ଦୁର୍ଘଟଣା ପରେ ୩ବର୍ଷ ହେଲା ଶଯ୍ୟାଶାୟୀ

ବାଲେଶ୍ୱର ଅଫିସ, ୩।୮: ବାଲେଶ୍ୱର ଜିଲା ରେମୁଣା ବ୍ଲକ ବଡ଼ପାଳ ପଞ୍ଚାୟତ ତୋଭାପାଳ ସାହିର ଲୋଧା ସିଂ (୪୬)ଙ୍କ ପରିବାରରେ ଏବେ ଦେଖାଦେଇଛି ଦୁଃଖର ଝଡ। ଠିକ୍‌ ୩ ବର୍ଷ ପୂର୍ବେ ପରିସ୍ଥିତି ପୂରା ଓଲଟା ଥିଲା। ହସ ଖୁସରେ ପରିବାର ଚଳୁଥିଲା। ହେଲେ ଦୁର୍ଘଟଣାରେ ଲୋଧାଙ୍କ ଶରୀରର ଅର୍ଦ୍ଧାଧିକ ଅଙ୍ଗ ଅକାମୀ ହୋଇଯିବା ପରେ ଏବେ ସେ ଶଯ୍ୟାଶାୟୀ। ଚିକିତ୍ସା ଖର୍ଚ୍ଚ ତୁଲାଇବାକୁ ପରିବାର ଲୋକେ ଅସମର୍ଥ ଥିବା ବେଳେ ସରକାରୀ କିମ୍ବା ବେସରକାରୀ ସ୍ତରରେ କୌଣସି ସହାୟତା ମିଳିନାହିଁ।
ଲୋଧାଙ୍କ ପରିବାର କହିଲେ ସ୍ତ୍ରୀ ଆଉ ୨ନାବାଳକ ପୁଅ। ସ୍ତ୍ରୀ ଘର ସମ୍ଭାଳିବା ସହ ପିଲାମାନଙ୍କ ପାଠପଢ଼ା ଦାୟିତ୍ୱ ବୁଝୁଥିଲେ। ଲୋଧା କାମକୁ ଯାଉଥିବା ବେଳେ କୌଣସି କାରଣରୁ ପୋଲ ତଳକୁ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସେ ଗୁରୁତର ଆହତ ହୋଇ ଦୀର୍ଘଦିନ ଧରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ। ଦୀର୍ଘଦିନ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ସମୟରେ ପରିବାରର ସନ୍ତୁଳନ ବିଗିଡିଯାଇଥିଲା। ପିଲାମାନଙ୍କ ପାଠପଢା ବନ୍ଦ ହେବା ସହ ସ୍ତ୍ରୀ ହସ୍‌ପିଟାଲ ଓ ଘର କାମରେ ସମୟ ବିତିଯାଇଥିଲା। ଏହାପରେ ମଧ୍ୟ ଲୋଧା ସମ୍ପୂର୍ଣ୍ଣ ଭଲ ହୋଇପାରିଲେ ନାହଁି। ଡାକ୍ତର କଟକ ସ୍ଥାନାନ୍ତରିତ କରିବାକୁ ବାଧ୍ୟ ହେଲେ। ଆର୍ଥିକ ଏବଂ ମଣିଷ ବଳ ନ ଥିବାରୁ ବାଧ୍ୟ ହୋଇ ତାଙ୍କୁ ପରିବାର ଲୋକେ ଘରକୁ ନେଇଆସିଥିଲେ। ଘର ଚଳାଇବା ପାଇଁ ସ୍ତ୍ରୀ ଦିନ ମଜୁରିଆ ଭାବେ କାମ କରୁଛନ୍ତି। କେତେବେଳେ କାମ ମିଳୁଛି, ତ ପୁଣି କେତେବେଳେ ନାହଁି। ସ୍ତ୍ରୀଙ୍କ ସ୍ବଳ୍ପ ରୋଜଗାରରେ ପରିବାରର ଭରଣପୋଷଣ ଯେନତେନ ପ୍ରକାର ହେଉଛି।
ଲୋଧା କହନ୍ତି, ସ୍ତ୍ରୀ କାମ କରି ଯାହା ଆଣୁଛନ୍ତି ସେଥିରେ ଦୁଖେକଷ୍ଟେ ଚଳୁଛୁ। ଆର୍ଥିକ ଅବସ୍ଥା ଖରାପ ଥିବାରୁ ପିଲାମାନେ ମଧ୍ୟ ପାଠ ପଢ଼ିପାରୁ ନାହାନ୍ତି। ପଞ୍ଚାୟତ ନିର୍ବାଚନ ସମୟର ସ୍ଥାନୀୟ ନେତାମାନେ ଭିନ୍ନକ୍ଷମ ପରିଚୟପତ୍ର ସହ ଇନ୍ଦିରା ଆବାସ, ଅନ୍ତ୍ୟୋଦୟ କାର୍ଡ଼ କରିଦେବାର ପ୍ରତିଶ୍ରୁତି ଦେଇଥିଲେ, ହେଲେ ଏଯାଏ ମିଳିନି। ଏପରିକି ଔଷଧ ଖାଇବା ପାଇଁ ଟଙ୍କା ମିଳୁ ନାହଁି। ଭଗବାନଙ୍କ ଭରସାରେ ପଡ଼ି ରହୁଛୁ। ସରକାରୀ ସହାୟତା ଯୋଗାଇଦେବାକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri