Posted inଖେଳ

ଆଇପିଏଲର ବାକି ମ୍ୟାଚ୍‌ ପାଇଁ ମାଷ୍ଟର ପ୍ଲାନ

ଲଣ୍ଡନ,୨୧।୫: ଚଳିତ ବର୍ଷ ସେପ୍ଟେମ୍ବରରେ ଆଇପିଏଲ-୧୪’ର ଅବଶିଷ୍ଟ ମ୍ୟାଚ୍‌ ଆୟୋଜନ କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇପାରେ। ଏଥି ଲାଗି ଇଂଲଣ୍ଡ ବୋର୍ଡ ଇସିବି ନିକଟରେ ବିସିସିଆଇ ଅନୁରୋଧ କରିଛି।

ସିରିଜ୍‌କୁ ଧାର୍ଯ୍ୟ ତାରିଖର କିଛି ସପ୍ତାହ ପୂର୍ବରୁ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛି ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ବିସିସିଆଇ। ଯାହା ଫଳରେ ଆଇପିଏଲର ବଳକା ୩୧ ମ୍ୟାଚ୍‌ ଆୟୋଜନ ଲାଗି ଅଧିକ ସମୟ ମିଳିପାରିବ।

କାର୍ଯ୍ୟସୂଚୀ ଅନୁଯାୟୀ, ଭାରତ-ଇଂଲଣ୍ଡର ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଅଗଷ୍ଟ ୪ରେ ଖେଳାଯିବାକୁ ଥିବାବେଳେ ଅନ୍ତିମ ତଥା ୫ମ ଟେଷ୍ଟ ସେପ୍ଟେମ୍ବର ୧୦ରେ ଖେଳାଯିବ। ତେବେ ଏହି ସିରିଜ୍‌କୁ ଜୁଲାଇର ଶେଷ ସପ୍ତାହ ମଧ୍ୟରେ ସମାପ୍ତ କରିବାକୁ ବିସିସିଆଇ ଅନୁରୋଧ କରିଛି। ମ୍ୟାଚ୍‌ ମଧ୍ୟରେ ଥିବା ବ୍ୟବଧାନକୁ କମ୍‌ କରାଗଲେ ସିରିଜ୍‌ ଶୀଘ୍ର ଶେଷ ହୋଇପାରିବ। ଏହାଦ୍ୱାରା ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପୂରା ଫାଙ୍କା ପଡ଼ିବ ସେପ୍ଟେମ୍ବର ମାସ। ତେବେ ଏହା ଉପରେ ଉଭୟ ବୋର୍ଡ ପକ୍ଷରୁ କୌଣସି ପତିକ୍ରିୟା ଦିଆଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୭ ଶୁଟରଙ୍କ ପଦାର୍ପଣ

ପ୍ୟାରିସ୍‌,୨୭।୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇସାରିଥିବା ବେଳେ ଶନିବାର ଭାରତୀୟ ଶୁଟିଂ ଦଳ ଏହାର ଅଭିଯାନ ଆରମ୍ଭ କରିବ। ଭାରତ ଅଲିମ୍ପିକ୍ସରେ ସମୁଦାୟ ୩୫ଟି...

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ...

ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଦାମ୍ବୁଲା,୨୬ା୭: ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ...

‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ…

ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ମ୍ୟାଚ୍‌ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟି୨୦ ଟିମ୍‌ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

କ୍ୟାପ୍ଟେନ୍‌ଙ୍କ ଆଗରେ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ହେଲେ ନମ଼୍ବର ୧

ନୂଆଦିଲ୍ଲୀ, ୨୬।୦୭: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ରେ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ଭାବେ ବ୍ୟଟ୍ସମ୍ୟାନ୍‌ ହରମନ୍‌ପ୍ରୀତ କୌରଙ୍କ ନାମରେ...

ବାଂଲାଦେଶକୁ ହରାଇ ଫାଇନାଲ୍‌ରେ ପ୍ରବେଶ କଲା ଭାରତ, ପାକିସ୍ତାନ ସହ ହୋଇପାରେ ବଡ଼ ମୁକାବିଲା

ନୂଆଦିଲ୍ଲୀ,୨୬।୦୭: ବାଂଲାଦେଶକୁ ୧୦ ୱିକେଟ୍‌ରେ ହରାଇ ଭାରତୀୟ ଟିମ୍‌ ମହିଳା ଏସିଆ କପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି । ଫାଇନାଲ୍‌ରେ ଇଣ୍ଡିଆ ଟିମ୍‌ ପାକିସ୍ତାନକୁ ଭେଟିପାରେ...

ଅଲିମ୍ପିକ୍ସରେ ଏହି ଖେଳାଳି ଜିତିବେ ପଦକ: ପ୍ରକାଶ ପାଦ୍ୟୁକୋନ କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୬।୭: ଭେଟେରାନ ବ୍ୟାଡମିଣ୍ଟନ ଖେଳାଳି ତଥା ଟପ ସଟଲର ପି.ଭି ସିନ୍ଧୁଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି କୋଚ ପ୍ରକାଶ ପାଦୁକୋନ। ପ୍ୟାରିସ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ...

ମୁମ୍ବାଇରେ ରୋହିତ-ପାଣ୍ଡ୍ୟାଙ୍କ ଅଧିନାୟକ ବିବାଦକୁ ନେଇ ବଡ଼ ପୋଲ୍‌ ଖୋଲିଦେଲେ ବୁମ୍‌ରା, ଭୁଲ୍‌ରେ କହିଦେଲେ…

ନୂଆଦିଲ୍ଲୀ,୨୬।୭: ଆଇପିଏଲ ୨୦୨୪ ସମୟରେ ମୁମ୍ବାଇ ଇଣ୍ଡିଆନ୍ସରେ ବହୁତ କିଛି ଦେଖିବାକୁ ମିଳିଥିଲା। ମୁମ୍ବାଇ ପାଞ୍ଚ ଥର ଟାଇଟଲ ଜିତିଥିବା ଅଧିନାୟକ ରୋହିତ ଶର୍ମାଙ୍କୁ ହାର୍ଦ୍ଦିକ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri