ଧର୍ମଘଟରୁ ଓହରିଲେ ବଙ୍ଗୀୟ ଆଳୁ ବ୍ୟବସାୟୀ, ଓଡ଼ିଶାକୁ ରପ୍ତାନୀ ନେଇ ନରମି ପାରନ୍ତି ମମତା

ଭୋଗରାଇ, ୩।୧ ୨( ପ୍ରଦୀପ ଦାସ ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟର ଆଳୁର ଅଭାବ ଓ ବଜାର ଦର ନିୟନ୍ତ୍ରଣ ଲାଗି ଓଡ଼ିଶା ସମେତ ଭିନ୍ନ ରାଜ୍ୟକୁ ଆଳୁ ରପ୍ତାନି ବନ୍ଦ ଲାଗି ପ୍ରଶାସନକୁ କଡା ନିର୍ଦ୍ଦେଶ ଦେବାପରେ ୫ ଦିନ ଧରି ଓଡ଼ିଶାରେ ଆଳୁର ଅଭାବ ଓ ବଜାର ଦର ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁବ୍ୟବସାୟୀ ସମିତି ଶୀତଳ ଭଣ୍ଡାରରେ ବିପୁଳ ପରିମାଣରେ ଗଚ୍ଛିତ ଥିବା ଆଳୁ ବିକ୍ରି କରି ନ ପାରି ପଚିଯିବା ଓ କ୍ଷତି ଆଶଙ୍କା କରି ମମତାଙ୍କ ସରକାର ଉପରେ ଚାପ ସୃଷ୍ଟି ନିମନ୍ତେ ସୋମବାର ମଧ୍ୟରାତ୍ରୀରୁ ୪ ୮୦ଟି ଶୀତଳଭଣ୍ଡାରରେ ତାଲା ଲଗାଇ କର୍ମ ବିରତି ଧର୍ମଘଟ କରିଆସୁଛନ୍ତି। ଆଳୁବ୍ୟବସାୟୀ ଓ ମମତାଙ୍କ ସରକାର ମୁହାଁମୁହିଁ ଅବସ୍ଥାକୁ ଆସିବାପରେ ରାଜ୍ୟରେ ପୁଣି ଏକ ବଡ ଆନ୍ଦୋଳନ ମୁଣ୍ଡ ନଟେକୁ ସେଥିପ୍ରତି ଦିଦିଙ୍କ ସରକାର ସଚେତନ ହୋଇ ରାଜ୍ୟର କୃଷି ବିପଣ ମନ୍ତ୍ରୀ ବିଚାରାମ ମାନ୍ନା ପୁଣି ଥରେ ଆଳୁବ୍ୟବସାୟୀଙ୍କୁ ବୈଠକରେ ବସିବାକୁ ଆମନ୍ତ୍ରଣ କରିଛନ୍ତି।

ଧର୍ମଘଟ ଯୋଗୁ ପଶ୍ଚିମ ବଙ୍ଗରେ ଗୋଟିଏ ଦିନରେ ପ୍ରଭାବ ପଡିଥିବାବେଳେ ଓଡିଶାକୁ ଗଳାବାଟ ଦେଇ ଆସୁଥିବା ଆଳୁ ଟ୍ରକ ବନ୍ଦ ହୋଇଛି l ଦିଦିଙ୍କ ରାଜ୍ୟରେ ସ୍ଥିତି ଅଣାୟତ୍ତ ହେବାକୁ ଯାଉଥିବା ଦୃଷ୍ଟିରୁ କୃଷିମନ୍ତ୍ରୀଙ୍କ ସବୁଜ ସଂକେତ ମିଳିବା ପରେ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସମିତିର ସମସ୍ତ ସଦସ୍ୟ ମଙ୍ଗଳବାର ବର୍ଦ୍ଧମାନ ଜିଲାରେ ଏକ ଜରୁରୀ ବୈଠକକରି ଭବିଷ୍ୟତ କାର୍ଯ୍ୟପନ୍ଥା କୃଷିମନ୍ତ୍ରୀଙ୍କୁ ଅବଗତି କରାଯାଇଛି । ଭିନ୍ନ ରାଜ୍ୟକୁ ଆଳୁରପ୍ତାନି ହେବାକୁ କୃଷିମନ୍ତ୍ରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ମନାଇବା ନିମନ୍ତେ ସହମତି ପ୍ରକାଶପରେ ଗୁରୁବାରଠୁ ଆଳୁବ୍ୟବସାୟୀଙ୍କ କର୍ମ ବିରୋତି ଧର୍ମଘଟ ପ୍ରତ୍ୟାହୃତ ହେବ ବୋଲି ଆଳୁ ବ୍ୟବସାୟୀ ସମିତିର ମହାସଚିବ ଲାଲୁ ମୁଖାର୍ଜୀ ସୂଚନା ଦେଇଛନ୍ତି । ତେବେ କେଉଁ ଦିନ ଓ କେବେ ଓଡ଼ିଶା ସମେତ ଭିନ୍ନ ରାଜ୍ୟକୁ ଆଳୁ ରପ୍ତାନି ଉପରେ ଆଲୋଚନା ହେବ ସେ ବିଷୟରେ ସ୍ପଷ୍ଟ ତାରିଖ ଜଣାପଡି ନାହିଁ l ଅପରପକ୍ଷରେ ଓଡିଶାରେ ଆଳୁ ହାଟ ବଜାରରେ ଅଭାବ ସହିତ ବଜାର ଦର ନିୟନ୍ତ୍ରଣ ନ ହେବାରୁ ବେପାରୀ ବିଭିନ୍ନ ସ୍ଥାନରେ ମନଇଚ୍ଛା ଖାଉଟିଙ୍କ ଠାରୁ ଦାମ ଅଧିକ ନେଉଥିବାର ନଜରକୁ ଆସିଛି ।


