ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ମାଗିବା ନେଇ ବିଇଓଙ୍କୁ ଘେରିଲା ଶିକ୍ଷକ ସଂଘ

ସାରସକଣା,୨୦ା୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କ କାର୍ଯ୍ୟକଳାପ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଜୁଲାଇ ୧୭ ତାରିଖ ଚିଠି ସଂଖ୍ୟା ୧୫୩୬ ଅନୁସାରେ ସିଆରସିସି ଚନ୍ଦନ ସାହୁଙ୍କୁ ବିଭିନ୍ନ ଘଟଣାକୁ ନେଇ ୩ ଦିନ ମଧ୍ୟରେ ଜଣାଇବା ପାଇଁ କାରଣ ଦର୍ଶାଅ ନୋଟିସ ଦେଇଥିଲେ ବିଇଓ। ଏହି ଘଟଣାକୁ ନେଇ ଶନିବାର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଇଓ କାର୍ଯ୍ୟାଳୟକୁ ପ୍ରବେଶ କରିବା ସମୟରେ ଶିକ୍ଷୟିତ୍ରୀ ଏବଂ ଶିକ୍ଷକମାନେ ଭାରତ ମାତାକୀ ଜୟ ସ୍ଲୋଗାନ ଦେଇ ମିଥ୍ୟା କାରଣ ଦର୍ଶାଅ ନୋଟିସ ବାବଦରେ ପ୍ରଶ୍ନ କରିଥିଲେ। ତେବେ ବିଭିନ୍ନ ସମସ୍ୟାକୁ ନେଇ ତାଙ୍କ ଭିଡିଓ, ଫଟୋ ଗଣମାଧ୍ୟମରେ ପ୍ରକାଶ ହେଉଥିବାରୁ ଆକ୍ରୋଶମୂଳକ ଭାବେ କାରଣ ଦର୍ଶାଅ ନୋଟିସ ଦେଇଥିବା ବିଇଓ ଉତ୍ତର ରଖିଥିଲେ । ତେବେ ନୋଟିସକୁ ପଢ଼ି ଶୁଣାଇ ତାହାର ଓଡ଼ିଆ ଅର୍ଥ ବାବଦରେ ପଚାରିବା ସହିତ ନୋଟିସ ଲେଖିଥିବା ତାଙ୍କ ସ୍ବାମୀଙ୍କୁ ଡାକିବାକୁ ସମସ୍ତେ ଜିଦ୍‌ ଧରିଥିଲେ ମଧ୍ୟ ବିଇଓ ଚୁପ ରହିଥିଲେ। ତେବେ ସାରସକଣା ବ୍ଲକର ଏକ ବିଦ୍ୟାଳୟର ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଲିପ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଦେଇଥିଲେ କି ଭଳି ବିଭିନ୍ନ ପ୍ରଶ୍ନ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ କରିଥିଲେ। କେତେକ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ଅବସର ପତ୍ର ଦିଆଯାଇ ନ ଥିବା ଓ ସେମାନଙ୍କ ବଳି ପ୍ରାପ୍ତ ଟଙ୍କା ଦେବାର ବିଳମ୍ବ ସହିତ ସେମାନଙ୍କ ଫାଇଲ ଅଟକ ରଖିବା, କାମ ସରିଥିବା ଡିଏ, ଏରିଅର ଓ ଅନ୍ୟାନ୍ୟ ବିଲ୍‌କୁ ଉଦ୍ଦେଶ୍ୟମୂଳକ ଭାବେ ଅଟକ ରଖିବା, କାର୍ଯ୍ୟାଳୟର କୌଣସି ଫାଇଲ ଘରକୁ ନେଇଯିବା,ବିଲ୍‌ କାମ ଜାଣିଶୁଣି ବିଳମ୍ବ କରାଇବା , ଅଫିସ କାମରେ ବିଇଓଙ୍କ ସ୍ବାମୀଙ୍କ ମାତ୍ରାଧିକ ହସ୍ତକ୍ଷେପ କରିବା ,କୈାଣସି କାର୍ଯ୍ୟ ପାଇଁ ଅଫିସ ଅପରାହ୍ନ ୪ଟା ପରେ ଆସିବାକୁ ନିର୍ଦ୍ଦେଶ ଦେଇ ନିଜେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବା, ଶିକ୍ଷକମାନଙ୍କ ସମସ୍ୟାକୁ ସମାଧାନ କରି ନ ପାରି ଇଚ୍ଛା ମୁତାବକ କାମ କରିବା ଭଳି ୨୮ ଜୁଲାଇରେ ଚନ୍ଦନ ସାହୁ ସରକାରୀ କାର୍ଯ୍ୟରେ ଉପସ୍ଥିତ ଥିଲା ବେଳେ ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା ଆରୋପ ଆଣି ସମ୍ମାନହାନି ପୂର୍ବକ କାରଣ ଦର୍ଶାଅ ନୋଟିସ ଜାରି କରିବା ଭଳି ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ଉକ୍ତ ନୋଟିସକୁ ପ୍ରତ୍ୟାହାର ନ କଲେ ବ୍ଲକର ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକ ତୀବ୍ର ବିରୋଧ ପୂର୍ବକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଉପରିସ୍ଥ ଅଫିସରଙ୍କ ଅବଗତି ନିମନ୍ତେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜଣାଇବେ ବୋଲି ଅଭିଯୋଗ କରିଛନ୍ତି। ବିଇଓ ରାସମଣି ନାଏକଙ୍କୁ ଏବାଦରେ ପଚାରିବାରୁ ସେ କହିଥିଲେ, ଚନ୍ଦନ  ତାଙ୍କ ବିରୋଧରେ କହିଥିବାର ଅନ୍ୟ ବିଇଓମାନଙ୍କଠାରୁ ଶୁଣି ତାଙ୍କୁ ବାଧିବା ଫଳରେ ସେ ନୋଟିସ ଜାରି କରିଥିଲେ ମାତ୍ର ଏବେ ତାହାକୁ ଉଠାଇ ନିଆଯିବ ବୋଲି ବିଇଓ ପ୍ରକାଶ କରିଥିଲେ। ମାତ୍ର କାରଣ ଦର୍ଶାଅ ନୋଟିସ ଉଠାଇବା ପରିବର୍ତ୍ତେ ସମସ୍ତଙ୍କ ପ୍ରଶ୍ନର ଜବାବରେ ବିଇଓ କାର୍ଯ୍ୟାଳୟ ଛାଡ଼ି ପଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?