Posted inଖେଳ

ବିସିସିଆଇ ଗଠନ କରିବ ଦୁଇ ଜାତୀୟ ଟିମ୍‌, ଏକା ସମୟରେ ଖେଳିବେ ଟେଷ୍ଟ-ସୀମିତ ଓଭର ମ୍ୟାଚ…

କୋଲକାତା, ୧୫।୬ : ବିସିସିଆଇ ୨୦୨୨ ରୁ ୨୦୨୭ ପର୍ଯ୍ୟନ୍ତ ଇଣ୍ଡିଆନ ପ୍ରିମିୟର ଲିଗ ସାଇକିଲ୍‌ ପାଇଁ ମିଡିଆ ଅଧିକାରର ନିଲାମରୁ ୪୮ ହଜାର କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହା ସହିତ ଆଇପିଏଲ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଲିଗ ଭାବେ ଉଭା ହୋଇଛି। ତେବେ ଏହା ଦ୍ୱାରା ଟିମ ଇଣ୍ଡିଆର ଅନ୍ତର୍ଜାତୀୟ କ୍ରିକେଟରେ ଅଂଶଗ୍ରହଣ ହ୍ରାସ ପାଇବ ବୋଲି କଳ୍ପନାଜଳ୍ପନା କରାଯାଉଥିଲା। କିନ୍ତୁ ବିସିସିଆଇ ଏ ବାବଦରେ ଏକ ବିଶେଷ ଯୋଜନା ପ୍ରସ୍ତୁତ କରିଛି।

ଭବିଷ୍ୟତରେ ଭାରତର ଦୁଇଟି ଦଳ ଏକାସାଙ୍ଗରେ ବିଭିନ୍ନ ଦେଶରେ ଖେଳୁଥିବା ଦେଖିବାକୁ ମିଳିବ। ବିସିସିଆଇ ସଚିବ ଜୟ ଶାହା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆମେ ଦୁଇଟି ଜାତୀୟ ଦଳ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରୁଛୁ। ଆମର ଲକ୍ଷ୍ୟ ହେଉଛି ଆମର ଦୁଇ ଦଳ ଏକ ସମୟରେ ଟେଷ୍ଟ ଏବଂ ସୀମିତ ଓଭର କ୍ରିକେଟ ମ୍ୟାଚ ଖେଳିବେ। ଆଇପିଏଲ ଲୋକପ୍ରିୟତା ବଢ଼ିବା ଯୋଗୁ ବର୍ତ୍ତମାନ ମ୍ୟାଚ ସଂଖ୍ୟା ବୃଦ୍ଧି କରିବାକୁ ବିସିସିଆଇ ଉପରେ ଚାପ ରହିଛି।

ଆସନ୍ତା ସିଜିନରୁ ଆଇପିଏଲର ୱିଣ୍ଡୋ ବୃଦ୍ଧି କରିବାକୁ ବିସିସିଆଇ ଦାବି କରିସାରିଛି। ଜୟ ଶାହା କହିଛନ୍ତି ଯେ ଆସନ୍ତା ବର୍ଷ ଠାରୁ ଆଇପିଏଲ ୨ ବଦଳରେ ୨.୫ ମାସର ୱିଣ୍ଡୋ ପାଇବ। ଏହି ସମୟ ମଧ୍ୟରେ ସମସ୍ତ ଦେଶରୁ ଅନ୍ତର୍ଜାତୀୟ କ୍ରିକେଟରମାନେ ଆଇପିଏଲ ପାଇଁ ଉପଲବ୍ଧ ହେବେ। ଆଇପିଏଲର ୱିଣ୍ଡୋରେ ବୃଦ୍ଧି ହେତୁ ଅନ୍ତର୍ଜାତୀୟ କ୍ରିକେଟ ପ୍ରଭାବିତ ହେବ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। କିନ୍ତୁ ବର୍ତ୍ତମାନ ବିସିସିଆଇ ଏହା ସ୍ପଷ୍ଟ କରିଛି ଯେ ଅନ୍ତର୍ଜାତୀୟ ମ୍ୟାଚ ଉପରେ ପ୍ରଭାବ ପକାଇବାକୁ ଦିଆଯିବ ନାହିଁ।

ବିସିସିଆଇର ଦୁଇ ଟିମ୍‌ ଗଠନ ଯୋଜନାର ସ୍ବରୂପ ଗତ ବର୍ଷ ଦେଖିବାକୁ ମିଳିଥିଲା। ଗତ ବର୍ଷ ଟିମ ଇଣ୍ଡିଆର ତାରକା ଖେଳାଳିମାନେ ଇଂଲଣ୍ଡ ଗସ୍ତରେ ଥିଲେ। ଏହି ସମୟରେ, ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଖେଳାଳିଙ୍କୁ ଟି -୨୦ ଏବଂ ଏକଦିବସୀୟ ଦଳର ଅଂଶ ଭାବରେ ଶ୍ରୀଲଙ୍କା ପଠାଯାଇଥିଲା। ଆସନ୍ତା ମାସରେ ଆୟର୍ଲାଣ୍ଡ ଗସ୍ତରେ ବୋର୍ଡ ଦ୍ୱାରା ମଧ୍ୟ ଏଭଳି ଏକ ସମାନ ଦଳ ପଠାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?