଇଛନ୍ତି ସେମାନଙ୍କ ପାଇଁ ଏହା ୧୦ ଟଙ୍କା। ଚା’ ପିଇବାକୁ ପ୍ରତିଦିନ କମଲୋଙ୍କ ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ।

କମଲେଶଙ୍କ ପ୍ରେମିକା ତାଙ୍କୁ ୨ ବର୍ଷ ତଳେ ପ୍ରତାରଣା କରିଥିଲେ। ସେ ଦୁଃଖରେ ଭାଙ୍ଗିପଡ଼ିଲେ। ତେବେ ସେ ଏଭଳି ଏକ ନିଆରା ଚା’ ଦେକାନ ଖୋଲିଲେ। କମଲେଶ କୁହନ୍ତି ମୁଁ ପ୍ରେମରୁ ନୂଆ ଶିକ୍ଷା ଲାଭ କରିଛି। ମାତ୍ର ଏହା ମତେ ରୋଜଗାର ବି ଯୋଗାଇ ଦେଇଛି। ମୁଁ ଆଜି ଯେ କୌଣସି ପରିସ୍ଥିତିରେ ଅଛି, ବହୁତ ଖୁସିରେ ରହିଛି।

କମଲେଶ କହିଛନ୍ତି ଯେ ଦୋକାନର ବିଭିନ୍ନ ନାମ ଶୁଣିବା ପରେ ଚା’ ପିଉଥିବା ଲୋକଙ୍କ ଭିଡ ଜମା ହେବାରେ ଲାଗିଛି। ତାଙ୍କର ଦୈନିକ ରୋଜଗାର ୫୦୦ ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କରତାରପୁର କରିଡର: ଓ୍ବାଘା ପହଞ୍ଚିଲେ ଭାରତୀୟ ପ୍ରତିନିଧିମଣ୍ଡଳ

ଓ୍ବାଘା,୧୪।୭: କରତାରପୁର କରିଡର ସହ ସଂମ୍ପୃକ୍ତ ଯାନ୍ତ୍ରୀକ ତଥା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ରବିବାର ପାକିସ୍ତାନ ଓ ଭାରତୀୟ ପ୍ରତିନିଧିଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ...

ସ୍ତ୍ରୀ ଜିନ୍ସ ନ ପିନ୍ଧିବାରୁ ଏମିତି ପଦକ୍ଷେପ ନେଲେ ସ୍ବାମୀ

ମିରୁଟ, ୨୪।୧୨: ଉତ୍ତରପ୍ରଦେଶର ମିରୁଟରେ ଏକ ଅଭାବନୀୟ ଘଟଣା ଘଯିଛି। ସ୍ତ୍ରୀ ଜିନ୍ସ ପିନ୍ଧି ଡ୍ୟାନ୍ସ ନ କରିବାରୁ ତାଙ୍କୁ ତଲାକ ଦେଇଛନ୍ତି ସ୍ବାମୀ। କେବଳ...

ବିନା ଯୁଦ୍ଧରେ ଏକ ବର୍ଷ ମଧ୍ୟରେ ଭାରତକୁ ମିଳିଯିବ ପିଓକେ: ସତ୍ୟପାଲ୍‌ ମଲିକ୍‌

ଶ୍ରୀନଗର,୧୯।୯: ବିନା ଯୁଦ୍ଧରେ ଭାରତକୁ ଏକ ବର୍ଷ ମଧ୍ୟରେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ମିଳିଯିବ। ଏନେଇ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ୍‌ ଏକ ଯୋଜନା ସମ୍ପର୍କରେ...

ଜୀବନକୁ ବାଜି ଲଗାଇ କୁକୁରଛୁଆକୁ ବଞ୍ଚାଇଲେ ବ୍ୟକ୍ତି, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ହାରିଲେ ମାଳବିକା

ଚଣ୍ଡିଗଡ଼,୧୦ ।୩: ପଞ୍ଜାବ ବିଧାନସଭା ନିର୍ବାଚନର ଫଳାଫଳ ଧିରେ ଧିରେ ସମ୍ନାକୁ ଆସିବାରେ ଲାଗିଛି । ଏଠାରେ କଂଗ୍ରେସ ଶାସନ ଥିବା ସତ୍ତ୍ୱେ ଏଥର କିନ୍ତୁ...

ସିଏଏ ନେଇ କେନ୍ଦ୍ର ସରକାରଙ୍କ ମନମୁଖୀ କାର୍ଯ୍ୟ, ୬ ଧର୍ମ ସାମିଲ-ମୁସଲମାନ ବାହାର : ଡିଏମ୍‌କେ…

ନୂଆଦିଲ୍ଲୀ,୩୦।୧୧ : ତାମିଲନାଡୁର ଶାସକ ଦଳ ଡିଏମକେ ସୁପ୍ରିମକୋର୍ଟରେ ସିଏଏକୁ ଚ୍ୟାଲେଞ୍ଜ କରିଛି। ଏହାର ଆବେଦନରେ ଡିଏମକେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଛନ୍ତି ଯେ ନାଗରିକତ୍ୱ ସଂଶୋଧନ...

ହେମନ୍ତ ହେଲେ ମୁମ୍ବାଇ ପୋଲିସର ନୂତନ କମିଶନର

ମୁମ୍ବାଇ,୧୭।୩: ମୁମ୍ବାଇ ସ୍ଥିତ ମୁକେଶ ଅମ୍ବାନୀଙ୍କ ଘର ଆଗରୁ ବିସ୍ଫୋରକ ଭର୍ତ୍ତି ଗାଡି ଜବତ ହେବା ଘଟଣାରେ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ସଚିନ ବାଜେ ଗିରଫ ହେବା...

ଅନୀଲ ଦେଶମୁଖଙ୍କୁ ଜାମିନ, ୧୩ ମାସ ପରେ ବି ମୁକୁଳିବା ଆଶା ନୋହିଲା, ରହିବେ ଜେଲରେ…

ମୁମ୍ବାଇ,୧୨।୧୨ : କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ୱାରା ଦାଖଲ ହୋଇଥିବା ଦୁର୍ନୀତି ମାମଲାରେ ସୋମବାର ବମ୍ବେ ହାଇକୋର୍ଟ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ...

Advertisement
Archives

Model This Week