Posted inଖେଳ

ବିସିସିଆଇ ଗଠନ କରିବ ଦୁଇ ଜାତୀୟ ଟିମ୍‌, ଏକା ସମୟରେ ଖେଳିବେ ଟେଷ୍ଟ-ସୀମିତ ଓଭର ମ୍ୟାଚ…

କୋଲକାତା, ୧୫।୬ : ବିସିସିଆଇ ୨୦୨୨ ରୁ ୨୦୨୭ ପର୍ଯ୍ୟନ୍ତ ଇଣ୍ଡିଆନ ପ୍ରିମିୟର ଲିଗ ସାଇକିଲ୍‌ ପାଇଁ ମିଡିଆ ଅଧିକାରର ନିଲାମରୁ ୪୮ ହଜାର କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହା ସହିତ ଆଇପିଏଲ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଲିଗ ଭାବେ ଉଭା ହୋଇଛି। ତେବେ ଏହା ଦ୍ୱାରା ଟିମ ଇଣ୍ଡିଆର ଅନ୍ତର୍ଜାତୀୟ କ୍ରିକେଟରେ ଅଂଶଗ୍ରହଣ ହ୍ରାସ ପାଇବ ବୋଲି କଳ୍ପନାଜଳ୍ପନା କରାଯାଉଥିଲା। କିନ୍ତୁ ବିସିସିଆଇ ଏ ବାବଦରେ ଏକ ବିଶେଷ ଯୋଜନା ପ୍ରସ୍ତୁତ କରିଛି।

ଭବିଷ୍ୟତରେ ଭାରତର ଦୁଇଟି ଦଳ ଏକାସାଙ୍ଗରେ ବିଭିନ୍ନ ଦେଶରେ ଖେଳୁଥିବା ଦେଖିବାକୁ ମିଳିବ। ବିସିସିଆଇ ସଚିବ ଜୟ ଶାହା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆମେ ଦୁଇଟି ଜାତୀୟ ଦଳ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରୁଛୁ। ଆମର ଲକ୍ଷ୍ୟ ହେଉଛି ଆମର ଦୁଇ ଦଳ ଏକ ସମୟରେ ଟେଷ୍ଟ ଏବଂ ସୀମିତ ଓଭର କ୍ରିକେଟ ମ୍ୟାଚ ଖେଳିବେ। ଆଇପିଏଲ ଲୋକପ୍ରିୟତା ବଢ଼ିବା ଯୋଗୁ ବର୍ତ୍ତମାନ ମ୍ୟାଚ ସଂଖ୍ୟା ବୃଦ୍ଧି କରିବାକୁ ବିସିସିଆଇ ଉପରେ ଚାପ ରହିଛି।

ଆସନ୍ତା ସିଜିନରୁ ଆଇପିଏଲର ୱିଣ୍ଡୋ ବୃଦ୍ଧି କରିବାକୁ ବିସିସିଆଇ ଦାବି କରିସାରିଛି। ଜୟ ଶାହା କହିଛନ୍ତି ଯେ ଆସନ୍ତା ବର୍ଷ ଠାରୁ ଆଇପିଏଲ ୨ ବଦଳରେ ୨.୫ ମାସର ୱିଣ୍ଡୋ ପାଇବ। ଏହି ସମୟ ମଧ୍ୟରେ ସମସ୍ତ ଦେଶରୁ ଅନ୍ତର୍ଜାତୀୟ କ୍ରିକେଟରମାନେ ଆଇପିଏଲ ପାଇଁ ଉପଲବ୍ଧ ହେବେ। ଆଇପିଏଲର ୱିଣ୍ଡୋରେ ବୃଦ୍ଧି ହେତୁ ଅନ୍ତର୍ଜାତୀୟ କ୍ରିକେଟ ପ୍ରଭାବିତ ହେବ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। କିନ୍ତୁ ବର୍ତ୍ତମାନ ବିସିସିଆଇ ଏହା ସ୍ପଷ୍ଟ କରିଛି ଯେ ଅନ୍ତର୍ଜାତୀୟ ମ୍ୟାଚ ଉପରେ ପ୍ରଭାବ ପକାଇବାକୁ ଦିଆଯିବ ନାହିଁ।

ବିସିସିଆଇର ଦୁଇ ଟିମ୍‌ ଗଠନ ଯୋଜନାର ସ୍ବରୂପ ଗତ ବର୍ଷ ଦେଖିବାକୁ ମିଳିଥିଲା। ଗତ ବର୍ଷ ଟିମ ଇଣ୍ଡିଆର ତାରକା ଖେଳାଳିମାନେ ଇଂଲଣ୍ଡ ଗସ୍ତରେ ଥିଲେ। ଏହି ସମୟରେ, ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଖେଳାଳିଙ୍କୁ ଟି -୨୦ ଏବଂ ଏକଦିବସୀୟ ଦଳର ଅଂଶ ଭାବରେ ଶ୍ରୀଲଙ୍କା ପଠାଯାଇଥିଲା। ଆସନ୍ତା ମାସରେ ଆୟର୍ଲାଣ୍ଡ ଗସ୍ତରେ ବୋର୍ଡ ଦ୍ୱାରା ମଧ୍ୟ ଏଭଳି ଏକ ସମାନ ଦଳ ପଠାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସିସିଆଇ ଏସ୍‌ଓପି: ଅରୁଣଲାଲ, ହ୍ବାଟମୋର ପ୍ରଶିକ୍ଷଣ ଦେଇପାରିବେନି

ନୂଆଦିଲ୍ଲୀ,୩।୮(ପି.ଟି.): କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (ଏସ୍‌ଓପି) କରିଛି। ଏହା ଦ୍ୱାରା ରାଜ୍ୟ ଆସୋସିଏଶନଗୁଡିକ...

ଚିନ୍ତାରେ ରିଷଭ ପନ୍ତ

ମୁମ୍ବାଇ, ୧୪ା୪- ପ୍ରଥମ ଥର ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଦଳର ନେତୃତ୍ୱ ଭାର ସମ୍ଭାଳୁଥିବା ରିଷଭ ପନ୍ତଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦଳର ଅଲରାଉଣ୍ଡର...

ମୋ ପୁଅ, ଝିଅଙ୍କ ଟୁଇଟର ଆକାଉଣ୍ଟ ନାହିଁ: ସଚିନ ତେନ୍ଦୁଲକର

ମୁମ୍ବାଇ,୨୯।୧୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ନିଜ ପୁଅ, ଝିଅଙ୍କୁ ନେଇ ବେଶ୍‌ ସତର୍କ। ନିକଟରେ ପୁଅ ଅର୍ଜୁନ ଏବଂ ଝିଅ...

ରୌପ୍ୟ ବଦଳରେ ମୀରାବାଇଙ୍କୁ ମିଳିପାରେ ସ୍ବର୍ଣ୍ଣ ପଦକ!

ଟୋକିଓ,୨୬।୭: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରୋତ୍ତୋଳନରେ ସ୍ବର୍ଣ୍ଣ ପଦକ ଜିତିଥିବା ଚାଇନାର ଜିହୁଇ ହୁଙ୍କଠାରୁ ପଦକ ଫେରାଇ ନିଆଯାଇପାରେ। କାରଣ ଜିହୁଇ ଡୋପ ଟେଷ୍ଟ କରାଯିବ।...

୫୮ବର୍ଷୀୟ ଜିତିଲେ ପଦକ

ଟୋକିଓ, ୨୭ା୭ (ପି.ଟି.)-କୁଏଟ୍‌ର ଅବଦୁଲ୍ଲା ଅଲ୍‌-ରଶିଦିଙ୍କ କ୍ଷେତ୍ରରେ ବୟସ ବାଧକ ହୋଇପାରି ନାହିଁ। ୫୮ ବର୍ଷ ବୟସରେ ଟୋକିଓ ଅଲିମ୍ପିକ୍ସ ଶୁଟିଂ ପୁରୁଷ ସ୍କିଟ୍‌ ଇଭେଣ୍ଟରେ...

ପୁଣି ଥରେ ବର୍ଣ୍ଣବୈଷମ୍ୟ ଅଭିଯୋଗ ଆଣିଲେ ସିରାଜ, ଷ୍ଟାଣ୍ଡ୍‌ରୁ ହଟିଲେ ଦର୍ଶକ

ସିଡ୍‌ନୀ,୧୦।୧- ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚାଲିଥିବା ତୃତୀୟ ତଥା ସିଡ୍‌ନୀ ଟେଷ୍ଟର ତୃତୀୟ ଦିନ ଭଳି ରବିବାର ମଧ୍ୟ ଫିଲ୍ଡରେ ଘଟିଛି ଅସ୍ବାଭାବିକ ଘଟଣା।...

୨୦୦ କିଗ୍ରା ଭାର ଉଠାଇଲେ ମୀରାବାଈ

ପଟୟା, ୨୦।୯(ପି.ଟି.)- ପୂର୍ବତନ ଚାମ୍ପିୟନ ତଥା ଷ୍ଟାର୍‌ ଭାରୋତ୍ତୋଳିକା ମୀରାବାଈ ଚାନୁ (୪୯ କିଗ୍ରା) ତାଙ୍କ ଜାତୀୟ ରେକର୍ଡ ପ୍ରଦର୍ଶନଠାରୁ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ...

କରାଟେ ସ୍କୁଲର ପ୍ରତିଷ୍ଠା ଦିବସରେ କ୍ରୀଡ଼ା ଖବରଦାତା ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୩୦।୮ (କ୍ରୀଡ଼ା ପ୍ରତିନିଧି): ଉତ୍କଳ କରାଟେ ସ୍କୁଲର ମୁଖ୍ୟ କାର୍ଯ୍ୟାଳୟଠାରେ ୪୨ତମ ପ୍ରତିଷ୍ଠା ଦିବସ ଓ ଜାତୀୟ କ୍ରୀଡ଼ା ଦିବସ ପାଳନ ହୋଇଛି। ଏହି...

Advertisement
Archives

Model This Week