ବାଣୀବିହାରରେ ଜେଏନ୍‌ୟୁ ପ୍ରଫେସରଙ୍କୁ ମାଡ଼

ଭୁବନେଶ୍ୱର,୧୩ା୨(ବ୍ୟୁରୋ):ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ (ବାଣୀବିହାର) ପିଜି କାଉନ୍‌ସିଲ ବୈଠକ ହଲ୍‌ରେ ରବିବାର ସିଟିଜେନ୍ସ ଫୋରମ୍‌ ପକ୍ଷରୁ ସେମିନାର ଚାଲିଥିବାବେଳେ ଉତ୍ତେଜନା ଦେଖାଦେଇଛି। ଦେଶ ବିରୋଧୀ ମନ୍ତବ୍ୟ ଦିଆଯାଉଥିବା ଅଭିଯୋଗ ଆଣି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଦସ୍ୟମାନେ ସେମିନାରକୁ ବିରୋଧ କରିବା ସହ ସିଟିଜେନ୍ସ ଫୋରମର କର୍ମକର୍ତ୍ତା, ଜେଏନ୍‌ୟୁ ପ୍ରଫେସର ଓ ଅନ୍ୟ ଅତିଥିଙ୍କୁ ଗାଳିଗୁଲଜ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଉଭୟ ପକ୍ଷରୁ ଧସ୍ତାଧସ୍ତି ହେବା ସହ ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ପହଞ୍ଚତ୍ ସିଟିଜେନ୍ସ ଫୋରମ କର୍ମକର୍ତ୍ତା ଓ ଅତିଥିଙ୍କୁ ଉଦ୍ଧାର କରିଛି। ଏପରିକି ଗାଳିଗୁଲଜ ଓ ମାଡ଼ ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କେତେଜଣ ଯୁବକ ବିଧା, ଚାପୁଡ଼ା, ଧକ୍କା ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିବାବେଳେ ଆକ୍ରମଣରେ ଏକାଧିକ ଆହତ ହୋଇଥିବା ଜଣାପଡିଛି। ଏନେଇ ସିଟିଜେନ୍ସ ଫୋରମ୍‌ର ଆବାହକ ପ୍ରଦୀପ୍ତ ନାୟକ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ଏବିଭିପି ସଦସ୍ୟ ମାନସ କୁମାର ସାହୁ ଏବଂ ଅନ୍ୟ କେତେଜଣଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଆଇପିସି ଦଫା ୩୪୧, ୩୨୩, ୨୯୪, ୫୦୬, ୪୨୭, ୩୪ରେ ମାମଲା (ନଂ.୫୯/୨୦୨୩) ରୁଜୁ କରିଛି। ଅପରପକ୍ଷରେ ଏବିଭିପି ପକ୍ଷରୁ ମଧ୍ୟ ସେମାନଙ୍କୁ ଆକ୍ରମଣ କରାଯାଇଥିବା ପାଲଟା ଅଭିଯୋଗ ହୋଇଛି। ପୋଲିସ ଆଇପିସି ଦଫା ୩୪୧, ୨୯୪, ୩୨୭, ୩୪ରେ ମାମଲା (ନଂ.୬୦/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେପଟେ ସାରେ ବାଣୀବିହାର ମୁଖ୍ୟଫାଟକ ସାମ୍ନାରେ ଏବିଭିପି ପକ୍ଷରୁ ତ୍ରିରଙ୍ଗା ଧରି ବିକ୍ଷୋଭ କରାଯାଇଥିଲା। ଧାରଣା ଦିଆଯିବା ସହ ଟାୟାର ଜାଳି ପ୍ରତିବାଦ କରାଯାଇଥିଲା। ସେମିନାର ଆଳରେ ଦେଶବିରୋଧୀ ଓ ହିଂସାତ୍ମକ କାର୍ଯ୍ୟକ୍ରମ ଆୟୋଜନକୁ ବିରୋଧ ସହ ବିଶ୍ୱବିଦ୍ୟାଳୟରେ ଦେଶବିରୋଧୀ ଗତିବିଧି ଆଦୌ ଗ୍ରହଣୀୟ ନୁହେଁ ବୋଲି ଏବିଭିପି ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।
ସୂଚନା ଅନୁଯାୟୀ, ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି କାଉନସିଲ୍‌ ବୈଠକ ହଲ୍‌ରେ ସିଟିଜେନ୍ସ ଫୋରମ ପକ୍ଷରୁ ‘ଭାରତ ସମ୍ବିଧାନ ଏବଂ ଶିକ୍ଷାନୀତି’ ଉପରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ କଲେଜର ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର, ଶିକ୍ଷାବିତ୍‌ ଏବଂ ଫୋରମ୍‌ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ଅର୍ଥନୀତି ବିଭାଗର ବରିଷ୍ଠ ପ୍ରାଧ୍ୟାପକ ସୁର୍‌ଜିତ ମଜୁମ୍‌ଦାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରାଧ୍ୟାପକ ଲକ୍ଷ୍ମୀଧର ପଙ୍ଗାରି, ବିଶିଷ୍ଟ ଶିକ୍ଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ଅମିୟ ମହାନ୍ତି, ପୁରୀ ସୁରଜ ମଲ ସାହା କଲେଜର ପ୍ରାଧ୍ୟାପକ ସୁରେନ୍ଦ୍ର କୁମାର ଜେନା ପ୍ରମୁଖ ମଧ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେମିନାର୍‌ର ପ୍ରଥମ ଅଧିବେଶନରେ ‘ଭାରତ ସମ୍ବିଧାନ ଏବଂ ଶିକ୍ଷା’ ବିଷୟରେ ଜେଏନ୍‌ୟୁ ପ୍ରାଧ୍ୟାପକ ସୁର୍‌ଜିତ ମଜୁମ୍‌ଦାର ଆଲୋଚନା କରୁଥିଲେ। ସମ୍ବିଧାନରେ ୪ର୍ଥ ଧାରାରେ ଥିବା ରାଷ୍ଟ୍ରନିର୍ଦ୍ଦେଶମୂଳକ ନୀତିରେ ଆମ୍ବେଡକରଙ୍କ ଆଭିମୁଖ୍ୟ କ’ଣ ଥିଲା ସେନେଇ ସୁର୍‌ଜିତ ବକ୍ତବ୍ୟ ରଖୁଥିଲେ। ଏହି ସମୟରେ ପଛରେ ବସିଥିବା ଏବିଭିପିର ସଦସ୍ୟମାନେ ବଡ଼ପାଟି କରିବା ସହ ତାଙ୍କ ବକ୍ତବ୍ୟକୁ ବିରୋଧ କରିଥିଲେ। ଏବିଭିପି ସଦସ୍ୟ ମାନସ କୁମାର ସାହୁ ଜଣେ ସହଯୋଗୀଙ୍କ ସହ ସେମିନାର ମଧ୍ୟଭାଗରେ ପହଞ୍ଚତ୍ ଦେଶ ବିରୋଧୀ ମନ୍ତବ୍ୟ ଦିଆଯାଉଥିବା ଅଭିଯୋଗ ଆଣି ସେମିନାରକୁ ବନ୍ଦ କରିବାକୁ ଧମକ ଦେଇଥିଲେ। ସେମିନାର କିଏ କରିବାକୁ ଅନୁମତି ଦେଲା ବୋଲି ପ୍ରଶ୍ନ କରିଥିଲେ। ଫଳରେ ଉପସ୍ଥିତ ପ୍ରାଧ୍ୟାପକ ସୁରେନ୍ଦ୍ର କୁମାର ଜେନା ସେମାନଙ୍କୁ ବିରୋଧ କରିଥିଲେ। ଯାହା ପ୍ରଶ୍ନ ଅଛି ପ୍ରଶ୍ନୋତ୍ତର ସମୟରେ ପଚାରିବ ବୋଲି ଅତିଥି ତଥା ସିଟିଜେନ୍ସ ଫୋରମର ଆବାହକ ପ୍ରଦୀପ୍ତ ନାୟକ ସେମାନଙ୍କୁ କହିଥିଲେ। ହେଲେ ସେମାନେ ଏବିଭିପିର ଅନ୍ୟ ସଦସ୍ୟଙ୍କୁ ସେଠାକୁ ଡାକି ଗଣ୍ଡଗୋଳ ଆରମ୍ଭ କରିଦେଇଥିଲେ। ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ପ୍ରଦୀପ୍ତ ଓ ଅନ୍ୟ ଅତିଥିଙ୍କୁ ମାଡ଼ ମାରିଥିଲେ। ଏପରିକି ଜେଏନ୍‌ୟୁ ପ୍ରଫେସର ସୁର୍‌ଜିତ ମଜୁମ୍‌ଦାରଙ୍କୁ ମଧ୍ୟ ଧକ୍କା ଦେଇଥିଲେ। ଫଳରେ ଉଭୟ ପକ୍ଷରୁ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା। ଖବର ପାଇ ପୋଲିସ ସେଠାରେ ପହଞ୍ଚତ୍ ସ୍ଥିତି ନିୟନ୍ତ୍ରଣ କରିଥିଲା।
ତେବେ ବିଶ୍ୱବିଦ୍ୟାଳୟରେ ମାଡ଼ ଘଟଣାକୁ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ନିନ୍ଦା କରାଯାଇଛି। ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଏହାକୁ ନିନ୍ଦା କରିବା ସହ ଏକ ଶିକ୍ଷାୟତନରେ ଛାତ୍ରମାନଙ୍କ ଅତିଥିଙ୍କ ଉପରେ ଏଭଳି ଆଚରଣ ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?