ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ମାଗିବା ନେଇ ବିଇଓଙ୍କୁ ଘେରିଲା ଶିକ୍ଷକ ସଂଘ

ସାରସକଣା,୨୦ା୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କ କାର୍ଯ୍ୟକଳାପ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଜୁଲାଇ ୧୭ ତାରିଖ ଚିଠି ସଂଖ୍ୟା ୧୫୩୬ ଅନୁସାରେ ସିଆରସିସି ଚନ୍ଦନ ସାହୁଙ୍କୁ ବିଭିନ୍ନ ଘଟଣାକୁ ନେଇ ୩ ଦିନ ମଧ୍ୟରେ ଜଣାଇବା ପାଇଁ କାରଣ ଦର୍ଶାଅ ନୋଟିସ ଦେଇଥିଲେ ବିଇଓ। ଏହି ଘଟଣାକୁ ନେଇ ଶନିବାର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଇଓ କାର୍ଯ୍ୟାଳୟକୁ ପ୍ରବେଶ କରିବା ସମୟରେ ଶିକ୍ଷୟିତ୍ରୀ ଏବଂ ଶିକ୍ଷକମାନେ ଭାରତ ମାତାକୀ ଜୟ ସ୍ଲୋଗାନ ଦେଇ ମିଥ୍ୟା କାରଣ ଦର୍ଶାଅ ନୋଟିସ ବାବଦରେ ପ୍ରଶ୍ନ କରିଥିଲେ। ତେବେ ବିଭିନ୍ନ ସମସ୍ୟାକୁ ନେଇ ତାଙ୍କ ଭିଡିଓ, ଫଟୋ ଗଣମାଧ୍ୟମରେ ପ୍ରକାଶ ହେଉଥିବାରୁ ଆକ୍ରୋଶମୂଳକ ଭାବେ କାରଣ ଦର୍ଶାଅ ନୋଟିସ ଦେଇଥିବା ବିଇଓ ଉତ୍ତର ରଖିଥିଲେ । ତେବେ ନୋଟିସକୁ ପଢ଼ି ଶୁଣାଇ ତାହାର ଓଡ଼ିଆ ଅର୍ଥ ବାବଦରେ ପଚାରିବା ସହିତ ନୋଟିସ ଲେଖିଥିବା ତାଙ୍କ ସ୍ବାମୀଙ୍କୁ ଡାକିବାକୁ ସମସ୍ତେ ଜିଦ୍‌ ଧରିଥିଲେ ମଧ୍ୟ ବିଇଓ ଚୁପ ରହିଥିଲେ। ତେବେ ସାରସକଣା ବ୍ଲକର ଏକ ବିଦ୍ୟାଳୟର ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଲିପ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଦେଇଥିଲେ କି ଭଳି ବିଭିନ୍ନ ପ୍ରଶ୍ନ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ କରିଥିଲେ। କେତେକ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ଅବସର ପତ୍ର ଦିଆଯାଇ ନ ଥିବା ଓ ସେମାନଙ୍କ ବଳି ପ୍ରାପ୍ତ ଟଙ୍କା ଦେବାର ବିଳମ୍ବ ସହିତ ସେମାନଙ୍କ ଫାଇଲ ଅଟକ ରଖିବା, କାମ ସରିଥିବା ଡିଏ, ଏରିଅର ଓ ଅନ୍ୟାନ୍ୟ ବିଲ୍‌କୁ ଉଦ୍ଦେଶ୍ୟମୂଳକ ଭାବେ ଅଟକ ରଖିବା, କାର୍ଯ୍ୟାଳୟର କୌଣସି ଫାଇଲ ଘରକୁ ନେଇଯିବା,ବିଲ୍‌ କାମ ଜାଣିଶୁଣି ବିଳମ୍ବ କରାଇବା , ଅଫିସ କାମରେ ବିଇଓଙ୍କ ସ୍ବାମୀଙ୍କ ମାତ୍ରାଧିକ ହସ୍ତକ୍ଷେପ କରିବା ,କୈାଣସି କାର୍ଯ୍ୟ ପାଇଁ ଅଫିସ ଅପରାହ୍ନ ୪ଟା ପରେ ଆସିବାକୁ ନିର୍ଦ୍ଦେଶ ଦେଇ ନିଜେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବା, ଶିକ୍ଷକମାନଙ୍କ ସମସ୍ୟାକୁ ସମାଧାନ କରି ନ ପାରି ଇଚ୍ଛା ମୁତାବକ କାମ କରିବା ଭଳି ୨୮ ଜୁଲାଇରେ ଚନ୍ଦନ ସାହୁ ସରକାରୀ କାର୍ଯ୍ୟରେ ଉପସ୍ଥିତ ଥିଲା ବେଳେ ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା ଆରୋପ ଆଣି ସମ୍ମାନହାନି ପୂର୍ବକ କାରଣ ଦର୍ଶାଅ ନୋଟିସ ଜାରି କରିବା ଭଳି ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ଉକ୍ତ ନୋଟିସକୁ ପ୍ରତ୍ୟାହାର ନ କଲେ ବ୍ଲକର ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକ ତୀବ୍ର ବିରୋଧ ପୂର୍ବକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଉପରିସ୍ଥ ଅଫିସରଙ୍କ ଅବଗତି ନିମନ୍ତେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜଣାଇବେ ବୋଲି ଅଭିଯୋଗ କରିଛନ୍ତି। ବିଇଓ ରାସମଣି ନାଏକଙ୍କୁ ଏବାଦରେ ପଚାରିବାରୁ ସେ କହିଥିଲେ, ଚନ୍ଦନ  ତାଙ୍କ ବିରୋଧରେ କହିଥିବାର ଅନ୍ୟ ବିଇଓମାନଙ୍କଠାରୁ ଶୁଣି ତାଙ୍କୁ ବାଧିବା ଫଳରେ ସେ ନୋଟିସ ଜାରି କରିଥିଲେ ମାତ୍ର ଏବେ ତାହାକୁ ଉଠାଇ ନିଆଯିବ ବୋଲି ବିଇଓ ପ୍ରକାଶ କରିଥିଲେ। ମାତ୍ର କାରଣ ଦର୍ଶାଅ ନୋଟିସ ଉଠାଇବା ପରିବର୍ତ୍ତେ ସମସ୍ତଙ୍କ ପ୍ରଶ୍ନର ଜବାବରେ ବିଇଓ କାର୍ଯ୍ୟାଳୟ ଛାଡ଼ି ପଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri