ଜିଲାପାଳଙ୍କୁ ଫେରାଦ ହେଲେ ହିତାଧିକାରୀ

କେନ୍ଦୁଝର, ୨୫।୧ (ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅଧୀନ ତେନ୍ତଳାପଶି ପଞ୍ଚାୟତ (ଓ୍ବାର୍ଡ ନଂ. ୨,୩) ବଡ଼କମଣ୍ଡରା ଗ୍ରାମକୁ ପୁରୁଣା ତାଲିକାରେ ୯୧ଟି ଘର ମଞ୍ଜୁର ହୋଇଥିବା ବେଳେ ପଞ୍ଚାୟତରେ ଲାଗିଥିବା ନୂତନ ତାଲିକାରେ ୩୩ଟି ଘର ଅଛି। ଅବଶିଷ୍ଟ ୫୮ ଗୃହ କାଟି ଦିଆଯାଇଛି। ତାଲିକା ପ୍ରକାଶ ପାଇବା ଦିନରୁ ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ମଙ୍ଗଳବାର ବ୍ଲକ ସଭାଗୃହରେ ଅନୁଷ୍ଠିତ ମିଳିତ ଅଭିଯୋଗ ଶୁଣାଣିରେ ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ଏହି ଗ୍ରାମବାସୀ। ଜିଲାପାଳଙ୍କ ଦ୍ୱାରା ପ୍ରତ୍ୟେକ୍ଷ ଭାବେ କିମ୍ବା ତାଙ୍କ ଦ୍ୱାରା ଅଧିକୃତ ଅଫିସରଙ୍କ ଦ୍ୱାରା ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍‌ ପଡ଼ିଥିବା ୫୮ ଜଣଙ୍କର ଯାଞ୍ଚ ପାଇଁ ସେମାନେ ଅନୁରୋଧ କରିଥିଲେ। ଆବାସ ପାଇବା ଲାଗି ଯୋଗ୍ୟ ହୋଇଥିଲେ ମଧ୍ୟ ପକ୍ଷପାତିତାର ଶିକାର ହୋଇଥିବା ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ। ଜିଲାପାଳ ଆଶିଷ ଠାକରେ ହରିଚନ୍ଦନପୁର ବିଡିଓଙ୍କୁ ପୁନଃ ଯାଞ୍ଚ ପାଇଁ କହିବାରୁ ସେମାନେ ବିରୋଧ କରିବା ସହ ବଦଳି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରିଲିଭ ହୋଇ ନ ଥିବା ଏବଂ ଯାହାଙ୍କ ନାମରେ ଅଭିଯୋଗ ସେ କିପରି ଯାଞ୍ଚ କରିବେ ବୋଲି ଗ୍ରାମବାସୀ ପଚାରିଥିଲେ। ପରେ ଜିଲାପାଳ ବୁଝାଶୁଝା କରିବାରୁ ବିଡିଓଙ୍କ ଦ୍ୱାରା ଯାଞ୍ଚ ପାଇଁ ଗ୍ରାମବାସୀ ରାଜି ହୋଇଥିଲେ। ଏହି ସମୟରେ ବ୍ଲକ ଅଫିସ୍‌ ପରିସରରେ ବଦଳି ନିର୍ଦ୍ଦେଶ ପାଇଥିବା ବିଡିଓଙ୍କୁ ଆବାସରୁ ବଞ୍ଚିତ ହିତାଧିକାରୀମାନେ ଘେରିଯାଇ ହୋହଲ୍ଲା କରିଥିଲେ।
ପ୍ରକାଶ ଥାଉକି, ବଡ଼କମଣ୍ଡରା ଗ୍ରାମବାସୀ ଗତ ୧୮ ତାରିଖରେ ଏବିଡିଓଙ୍କୁ ଦାବିପତ୍ର ଦେବା ସହ ବ୍ଲକ ଘେରାଉ କରିଥିଲେ ଏବଂ ଜିଲାପାଳଙ୍କୁ ଦାବିପତ୍ର ଦେବା ପରେ ସାରେ ହରିଚନ୍ଦନପୁର ବିଡିଓଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଘେରିଥିଲେ। ବାଧ୍ୟହୋଇ ବିଡିଓ ଜିଲାପାଳଙ୍କ କାର୍ଯ୍ୟାଳୟରୁ ଚାଲି ଚାଲି ଘରକୁ ଯାଇଥିଲେ। ୧୯ ତାରିଖରେ ଦୁଇଘଣ୍ଟା ପାଇଁ ପଞ୍ଚାୟତ ଅଫିସରେ ସରପଞ୍ଚଙ୍କୁ ତାଲା ପକାଇଥିଲେ। ୨୧ରେ ହରିଚନ୍ଦନପୁରରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଦାବିପତ୍ର ଦେଇଥିଲେ। ଠିକ୍‌ ଭାବେ ତଦନ୍ତ ପୂର୍ବକ ଯୋଗ୍ୟଙ୍କୁ ଆବାସ ତାଲିକାରେ ସାମିଲ କରା ନ ଗଲେ ଆଗାମୀ ଦିନରେ ପଞ୍ଚାୟତ, ବ୍ଲକ ଅଫିସ ଘେରାଉ ସହ ପେଟରୁ କାଟି ଯାହା ସଞ୍ଚୟ ହେବ, ସେଥିରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ହିତାଧିକାରୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?