Enter your email to get our daily news in your inbox.

All Right Reserved By Dharitri.Com

CBI ତଦନ୍ତ ନେଇ ମୁହଁ ଖୋଲିଲେ ଦୀପାଳି, ମୋହନ ସରକାରଙ୍କୁ କଲେ ପ୍ରଶ୍ନ

ଭୁବନେଶ୍ୱର,୧୫।୧: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ମୁହଁ ଖୋଲିଛନ୍ତି ଝିଅ ଦୀପାଳି ଦାସ। ଭାଜପା ନେତାମାନେ ବାରମ୍ବାର ଏହି ପ୍ରସଙ୍ଗ ଉଠାଉଥିବାରୁ ଅସନ୍ତୋଷ...

ରାଜାରାଣୀଙ୍କ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ ପୌଷ ପର୍ବ

ଥୁଆମୂଳ ରାମପୁର,,୧୫।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଠାରେ ମାଳି ଚଗା ବା ରାଜାରାଣୀ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ...

ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୧୫।୧: ଭାରତ ସରକାର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି ୨୦୨୦ କୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା...

ଶ୍ରୀମନ୍ଦିରରେ ଟଳିପଡ଼ିଲେ ସୁଆର ବଡୁ ସେବାୟତ

ପୁରୀ,୧୫ା୧(ଅଜିତ ମହାନ୍ତି): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କରିବା ସମୟରେ ଜଣେ ସୁଆରବଡୁ ସେବକଙ୍କ ମୃତ୍ୟୁ ଘଟିଛି। ମୃତ ସେବାୟତ ଜଣଙ୍କ ହେଉଛନ୍ତି ଜଗନ୍ନାଥ ସୁନାଥାଳି। ଶ୍ରୀମନ୍ଦିରରେ...

ଆଲୋକ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, କେନ୍ଦୁଝରରେ ଥିଲେ…

ଭୁବନେଶ୍ୱର,୧୫।୧: ଓଡ଼ିଶା ସରକାର ବରିଷ୍ଠ ଓଏଏସ୍ ଅଧିକାରୀ ଆଲୋକ କୁମାର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରିଛନ୍ତି। ଏନେଇ...

ଟ୍ରଲରକୁ ଧକ୍କା ଦେଇ ବୁଡ଼ିଲା ବୋଟ୍‌, ୮ ଯାତ୍ରୀଙ୍କୁ ଉଦ୍ଧାର କଲେ ମତ୍ସ୍ୟଜୀବୀ

ଚାନ୍ଦବାଲି,୧୫ା୧(ଅଶୋକ ପଣ୍ଡା): ଭଦ୍ରକ ଜିଲା ଧାମରାଠାରେ ମାଛଧରା ଟ୍ରଲରକୁ ଧକ୍କା ଦେଇ ବୁଧବାର ଏକ ଯାତ୍ରୀବାହୀ ବୋଟ୍‌ ବୁଡ଼ିଯାଇଛି। ଖବରରୁ ପ୍ରକାଶ ଏକ ଯାତ୍ରୀବାହୀ ବୋଟ୍‌...

ଫେରିବ ଶୀତ, ଘନ କୁହୁଡି ପାଇଁ ଏସବୁ ଜିଲାକୁ ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୧୫।୧: ଗତ ଦୁଇ ଦିନ ମଧ୍ୟରେ କିଛି ଆରାମ ପାଇବା ପରେ ଶୀତ ପୁଣି ଓଡିଶା ଫେରିବାର ସମ୍ଭାବନା ରହିଛି। ଆସନ୍ତା ତିନିରୁ ଚାରି ଦିନ...

ବାଲି ବୋଝେଇ ହାଇଓ୍ବା ଧକ୍କାରେ ମୋପେଡ ଚାଳକଙ୍କ ଜୀବନ ଗଲା

ହିଞ୍ଜିଳିକାଟୁ,୧୫ା୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଚୈତନ୍ୟପଡ଼ା ନିକଟରେ ଏକ ନଦୀ ବାଲି ବୋଝେଇ ହାଇଓ୍ବା ଧକ୍କାରେ ଜଣେ ମୋପେଡ ଚାଳକଙ୍କ ଜୀବନ ଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri