ନିଦ ହଜାଇ ଦେଇଛି ମଣିଷଖିଆ ଭାଲୁ

ନୂଆପଡ଼ା,୨୨।୭(ମକାରୁ ବେମାଲ): ନୂଆପଡା ଜିଲା କୋମନା ବିଜାଖମନ ଜଙ୍ଗଲ ନିକଟ ଗାଁଗୁଡିକରେ ଭାଲୁ ଆତଙ୍କରେ ଲୋକେ ଆତଙ୍କିତ। ବାପପୁଅଙ୍କୁୁ ଆକ୍ରମଣ ପରେ ୪ଜଣ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଛି ରକ୍ତମୁଖା ଭାଲୁ। ଗୋଟିଏ ଗାଁରୁ ୨ଜଣ ଘନଶ୍ୟାମ ପଟେଲ ଓ ବନ ଜଗୁଆଳି ସନ୍ତୋଷ ଡୁଣ୍ଡି ଭାଲୁ ଆକ୍ରମଣରେ ମୃତ୍ୟୁ ହୋଇଥିବା ବେଳେ ଚୈତୁ ପଟେଲ ସହ ୩ଜଣ ବନ କର୍ମଚାରୀ ଗୁରୁତର ଆହତ ହୋଇ ରାୟପୁରରେ ଚିକିତ୍ସିତ ହେଉଛନ୍ତି। ବିଜାଖମନକୁ ଲାଗି ରହିଥିବା ୮ଟି ଗାଁ ମଧ୍ୟରୁ ବିରୁନପଦର ଗାଁ ଅଧିକ ଆତଙ୍କିତ ଅଛନ୍ତି। ଭାଲୁ ଆତଙ୍କରେ ଅଞ୍ଚଳ ଶୂନଶାନ ହୋଇପଡିଛି। ଲୋକେ ଭୟରେ ବାହାକୁ ବାହାରୁ ନାହାନ୍ତି। ଜମିବାଡିକୁ ଯିବା ଦୁର କଥା ପିଲାଛୁଆଙ୍କୁ ମଧ୍ୟ ସ୍କୁଲ ଛାଡୁନାହାନ୍ତି। ବିରୁନପଦର ଅଙ୍ଗନୱାଡି କେନ୍ଦ୍ରରେ ୩୧ଜଣ ଶିଶୁ ରହିଥିବା ବେଳେ ଭାଲୁ ଆତଙ୍କ ଦିନଠାରୁ କେନ୍ଦ୍ର ପାଖର ୩/୪ଜଣ ଶିଶୁ କେନ୍ଦ୍ରକୁ ଆସୁଛନ୍ତି। ଗାଁ ପ୍ରାଥମିକ ବିଦ୍ୟାଳୟକୁ କାଁଭାଁ ପିଲା ଆସୁଥିବା ବେଳେ ବାହାରେ ପଢୁଥିବା ପିଲା ଯାଉନାହାନ୍ତି। ଦିନ ବେଳା ମଧ୍ୟ ଗାଁର ଲୋକେ ତାଟିକବାଟ ବନ୍ଦ କରି ରହୁଛନ୍ତି। ଲୋକମାନେ ଠେଙ୍ଗାବାଡି ଧରି ଗାଁ ମୁଣ୍ଡରେ ଜଗି ରହୁଛନ୍ତି। ଭାଲୁ ଆତଙ୍କ ପାଇଁ ଅଞ୍ଚଳର ସବୁ କାର୍ଯ୍ୟ ଠପ ହୋଇଯାଇଛି।

ଭାଲୁ ଆକ୍ରମଣ ଏକ ଦୁଭାଗ୍ୟଜନକ ମୁତ୍ୟୁ। ଅକାଳରେ ଦୁଇଟି ନୀରିହ ଜୀବନ ଚାଲିଗଲା। ୪ଜଣ ମୁତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଜନସାଧାରଣଙ୍କ ହିତ ଦୃଷ୍ଟିରୁ ବନ ବିଭାଗ ଭାଲୁକୁ ମାରି ଦେବା କଥା। ଉପରିସ୍ଥ ଅଧିକାରୀ ସହିତ କଥାବର୍ତ୍ତା ହୋଇ ଶୀଘ୍ର ବ୍ୟାବସ୍ଥା କରନ୍ତୁ।
ପ୍ରସନ୍ନ କୁମାର ପାଢୀ, ଜିଲା ଓକିଲ ସଂଘ ସଭାପତି

ପ୍ରଥମ ଦିନ ଆକ୍ରମଣ ପରେ ଭାଲୁକୁ ମାରି ଦେବା ପାଇଁ ଡିଏଫଓ ଏବଂ ଅନ୍ୟ ଅଧିକାରୀମାନଙ୍କୁ ଗୁହାରି କରିଥିଲ। ହେଲେ ଆମ କଥା ଶୁଣିଲେ ନାହିଁ। ଭାଲୁକୁ ମାରି ଦେଇଥିଲେ, ଏହି ଅଘଟଣ ଘଟି ନ ଥାନ୍ତା। ଭାଲୁ ଆତଙ୍କରେ ଜୀବନ ଜୀବିକା ଉପରେ ପ୍ରଭାବ ପଡୁଛି। ସ୍କୁଲ ପିଲାମାନଙ୍କ ଶିକ୍ଷା କ୍ଷେତ୍ରରେ ବ୍ୟାହତ ସୃଷ୍ଟି ହେଉଛି।
ତ୍ରିନାଥ ଡୁଣ୍ଡି, ଗ୍ରାମବାସୀ

ଗୋଟେ ବାଟେ ପାଣିର ସମୁଦ୍ର ଅନ୍ୟ ପଟେ ଜଙ୍ଗଲ ଆମେ ଯିବୁ କେଉଁ ବାଟେ। ଗ୍ରାମବାସୀ ବିପଦରେ ରହିଲୁ ବୋଲି ପିଲା ଛୁଆମାନଙ୍କୁ ବିପଦକୁ ଠେଲି ଦେବୁ କି ବୋଲି ଭୟରେ ସ୍କୁଲକୁ ମଧ୍ୟ ଛାଡୁ ନାହଁୁ। ପରିବାର ସମସ୍ତେ ଦିନ ବେଳା ମଧ୍ୟ ତାଟି କବାଟ ବନ୍ଦ କରି ରହୁଛୁ। ଭାଲୁ କେତେବେଳେ ଘରକୁ ମଧ୍ୟ ପଶି ଆସିବ ବୋଲି ଡର ଲାଗୁଛି।
ବିଶାଖା ପଟେଲ, ଗୃହିଣୀ

ଭାଲୁ ଆମ ଅଞ୍ଚଳର ନିନ୍ଦ ହଜାଇ ଦେଇଛି। ଆମେ ଦିନ, ରାତି ଏକ କରି ଦେଉଛୁ। ଖାଇବା, ଶୋଇବା ଠିକ ଭାବରେ ହୋଇ ପାରୁନାହିଁ। ଗାଁରେ କେଜଣେ କାହାକୁ ଡାକୁ ଥିଲେ କାଳେ ଭାଲୁ ଆସି ଗଲା ଭାବି ଦୌଡି ଆସୁଛୁ। ସବୁବେଳେ ହାତରେ ଠେଙ୍ଗା ବାଡି ଧରି ଗାଁ ବାହାରେ ବୁଲୁଛୁ। ଆମକୁ ବହୁତ ଭୟ ଲାଗୁଛି। ବନ ବିଭାଗ ଶୀଘ୍ର ଭାଲୁକୁ ଧରି ଅନ୍ୟତ୍ର ଘଉଡାଇ ନେଇଯାଉ।
ଭୀମ ଡୁଣ୍ଡି, ଗ୍ରାମବାସୀ

ଭାଲୁ ଆକ୍ରମଣରେ ମୃତକ ଓ ଆହତଙ୍କ ପାଇଁ ବିଭାଗ ପକ୍ଷରୁ ସବୁ ସୁବିଧା କରାଯାଉଛି। ସରକାରୀ ନିୟମ ଅନୁସାରେ ଅନୁକମ୍ପା ରାଶି ଯେତେ ପାଇବାର କଥା ଆମେ ୧୦ ପ୍ରତିଶତ ନଗଦ ଆକାରେ ଦେଇଛୁ। କାଗଜାତ ଠିକ୍‌ ହେବା ପରେ ଚେକ ମାଧ୍ୟମରେ ପ୍ରଦାନ କରବୁ। ବନ ବିଭାଗ କର୍ମଚାରୀମାନେ ଭାଲୁର ଗତିବିଧି ଉପରେ ନଜର ରଖିଛନ୍ତି। ଆମେ ମଧ୍ୟ ସଜାଗ ହୋଇ ରହିଛୁ। ଜଙ୍ଗଲ ପାଖରେ ଥିବା ଗାଁଗୁଡ଼ିକରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଉଛି।
ଦେବଦତ ସୁତାର,କୋମନା ବନାଞ୍ଚଳ ରେଞ୍ଜର


Enter your email to get our daily news in your inbox.

All Right Reserved By Dharitri.Com

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?