Posted inଖେଳ

ବର୍ନାଲ ଜିତିଲେ ଗିରୋ ଡି’ ଇଟାଲିଆ ଟାଇଟଲ

ରୋମ୍‌: ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ ଉଦ୍‌ଯାପିତ ହୋଇଯାଇଛି। ରବିବାର ସେନାଗୋଠାରୁ ମିଲାନ ପର୍ଯ୍ୟନ୍ତ ୩୦. ୩ କିଲୋମିଟର ବିଶିଷ୍ଟ ଅନ୍ତିମ ରେସ୍‌ରେ ଇଟାଲୀର ତଥା ଇନୋସ୍‌ ଗ୍ରେନାଡିଅର୍ସ ଟିମ୍‌ର ଫିଲିପୋ ଗାନା ବିଜୟ ଲାଭ କରିଛନ୍ତି। ତାଙ୍କ ଟିମ୍‌ମେଟ ତଥା କଲମ୍ବିଆର ଇଗାନ ବର୍ନାଲ ଜେନେରାଲ କ୍ଳାସିଫିକେଶନରେ ପ୍ରଥମ ସ୍ଥାନ ଅଧିକାର କରି ଟାଇଟଲ ବିଜୟୀ ହୋଇଛନ୍ତି। ଗାନା ୩୩-୪୮ ଟାଇମିଂରେ ରେସ୍‌ ଶେଷ କରିଥିବାବେଳେ ତାଙ୍କଠାରୁ ୧୨ ସେକେଣ୍ଡ ପଛରେ ଫ୍ରାନ୍ସର ରେମି କାଭାଗ୍ନା (ଡେସିଉନିକ୍‌ କୁଇକ୍‌ ଷ୍ଟେପ୍‌)ଦ୍ୱିତୀୟ ସ୍ଥାନରେ ରହିଥିଲେ। ଇଟାଲୀର ଏଡୋଆର୍ଡୋ ଆଫିନି (ଜୁମ୍ବୋ-ଭିଷ୍ମା) ୧୩ ସେକେଣ୍ଡ ପଛରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ରେସ୍‌ରେ ଚତୁର୍ଥରୁ ୧୦ମ ସ୍ଥାନ ପର୍ଯ୍ୟନ୍ତ ଯଥାକ୍ରମେ ରହିଥିଲେ ଇଟାଲିର ମାଟେଓ ସବରେରୋ (ଅଷ୍ଟାନା ପ୍ରିମିୟର ଟେକ୍‌), ପର୍ତ୍ତୁଗାଲର ଜୋଆଓ ଆଲ୍‌ମିଦା (ଡେସିଉନିକ୍‌ କୁଇକ୍‌ ଷ୍ଟେପ୍‌), ଜର୍ମାନୀର ମ୍ୟାକ୍ସ ଓ୍ବାଲସ୍କିଡ୍‌ (ଖୁବେକା ଆସୋସ, ଇଟାଲିର ଆବର୍ଟୋ ବେଟିଅଲ୍‌ (ଇଏଫ୍‌ ଏଜୁକେଶନ ନିପ୍ପୋ), ସ୍ଲୋଭେନିଆର ଜାନ୍‌ ଟ୍ରାଟ୍‌ନିକ୍‌ (ବାହାରିନ୍‌ ଭିକ୍ଟୋରିଅସ), ଇଟାଲିର ଜିଆନି ମୋସ୍କୋନ (ଇନୋସ ଗ୍ରେନାଡିଅର୍ସ ଓ ବେଲଜିୟମର ଇଲ୍‌ଜୋ କିସେ (ଡେସିଉନିକ୍‌ କୁଇକ୍‌ ଷ୍ଟେପ୍‌)। ଅନ୍ୟପକ୍ଷରେ ଫାଇନାଲ ଜେନେରାଲ କ୍ଲାସିଫିକେଶନରେ ବର୍ନାଲଙ୍କ ପଛକୁ ଇଟାଲିର ଡାମିଆନୋ କାରୁସୋ (ବାହାରିନ୍‌-ଭିକେଟାରିଅସ) ଦ୍ୱିତୀୟ ଏବଂ ଗ୍ରେଟ ବ୍ରିଟେନର ସିମନ ୟେଟ୍ସ (ବାଇକ୍‌ ଏକ୍ସଚେଞ୍ଜ) ତୃତୀୟ ସ୍ଥାନରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

ରୋହିତ ଶର୍ମାଙ୍କ ସନ୍ନ୍ୟାସ ନେବା ପକ୍କା? ଏହି ଖୁସି ଖବର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନ ଭାଙ୍ଗିଦେବ!

ନୂଆଦିଲ୍ଲୀ, ୧୧।୮: ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତୃତୀୟ ଦିନିକିଆ ମ୍ୟାଚରେ ଏହି ଭାରତୀୟ ଖେଳାଳି ଏକ ଚମତ୍କାର ଶତକ…

ଅଜିଙ୍କ୍ୟ ରାହାଣେଙ୍କ ସନ୍ନ୍ୟାସରେ ଚକିତ ହୋଇଯାଇଥିଲେ ସଚିନ! ଦୁହିଁଙ୍କ କଥାବାର୍ତ୍ତାର ହେଲା ଖୁଲାସା

ନୂଆଦିଲ୍ଲୀ, ୧୧।୮: ଗତ କିଛି ସପ୍ତାହ ଧରି ଅଜିଙ୍କ୍ୟ ରାହାଣେ ବେଶ ଚର୍ଚ୍ଚାରେ ଅଛନ୍ତି। ଗତ ଜୁଲାଇ ୩୦ ତାରିଖରେ ସେ ଅବସର ଘୋଷଣା କରିଥିଲେ। ଏହାସହ…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

ଗାଙ୍ଗୁଲିଙ୍କ ଜୀବନ ପ୍ରତି ବିପଦ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

ପୈତୃକ ଗାଁରେ ଘର କାମ ଆରମ୍ଭ କଲେ ରିଷଭ ପନ୍ତ

ପିଥୋରାଗଡ଼(ଉତ୍ତରାଖଣ୍ଡ),୧୦ା୮: ରିଷଭ ପନ୍ତଙ୍କ ମା’ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ନିଜ ପୈତୃକ ଗାଁକୁ ଫେରିବା ପରେ ସେମାନଙ୍କ ଘରର ପୁନଃ ନିର୍ମାଣ କାମ ଆରମ୍ଭ ହୋଇଛି। ଏହାକୁ…

କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲରେ ଥ୍ରୋ ବଲ ପ୍ରତିଯୋଗିତା ଅନୁଷ୍ଠିତ

ଛତ୍ରପୁର, ୧୦।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ) : ଛତ୍ରପୁର ସ୍ଥିତ କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲ ପକ୍ଷରୁ ସିଆଇସିଏସଇ ସ୍ପୋଟର୍‌ସ ଏଣ୍ଡ ଗେମ୍ସ ପକ୍ଷରୁ ଦିନିକିଆ ଆଞ୍ଚଳିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri