ଯୁଦ୍ଧରୁ ଲାଭ

୭ ଅକ୍ଟୋବରରେ ଇସ୍ରାଏଲର ଏକ ସଙ୍ଗୀତ ଉତ୍ସବ ଉପରେ ଇସ୍‌ଲାମିକ ଉଗ୍ରବାଦୀ ହମାସ୍‌ କ୍ରୂରତାପୂର୍ଣ୍ଣ ଆକ୍ରମଣ କରିଥିଲା। ଏଥିରେ ୨୬୦ ଇସ୍ରାଏଲୀଙ୍କ ମୃତ୍ୟୁ ଘଟିବା ସହ ୧୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଇସ୍ରାଏଲ ଏହାର ପ୍ରତିଶୋଧ ନେବାକୁ ଯାଇ ହମାସ୍‌ର ଆଡ୍ଡା ଗାଜା ଉପରେ ଆକ୍ରମଣ ଜାରି ରଖିଛି। ଆକ୍ରମଣ ପରେ ଗାଜାରୁ ୫ ଲକ୍ଷରୁ ଊର୍ଦ୍ଧ୍ୱ ପାଲେଷ୍ଟିନୀୟ ବିସ୍ଥାପିତ ହେବା ସହ ୭୨୪ ଶିଶୁଙ୍କ ସମେତ ୨୬୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବିସ୍ଥାପିତଙ୍କ ସହ ଶିଶୁମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଉଲ୍ଲେଖନୀୟ ଯେ, ଚଳିତ ଦଶନ୍ଧିର ପ୍ରାରମ୍ଭରେ ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ପରେ ତାଲିବାନ୍‌ ତାହାର ବର୍ବରତା ଆରମ୍ଭ କରିଥିଲା। ଏଥିତ୍ରେ ବିସ୍ଥାପିତ ହୋଇଥିବା ପାଖାପାଖି ୮ ଲକ୍ଷ ଲୋକଙ୍କ ମଧ୍ୟରେ ୫୭% ପିଲା ଓ ୨୧% ମହିଳା ଥିଲେ। ଏହାପରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଦେଢ଼ ବର୍ଷ ହେଲା ଜାରି ରହିଛି। ତେବେ ଏହି ଯୁଦ୍ଧ ଆରମ୍ଭ ହେବାର ମାତ୍ର ୧ ମାସ ମଧ୍ୟରେ ଦେଶର ମୋଟ ଶିଶୁଙ୍କ ସଂଖ୍ୟା ୭.୫ ବିଲିୟନ (୭୫ ଲକ୍ଷ) ମଧ୍ୟରୁ ଅଧାରୁ ଅଧିକ ଅର୍ଥାତ୍‌ ୪.୩ ବିଲିୟନ (୪୩ ଲକ୍ଷ) ବିସ୍ଥାପିତ ହୋଇଥିଲେ। ଏହି ପିଲାମାନଙ୍କ ମଧ୍ୟରୁ ୧୮ ଲକ୍ଷ ଦେଶ ବାହାରେ ଶରଣାର୍ଥୀ କ୍ୟାମ୍ପରେ ଓ ଅନ୍ୟମାନେ ଦେଶ ଭିତରେ ବିଭିନ୍ନ ସ୍ଥାନରେ ଅଛନ୍ତି। କେବଳ ଯୁଦ୍ଧ ନୁହେଁ; ଆଫ୍ରିକୀୟ ଦେଶ ୟେମେନ, କଙ୍ଗୋ, ସୋମାଲିଆ, ମାଲି, ନାଇଜେରିଆ, ବ୍ରୁକିନା ଫାସୋ ଆଦିି ଦେଶରେ ଜାତିଗତ ହିଂସା ଯୋଗୁ ପରିବାର ସହ ପିଲାମାନେ ବିସ୍ଥାପିତ ହେଉଛନ୍ତି। ଏସିଆରେ ମ୍ୟାନ୍‌ମାର, ଆଫଗାନିସ୍ଥାନରେ ଏହା ଅଧିକ ଘଟୁଥିବାବେଳେ ଭାରତରେ ବି ଜାତିଗତ ହିଂସା କାରଣରୁ ବିସ୍ଥାପିତ ପରିବାର ସହ ପିଲାମାନେ କ୍ୟାମ୍ପରେ ରହୁଛନ୍ତି।
ଅତୀତରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଆସାମ, ତ୍ରିପୁରା, ମଣିିପୁର ଏବଂ ଜମ୍ମୁ-କଶ୍ମୀରରେ ହିଂସା କାରଣରୁ ପିଲାମାନେ ବିସ୍ଥାପିତ ହୋଇଛନ୍ତି। ଏବେ ମଣିିପୁରରେ ପାଖାପାଖି ୬ ମାସ ହେଲା ମେଇତି ଓ କୁକି ସମ୍ପ୍ରଦାୟ ମଧ୍ୟରେ ଲାଗିରହିଥିବା ଜାତିଗତ ହିଂସାରେ ୭୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବିସ୍ଥାପିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୪,୦୦୦ରୁ ଅଧିକ ପିଲା ଅଛନ୍ତି ଓ ମିଜୋରାମର ସ୍କୁଲଗୁଡ଼ିକରେ ସେମାନଙ୍କ ନାମ ଲେଖାଯାଇଛି। ଏହା ସ୍ପଷ୍ଟ ଯେ, ଶିଶୁର ସର୍ବାଙ୍ଗୀନ ଉନ୍ନତି କେବଳ ଶିକ୍ଷା ଦ୍ୱାରା ସମ୍ଭବ ନୁହେଁ। ସାମାଜିକ ସୁରକ୍ଷା, ଉପଯୁକ୍ତ ପାରିବାରିକ ଯତ୍ନ ପିଲାଙ୍କ ଶାରୀରିକ ଓ ବୌଦ୍ଧିକ ବିକାଶର ଆଧାର। ବିସ୍ଥାପନ ପରେ ଥଇଥାନ ଶିବିରରେ ଭୟ ଓ ଅସୁରକ୍ଷା ବଳୟରେ ଥିବା ପରିବାରଠାରୁ ପିଲାମାନେ ଏସବୁରୁ ବଞ୍ଚତ୍ତ ହୁଅନ୍ତି। ଏହାଯୋଗୁ ସେମାନଙ୍କ ମାସିକ ସ୍ତର ପ୍ରଭାବିତ ହୋଇଥାଏ ବୋଲି ମନସ୍ତତ୍ତ୍ୱବିତ୍‌ଙ୍କ ମତ। ବିଶ୍ୱର ପ୍ରତ୍ୟେକ ଦେଶରେ ବିସ୍ଥାପିତ ହେଉଥିବା ପିଲାମାନେ ଶାରୀରିକ ଓ ଯୌନ ହିଂସାରେ ଅଧିକ ଶିକାର ହେଉଛନ୍ତି ଏବଂ ଅପପୁଷ୍ଟି ସେମାନଙ୍କ ଚିର ସାଥୀ ବୋଲି ୟୁନାଇଟେଡ୍‌ ନେଶନ୍ସ ଚିଲ୍‌ଡ୍ରେନ୍ସ ଫଣ୍ଡ (ୟୁନିସେଫ୍‌) ରିପୋର୍ଟରୁ ଜଣାପଡ଼ିଛି। ଏତଦ୍‌ ବ୍ୟତୀତ ଜାତିଗତ ସଂଘର୍ଷରେ ଲିପ୍ତ ଉଗ୍ରବାଦୀ ଗୋଷ୍ଠୀ ବିସ୍ଥାପିତ ଶିଶୁମାନଙ୍କୁ ସଂଘର୍ଷରେ ନିୟୋଜିତ କରୁଛନ୍ତି, ଯାହାର ଉଦାହରଣ ସୋମାଲିଆ ଓ ନାଇଜେରିଆରେ ହୋଇଥିବା କେତୋଟି ଆକ୍ରମଣରେ ଦେଖିବାକୁ ମିଳିଛି।
ୟୁନିସେଫ୍‌ ରିପୋର୍ଟ ମୁତାବକ ଚରମ ଜଳବାୟୁ ବିପର୍ଯ୍ୟୟ କାରଣରୁ ଗତ ୬ ବର୍ଷ ହେଲା ପ୍ରତିଦିନ ୨୦,୦୦୦ ଶିଶୁ ବିସ୍ଥାପିତ ହେଉଛନ୍ତି। ଏହି ହାର ଫିଲିପାଇନ୍ସ, ଚାଇନା ଓ ଭାରତରେ ଅଧିକ। ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁ ବିଶ୍ୱର ସାମ୍ପ୍ରତିକ ସ୍ଥିତିରେ କ୍ଷୁଧା ଓ ଦାରିଦ୍ର୍ୟ ବଢ଼ୁଥିବାବେଳେ ଯୁଦ୍ଧ ଏବଂ ଆଞ୍ଚଳିକ ସଂଘର୍ଷ ବିସ୍ଥାପିତ ପିଲାମାନଙ୍କ ପାଇଁ ବିପଦ ଭାବେ ଉଭା ହୋଇଛି। ଏହି ପ୍ରଚ୍ଛଦପଟରେ ଦେଖିବାକୁ ଗଲେ ସମଗ୍ର ପୃଥିବୀରେ ବୃଦ୍ଧି ପାଉଥିବା ଅଶାନ୍ତ ପରିସ୍ଥିତି ପିଲାମାନଙ୍କୁ ଅଧିକ କ୍ଷତି ପହଞ୍ଚାଉଛି। ପ୍ରାୟ ପୃଥିବୀର ସବୁ ଦେଶରେ ଶିଶୁ ଏବଂ ମା’କୁ ଲକ୍ଷ୍ୟକରି ହିଂସା ବଢ଼ୁଥିବାର କାରଣ ବୁଝିବା କଷ୍ଟକର ନୁହେଁ। ସେହିମାନେ ସବୁଠାରୁ ଦୁର୍ବଳ ହୋଇଥିବାରୁ ଯୁଦ୍ଧ, ଧର୍ମ ଏବଂ ଜାତିଗତ ସଂଘର୍ଷରେ ତାଙ୍କୁ ହିଁ ଶିକାର କରିବା ସହଜ ହୋଇଯାଉଛି। ଅଧିକାଂଶ ଦେଶର ବ୍ୟବସ୍ଥା ଏହିଭଳି ପରିସ୍ଥିତିକୁ ସାହାଯ୍ୟ କରୁଥିବାବେଳେ ଜାତିସଂଘ ଭଳି ସଂସ୍ଥା କୌଣସି ପରିବର୍ତ୍ତନ ଆଣିପାରିବ ବୋଲି ବିଶ୍ୱାସ ହେଉନାହିଁ। ଏଥିରେ କେବଳ ମାନସିକତାର ପରିବର୍ତ୍ତନ ସମ୍ଭବତଃ ଭବିଷ୍ୟତକୁ ବଦଳାଇପାରିବ। ଏଥିସହିତ ଗୁରୁତ୍ୱପୂର୍ଣ୍ଣ ହୋଇଯାଉଛି ବ୍ୟବସାୟିକ ସ୍ବାର୍ଥ। ସବୁବେଳେ ଯୁଦ୍ଧ ଏବଂ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବା ପଛରେ ବିରାଟକାୟ ବ୍ୟବସାୟିକ ଲାଭ ରହିଛି। ତହିଁରେ ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ଏହିଭଳି ପରିସ୍ଥିତି ବୃଦ୍ଧି ହେବାରେ ଲାଗିବ। ଅନ୍ୟ ଶବ୍ଦରେ କହିବାକୁ ଗଲେ ଶାନ୍ତି ଯୋଗୁ ବ୍ୟବସାୟ ମଉଳିଯାଏ, ଯୁଦ୍ଧରେ ବ୍ୟବସାୟ ବୃଦ୍ଧି ହୁଏ।

ପ୍ରାୟ ପୃଥିବୀର ସବୁ ଦେଶରେ ଶିଶୁ ଏବଂ ମା’କୁ ଲକ୍ଷ୍ୟକରି ହିଂସା ବଢ଼ୁଥିବାର କାରଣ ବୁଝିବା କଷ୍ଟକର ନୁହେଁ। ସେହିମାନେ ସବୁଠାରୁ ଦୁର୍ବଳ ହୋଇଥିବାରୁ ଯୁଦ୍ଧ, ଧର୍ମ ଏବଂ ଜାତିଗତ ସଂଘର୍ଷରେ ତାଙ୍କୁ ହିଁ ଶିକାର କରିବା ସହଜ ହୋଇଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?