ଗଞ୍ଜାମର ୧୦୬୫୩ ଚାଷୀ ଧାନ ବିକି ପାରିଲେନି

ଛତ୍ରପୁର,୯ା୪(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ଚଳିତ ବର୍ଷ ୧୦ ହଜାର ୬୫୩ ଜଣ ପଞ୍ଜୀକୃତ ଚାଷୀ ଧାନ ବିକିବାରୁ ବଞ୍ଚତ୍ତ ହୋଇଛନ୍ତି। ମାର୍ଚ୍ଚ ୩୧ ତାରିଖରେ ଗଞ୍ଜାମ ଜିଲାରେ ଧାନ କିଣା ପ୍ରକ୍ରିୟା ସରିଛି। କିନ୍ତୁ ଧାନ କିଣା ଲକ୍ଷ୍ୟ ପୂରଣ କରିବାରେ ପ୍ରଶାସନ ଫେଲ୍‌ ମାରିଛି। ସୂଚନାଯୋଗ୍ୟ, ଗତ ୨୦୨୧-୨୨ରେ ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ଗଞ୍ଜାମ ଜିଲାର ୨୬ ହଜାର ୩୪୩ ଜଣ ଚାଷୀ ଧାନ ବିକି ପାରିନଥିଲେ। ଠିକ୍‌ ସମୟରେ ଧାନ କିଣା ଟାର୍ଗେଟ ଆସୁନଥିବା, ଟୋକେନ୍‌ ଲ୍ୟାପ୍ସ ହେବା ଏବଂ ପ୍ରଥମ ପର୍ଯ୍ୟାୟରୁ ବଡ ଚାଷୀମାନଙ୍କ ଠାରୁ ଧାନ କିଣାଯାଉଥିବାରୁ ବହୁ ଛୋଟ ଚାଷୀ ନିଜ ଧାନ ବିକିପାରିନାହାନ୍ତି। ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ ଏସବୁ କାରଣ ଦର୍ଶାଇ ଏହାକୁ ଦାୟୀ କରିଛନ୍ତି। ଏପରିକି ୨୦ଟି ପ୍ୟାକ୍ସ ଓ ମହିଳାସଂଘ ଆଦୌ ଧାନ କିଣିନାହାନ୍ତି। ମିଳିଥିବା ସୂଚନା ଅନୁସାରେ, ୩୬୫ ପ୍ୟାକ୍ସ, ୧୦୪ ଏସ୍‌ଏଚ୍‌ଜି ଓ ଗୋଟିଏ ପାଣି ପଞ୍ଚାୟତ ପକ୍ଷରୁ ଜିଲାର ୧ ଲକ୍ଷ ୨୦ ହଜାର ୫୮୪ ଜଣ ଚାଷୀଙ୍କ ଠାରୁ ୫୧ଲକ୍ଷ ୨୬ ହଜାର ୫୩.୬୨ କ୍ୟୁଇଣ୍ଟାଲ ଧାନ କିଣାଯାଇପାରିଥିଲା। ସରକାରଙ୍କୁ ଧାନ ବିକିବା ପାଇଁ ଚଳିତ ବର୍ଷ ଗଞ୍ଜାମ ଜିଲାର ୧ ଲକ୍ଷ ୩୧ ହଜାର ୨୩୮ଜଣ ଚାଷୀ ଅନଲାଇନ୍‌ରେ ପଞ୍ଜୀକୃତ ହୋଇଥିଲେ। ଏହି ଧାନ କିଣା ପ୍ରକିୟାରେ ଜିଲାର ୩୬୪ ମିଲର ମଧ୍ୟ ସାମିଲ ହୋଇଥିଲେ। ଆହୁରି ଜଣାଯାଇଛି ଯେ ପ୍ୟାକ୍ସକୁ ଦିଆଯାଇଥିବା ଲକ୍ଷ୍ୟ ଅନୁସାରେ ୧ ଲକ୍ଷ ୯ ହଜାର ୫୬ ଜଣ ଚାଷୀଙ୍କ ଠାରୁ ଧାନ କିଣିବା କଥା। ମାତ୍ର ପ୍ୟାକ୍ସଗୁଡିକ ୯୯ ହଜାର ୮୮୩ ଜଣ ଚାଷୀଙ୍କ ଠାରୁ ୪୨ ଲକ୍ଷ ୮୭ ହଜାର ୬୨୭.୪୩ କ୍ୟୁଇଣ୍ଟାଲ ଧାନ କିଣିପାରିଥିଲେ। ସେହିପରି ୧୦୪ ମହିଳା ସଂଘଗୁଡିକୁ ୨୨ ହଜାର ୭୪ ଜଣ ଚାଷୀଙ୍କଠାରୁ ଧାନ କିଣିବାକୁ ଟାର୍ଗେଟ ଦିଆଯାଇଥିଲା। ସେଥିରୁ ୨୦ ଜହାର ୫୯୪ଜଣ ଚାଷୀଙ୍କ ଠାରୁ ୮ ଲକ୍ଷ ୩୪ ହଜାର ୯୮୧.୩୬ କ୍ୟୁଇଣ୍ଟାଲ ଧାନ କିଣାଯାଇଛି। ଗୋଟିଏ ପାଣି ପଞ୍ଚାୟତକୁ ୧୦୭ ଜଣ ଚାଷୀଙ୍କ ଠାରୁ ଧାନ କିଣିବାକୁ ଲକ୍ଷ୍ୟ ଦିଆଯାଇଥିଲା । ସେଥିରୁ ୧୦୬ ଜଣ ଚାଷୀଙ୍କ ଠାରୁ ୩ ହଜାର ୪୦୯.୧୫ କ୍ୟୁଇଣ୍ଟାଲ ଧାନ କିଣାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

ବରିଷ୍ଠ କଂଗ୍ରେସ ନେତା ଅମୁଲ୍ୟ ସାହୁ BJPରେ ସାମିଲ: ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନାଗାର୍ଜୁନ ପ୍ରଧାନଙ୍କ ଥିଲେ ସହକର୍ମୀ

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳର ଜଣେ ବରିଷ୍ଠ ନାଗରିକ ତଥା ପୂର୍ବତନ କଂଗ୍ରେସ ନେତା ଅମୁଲ୍ୟ ସାହୁ ମଙ୍ଗଳବାର ଆନୁଷ୍ଠାନିକ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri