ନ କହିବା ଭଲ

କେନ୍ଦ୍ର ସରକାର ୬ ଏପ୍ରିଲ ୨୦୨୩ରେ ଅନ୍‌ଲାଇନ ମିଡିଆକୁ ନେଇ ନୂଆ ଆଇନ ପାସ୍‌ କରିଥିଲେ। ସରକାରଙ୍କ ସମ୍ପର୍କିତ ନକଲି କିମ୍ବା ଭୁଲ୍‌ ଅବା ଭ୍ରମ ସୃଷ୍ଟିକାରୀ ଅନ୍‌ଲାଇନ ବିଷୟବସ୍ତୁ ଚିହ୍ନଟ କରିବା ପାଇଁ ଏଥିରେ ପ୍ରାବଧାନ ଅଛି। ସରକାରଙ୍କ ଦ୍ୱାରା ଗଠିତ ଏକ ‘ଫ୍ୟାକ୍ଟ ଚେକ୍‌ ୟୁନିଟ୍‌’ ଏହା କରିବା ସହ ଭୁଲ୍‌, ଅବୈଧ କିମ୍ବା ନକଲି ବିଷୟବସ୍ତୁଗୁଡ଼ିକୁ ହଟାଇ ଦେବା ଲାଗି ସୋସିଆଲ ମିଡିଆ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେବ ବୋଲି ଏଥିରେ କୁହାଯାଇଛି। ଏହା ନିଶ୍ଚିତ କରେ ଯେ, ଭୁଲ୍‌ କିମ୍ବା ଭ୍ରମାମତ୍କ ନ୍ୟୁଜଗୁଡ଼ିକୁ ଚିହ୍ନଟ କରି ହଟାଇବା କେବଳ ସରକାରଙ୍କ ଉପରେ ନିର୍ଭର କରେ। ଏଭଳି ବିଷୟବସ୍ତୁକୁ ହଟାଇ ନେବା ଲାଗି ସୋସିଆଲ ମିଡିଆ ଉପରେ ଚାପ ପ୍ରୟୋଗ କରିବା କିମ୍ବା କାର୍ଯ୍ୟାନୁଷ୍ଠାନ ନେବା ଲାଗି ଉକ୍ତ ଆଇନ ସରକାରଙ୍କୁ ଅଧିକାର ଦେଲା। ଏହା ଉପରେ ଭାରତର ସ୍ବାଧୀନ ଡିଜିଟାଲ ସଂସ୍ଥା ଦି ଇଣ୍ଟର୍‌ନେଟ ଫ୍ରିଡମ୍‌ ଫାଉଣ୍ଡେଶନ କହିଛି ଯେ, ଅନ୍‌ଲାଇନ ବିଷୟବସ୍ତୁର ସତ୍ୟାସତ୍ୟ ନିର୍ଦ୍ଧାରଣ କରିବା ପାଇଁ କୌଣସି ୟୁନିଟ୍‌କୁ ଦାୟିତ୍ୱ ଦେବା ଭଳି ସରକାରଙ୍କର ସ୍ବେଚ୍ଛାଚାରିତା ତଥା ବ୍ୟାପକ କ୍ଷମତା ସ୍ବାଭାବିକ ନ୍ୟାୟିକ ସିଦ୍ଧାନ୍ତଗୁଡ଼ିକୁ ଅଣଦେଖା କରିବ। ଏଣୁ ସରକାରଙ୍କ ଏଭଳି ନିଷ୍ପତ୍ତି ଅସାମ୍ବିଧାନିକ। ଏହିସବୁ ସଂଶୋଧିତ ଆଇନର ଅଧିସୂଚନା ସହିତ ବାକ୍‌ ଏବଂ ଅଭିବ୍ୟକ୍ତିର ସ୍ବାଧୀନତା ସମ୍ପର୍କିତ ବୈଧ ଅଧିକାରର ସମ୍ବନ୍ଧ ଅଛି। ଦି ଏଡିଟର୍ସ ଗୁଇଲ୍ଡ ଅଫ୍‌ ଇଣ୍ଡିଆ ଏଥିରେ ଅତ୍ୟଧିକ ଅସନ୍ତୁଷ୍ଟ ପ୍ରକାଶ କରି କହିଲା ଯେ, ଏଭଳି ସଂଶୋଧିତ ଆଇନରେ ଫ୍ୟାକ୍ଟ ଚେକିଂ ୟୁନିଟ୍‌ ପାଇଁ ଶାସକୀୟ ସଞ୍ଚାଳନ ବ୍ୟବସ୍ଥା କ’ଣ ରହିବ ସେ ସମ୍ପର୍କରେ କୌଣସି ସୂଚନା ନାହିଁ। ଯଦି ସରକାର ଭୁଲ୍‌ କିମ୍ବା ନକଲି ବିଷୟ ପ୍ରସାରଣ କରୁଥିବା ସୋସିଆଲ ମିଡିଆକୁ ଠାବ କଲେ ସେକ୍ଷେତ୍ରରେ ନ୍ୟାୟିକ ସମୀକ୍ଷା କିମ୍ବା ଅପିଲ କରିବାର ଅଧିକାର କ’ଣ ରହିବ ତା’ ଉପରେ କିଛି ସୂଚନା ଦିଆଯାଇ ନାହିଁ। ଏସବୁ ଆମ ସ୍ବାଭାବିକ ନ୍ୟାୟିକ ବିଚାରଧାରାଗୁଡ଼ିକୁ ବିରୋଧ କରେ ଏବଂ ଏହା ଗଣମାଧ୍ୟମର ପ୍ରସାରଣକୁ ବିରୋଧ କରିବା ଭଳି କାର୍ଯ୍ୟ ବୋଲି ପ୍ରକାଶ କରିଥିଲା। ବୁଝିବାକୁ ହେବ ଯେ, ବିଶେଷକରି ସ୍ବାଧୀନ ଓ୍ବେବ୍‌ସାଇଟ୍‌ଗୁଡ଼ିକ ସରକାରଙ୍କ ଟାର୍ଗେଟ୍‌ରେ ଅଛନ୍ତି।
ଏକ ନିର୍ଦ୍ଦିଷ୍ଟ ବିଷୟ କିମ୍ବା ପୃଷ୍ଠଭୂମିକୁ ଆଧାର କରି ନୂଆ ଆଇନଗୁଡ଼ିକ ସାମ୍ନାକୁ ଆସିଛି। ଗତ କିଛିବର୍ଷ ହେଲା ଇଣ୍ଟର୍‌ନେଟ ବନ୍ଦ କରିବାରେ ବିଶ୍ୱରେ ସବୁଠୁ ଆଗରେ ଅଛି ଭାରତ। ଭାରତରେ ୨୦୧୪ରେ ୬ ଥର, ୨୦୧୫ରେ ୧୪, ୨୦୧୬ରେ ୩୧, ୨୦୧୭ରେ ୭୯, ୨୦୧୮ରେ ୧୩୪, ୨୦୧୯ରେ ୧୨୧, ୨୦୨୦ରେ ୧୦୯, ୨୦୨୧ରେ ୧୦୬ ଏବଂ ୨୦୨୨ରେ ୮୪ଥର ଇଣ୍ଟର୍‌ନେଟ ବନ୍ଦ କରାଯାଇଥିଲା। ୨୦୧୯ରେ ବିଶ୍ୱରେ ମୋଟ ୨୧୩ଥର ଇଣ୍ଟର୍‌ନେଟ ବନ୍ଦ କରାଯାଇଥିଲାବେଳେ ଏହାର ୫୬% ହୋଇଥିଲା ଭାରତରେ। ୨୦୨୦ରେ ଏହା ୧୫୫ଥର ବନ୍ଦ କରାଯାଇଥିବାବେଳେ ଭାରତରେ ବନ୍ଦ ହାର ଥିଲା ତାହାର ୭୦%। ଏପରିକି ଲୋକ କିମ୍ବା ରୋଗୀଙ୍କୁ ଟେଲି ମେଡିସିନ ପାଇବା ଓ ମହାମାରୀ ସମୟରେ ପିଲାଙ୍କୁ ଅନ୍‌ଲାଇନ ଶିକ୍ଷା ଲାଭ କରିବାରୁ ବଞ୍ଚତ୍ତ କରାଯାଇଛି। କଶ୍ମୀରରେ ୧୭ ମାସ ଇଣ୍ଟର୍‌ନେଟ ଉପରେ ପ୍ରତିବନ୍ଧକ ଲଗାଗଲା ଓ ପରେ ଶଟ୍‌ଡାଉନ କରି ଦିଲ୍ଲୀ ବାହାରେ କୃଷକ ଆନ୍ଦୋଳନକୁ ଟାର୍ଗେଟ୍‌ କରାଗଲା। କିନ୍ତୁ ଏହା ଏବେ ସବୁଠି ଏକ ସାଧାରଣ କଥା ହୋଇଯାଇଛି। ନିକଟରେ ଭାରତ ସରକାରଙ୍କ ଦ୍ୱାରା ପଞ୍ଜାବର ଅଧିକାଂଶ ଲୋକଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ଏପରି କି ବିବିସିର ପଞ୍ଜାବ ସେବାକୁ କିଛି ସମୟ ପାଇଁ ରୋକା ଯାଇଥିଲା। ଯେଉଁ ଗଣତନ୍ତ୍ରରେ ବାକ୍‌ ସ୍ବାଧୀନତା ଏକ ମୌଳିକ ଅଧିକାର ସେଠାରେ ଏସବୁ ଘଟିବା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ। ନୂତନ ଭାରତରେ ଯେଉଁମାନେ ସରକାରଙ୍କ ସହ ଅସହମତ ସେମାନଙ୍କୁ ନୂଆ ତଥା ଅଭିନବ ବ୍ୟବସ୍ଥା ମାଧ୍ୟମରେ ସବୁବେଳେ ଟାର୍ଗେଟ କରାଯାଉଛି। ଅପରାଧ ଆଇନର ଦୁର୍ବ୍ୟବହାର ଏବଂ ଭିଡ଼ ହିଂସାର ଭୟ ବାକ୍‌ ସ୍ବାଧୀନତାର ସମ୍ପୂର୍ଣ୍ଣ କଣ୍ଠରୋଧ କରିଛି। କିଛି ନିର୍ଦ୍ଦିଷ୍ଟ ବିଷୟରେ ଜଣେ କହିଲେ ସମସ୍ୟାରେ ପଡୁଛନ୍ତି। ସରକାର ତାଙ୍କ ବିରୋଧରେ ଅପରାଧ ମାମଲା ରୁଜୁ କରୁଛନ୍ତି, ଅନ୍ୟମାନେ ବି ଏଫ୍‌ଆଇଆର୍‌ ଦାଏର କରୁଛନ୍ତି। ଏଣୁ ସତ ହୋଇଥିଲେ ସମସ୍ୟା ସମ୍ପର୍କରେ ଲୋକେ ନ କହି ତା’ଠାରୁ ଦୂରେଇ ରହିବା ସବୁଠୁ ଭଲ ବୋଲି ଭାବୁଛନ୍ତି।
ସମାଲୋଚକ ଏବଂ ବିରୋଧୀଙ୍କ କାର୍ଯ୍ୟ ଉପରେ ସରକାରଙ୍କର କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉଛି ଏକ ପ୍ରତିରୋଧକ ବ୍ୟବସ୍ଥା। ଏଭଳି କାର୍ଯ୍ୟାନୁଷ୍ଠାନ ଅନ୍ୟମାନଙ୍କୁ ସମାନ କାର୍ଯ୍ୟ କରିବାରୁ ବିରତ କରିବ ଏବଂ ଯେଉଁମାନେ କିଛି କହିବାକୁ ଚାହୁଁଛନ୍ତି ସେମାନଙ୍କୁ ରୋକିବ। ଭାରତରେ ଅଧିକାଂଶ କ୍ଷେତ୍ରରେ ମୁଖ୍ୟ ଧାରାର ମିଡିଆକୁ ଧମକାଇବା ଆବଶ୍ୟକ ପଡ଼ୁନାହିଁ, କାରଣ ସେମାନେ ସରକାରଙ୍କ ଉପରେ ଲାଇସେନ୍ସ ଓ ବିଜ୍ଞାପନ ପାଇଁ ନିର୍ଭରଶୀଳ। ଅଧିକାଂଶ ମିଡିଆ ମାଲିକାନାରେ କର୍ପୋରେଟର ଅଂଶୀଦାର ଥିବା ଯୋଗୁ ସେମାନେ ସରକାର ପ୍ରତି ସମସ୍ୟା ସୃଷ୍ଟି ନ କରି ଯାହା ଚାହଁୁଛନ୍ତି ତାହା କରୁଛନ୍ତି। କିନ୍ତୁ ଭାରତରେ ସୋସିଆଲ ମିଡିଆ ୟୁଜର୍‌ମାନେ ଏହି ସମାନ ବିଷୟ କରିନାହାନ୍ତି। ସେଥିପାଇଁ ନୂଆ ଆଇଟି ନିୟମରେ ସେମାନଙ୍କ ପ୍ରତି ଯେଉଁସବୁ ସମସ୍ୟା ସୃଷ୍ଟି କରାଯାଇଛି, ତାହା ଉପରେ ଦୃଷ୍ଟି ଆକର୍ଷଣ କରାଯିବା ଦରକାର। ଏବେ ଟୁଇଟରକୁ ବାର୍ଷିକ ହଜାର ସଂଖ୍ୟକ ଟେକ୍‌ଡାଉନ ନୋଟିସ ଜାରି କରାଯାଉଛି। ଶାସକ ଦଳରେ କିମ୍ବା ଏହା ସହ ଜଡ଼ିତ ଥିବା ଲୋକଙ୍କ ଦ୍ୱାରା ଘୃଣା ମନ୍ତବ୍ୟ ପୋଷ୍ଟ କରାଗଲେ ତାହାର ସତ୍ୟାସତ୍ୟ ପରଖିବା ବଦଳରେ ହଟାଇ ଦିଆଯାଉଛି। ଏ ବିଷୟରେ ଲେଖିବା ଓ ଆଲୋଚନା କରିବା ଗୁରୁତ୍ୱପୂର୍ଣ୍ଣ କାରଣ ନୂଆ ନିୟମକୁ ସାଙ୍ଗରେ ନେଇ ସରକାର ସମସ୍ୟାକୁ ଆହୁରି ବଢ଼ାଇବାକୁ ସ୍ଥିର କରିଛନ୍ତି। ତେବେ ବାସ୍ତବ ଗଣତନ୍ତ୍ର ନ ଥିବା ଏକ ଦେଶରେ ସରକାର କ’ଣ ତାଙ୍କ ସମ୍ପର୍କରେ ଯେଉଁ ରିପୋର୍ଟ କରାଯାଉଛି ସେଥିତ୍ରେ କେଉଁଟି ସତ ଏବଂ ଭ୍ରମାମତ୍କ ତାହା ନିଶ୍ଚିତ କରିବାକୁ ନିଜକୁ ସଶକ୍ତ କରିପାରିବେ ତ।

  • ଆକାର ପଟେଲ
  • Email:aakar.patel@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଦ୍ୱାରା ପ୍ରସାଦରୁ ପାଓ୍ବାର ଉତ୍ପାଦନ କରାଯାଇଛି । ଲାଲବାଗ୍‌ଚା ବାଗ୍‌ରେ ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ବର୍ଜ୍ୟ ଭାବେ ୩୦ ଟନ…

ଓଡ଼ିଶା ନିନ୍ଦିତ ନ ହେଉ

ଅତୀତରେ କଳିଙ୍ଗ ନିଜର ସାହସ ଓ ସମୃଦ୍ଧି ପାଇଁ ସମଗ୍ର ବିଶ୍ୱରେ ପରିଚିତ ଥିଲା। ସେଥିପାଇଁ ମୌର୍ଯ୍ୟ ସମ୍ରାଟ୍‌ ସମେତ ଅନେକ ରାଜ୍ୟ କଳିଙ୍ଗ ଜୟ କରିବାର…

ରାଜନୈତିକ ଦୁର୍ବଳତାର ସଂଜ୍ଞା

୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌- ୨୦୨୬ ଗତ ଏପ୍ରିଲ ମାସରେ ଲୋକ ସଭାରେ କାଟ ଖାଇଛି। କାରଣ ଏହି ବିଲ୍‌ ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ…

୨୦୨୪ର ବ୍ୟସ୍ତତା

ରାମ ମନ୍ଦିର ଯେଉଁଠି ତିଆରି ହେଲା-ଅଯୋଧ୍ୟା-ସେଠାରେ ଭାଜପାର ପରାଜୟ ୨୦୨୪ରେ ଦଳର ନେତାମାନଙ୍କୁ ଭୟଭୀତ କରାଇ ଦେଇଥିଲା ବୋଲି ଏବେ ବୁଝାପଡୁଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?